ପ୍ରେମର ଜ୍ୱଳନ୍ତ ଉଦାହରଣ; ୨୦୧୭ରେ ମରିଥିବା ସ୍ତ୍ରୀଙ୍କ ସହିତ ବ୍ୟକ୍ତି କଲେ ଗୃହ ପ୍ରବେଶ ! ଜାଣନ୍ତୁ କେମିତି ହେଲା ସମ୍ବବ

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଏହି ବାର୍ତ୍ତାଟି ଦେଇଥିଲେ । ସେଥିରେ ଲେଖାଥିଲା ‘‘ମୁଁ ଚାହେଁନି ଯେ ମୋତେ ସାରା ଦୁନିଆ ପ୍ରେମ କରୁ, ମୁଁ ଚାହେଁ ସେ ଜଣେ ମୋତେ ବହୁତ ଭଲ ପାଉ । ଆଉ ସେଇ ବିଶେଷ ବ୍ୟକ୍ତି ହେଉଛ ତୁମେ’ । ଟ୍ଟ ପ୍ରକୃତ ପ୍ରେମର ଇଏ ଏକ ବଡ଼ ଉଦାହରଣ ।

ସତ ପ୍ରେମର ଯେତେବେଳେ କଥା ଆସେ ସେତେବେଳେ ଲୋକମାନେ କେଦାର-ଗୌରୀ, ହିର-ରାଞ୍ଝାଙ୍କ କଥା କୁହନ୍ତି। ସେହିଭଳି ଯେତେବେଳେ ପ୍ରେମର ପ୍ରତୀକ ବିଷୟରେ କୁହାଯାଏ ସେତେବେଳେ ଲୋକମାନେ ତାଜମହଲର ଉଦାହରଣ ଦିଅନ୍ତି। ଯଦିଓ ଏହି ସବୁ କଥା ପୁରୁଣା ଏବଂ ଆଜିର ସମୟରେ ସତ ପ୍ରେମର ଅନେକ କାହାଣୀ ଏବଂ ଚିତ୍ର ରହିଛି ଯାହା ଏହା ଦର୍ଶାଇଥାଏ ଯେ ପ୍ରେମର ନା କୌଣସି ବୟସ ଥାଏ ନା ଧର୍ମ।

କୁହାଯାଏ ଯେ ପ୍ରେମ କରିବାର କୌଣସି ବୟସ ନଥାଏ ନା ପ୍ରେମର ପରିପ୍ରକାଶ କରିବାର ବି କୌଣସି ବୟସ ଥାଏ। ଯଦି ଆପଣ ମଧ୍ୟ କାହାକୁ ପ୍ରେମ କରୁଛନ୍ତି ତାହେଲେ କେତେବେଳେ ବି ଆଉ କୌଣସି ବି ସମୟରେ ପ୍ରେମର ପରିପ୍ରକାଶ କରିପାରିବେ। ସତ ପ୍ରେମର ଏମିତି ଏକ କାହାଣୀ ଏବେ ସାମ୍ନାକୁ ଆସିଛି କର୍ଣ୍ଣାଟକର ଜଣେ ଦମ୍ପତିଙ୍କ ଠାରେ। ଏହି କାହାଣୀ ଦୁଇ ପ୍ରେମୀଙ୍କର ନୁହେଁ ବରଂ ଜଣେ ସ୍ୱାମୀ-ସ୍ତ୍ରୀଙ୍କର। ଯାହାଙ୍କ ବିଷୟରେ ଆପଣ ବି ଜାଣିଲେ କହିବେ ଏହାକୁ କୁହନ୍ତି ପ୍ରକୃତ ପ୍ରେମ ଆଉ ପ୍ରକୃତ ଭଲପାଇବା। ଆମେ ଏସବୁ ଏଥିପାଇଁ କହୁଛୁ କାରଣ କର୍ଣ୍ଣାଟକର ଜଣେ ଶିଳ୍ପପତି ନିଜର ସ୍ତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ ନିଜର ସ୍ୱର୍ଗୀୟ ସ୍ତ୍ରୀଙ୍କର ସ୍ୱପ୍ନର ଘର ତିଆରି କରି ତାଙ୍କ ସହିତ ଗୃହ ପ୍ରବେଶ କରିଛନ୍ତି। କିନ୍ତୁ ଏସବୁ ସେ ତାଙ୍କ ସ୍ତ୍ରୀଙ୍କ ସହିତ ନୁହେଁ ବରଂ ତାଙ୍କ ସ୍ତ୍ରୀଙ୍କର ଏକ ମହମ ପ୍ରତିମୂର୍ତ୍ତି ସହିତ ସମ୍ପନ୍ନ କଲେ।

statueକର୍ଣ୍ଣାଟକର ଶିଳ୍ପପତି ଶ୍ରୀନିବାସ ଗୁପ୍ତାଙ୍କ ସ୍ତ୍ରୀଙ୍କର ୨୦୧୭ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ନିଜ ସ୍ତ୍ରୀ ମାଧବୀଙ୍କର ସ୍ୱପ୍ନ ଥିଲା ଯେ ଏକ ଆଲିସାନ ଘର ବନାଇବା ପାଇଁ। କିନ୍ତୁ ପତ୍ନୀଙ୍କର ଅଚାନକ ନିଧନ ତାଙ୍କୁ ସ୍ତବ୍ଧ କରିଦେଇଥିଲା କିନ୍ତୁ ନିଜର ସ୍ତ୍ରୀଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଯେମିତି ନେଇଥିଲେ ଦୃଢ଼ ପ୍ରତିଜ୍ଞା। ନିଜ ସ୍ତ୍ରୀଙ୍କ ସ୍ୱପ୍ନର ଘର ତିଆରି କରି ସେ ସ୍ତ୍ରୀଙ୍କ ପ୍ରତିମୃର୍ତ୍ତି ସହିତ ଗୃହ ପ୍ରବେଶ କରିଥିଲେ। ଆଉ ଏହି ମହମର ଷ୍ଟାଚ୍ୟୁକୁ ଦେଖି ଲାଗୁଥିଲା ଯେମିତି ପ୍ରତିମୂର୍ତ୍ତିଟି ଏବେ ହିଁ କଥା କହିବେ। ମାଧବୀଙ୍କର ଏହି ମୂର୍ତ୍ତି ବେଙ୍ଗାଲୁରୁର ଆର୍ଟିଷ୍ଟ ଶ୍ରୀଧର ମୂର୍ତ୍ତି ତିଆରି କରିଛନ୍ତି। ଆଉ ସେ ଏହି ପ୍ରତିମୂର୍ତ୍ତିକୁ ବନାଇବା ପାଇଁ ପାଖାପାଖି ଏକ ବର୍ଷ ସମୟ ନେଇଥିଲେ।

ତେବେ ନିଜ ସ୍ୱର୍ଗୀୟ ସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଦେଖି ଶ୍ରୀନିବାସ କହିଛନ୍ତି ଯେ ମୋତେ ଲାଗୁଛି ଯେମିତି ମୋ ସ୍ତ୍ରୀ ପୁଣି ଥରେ ମୋ ଘରକୁ ଫେରି ଆସିଛନ୍ତି। ଗୃହ ପ୍ରବେଶ ସମୟରେ ଯିଏ କେହି ବି ଏହି ମୂର୍ତ୍ତି ଦେଖିଥିଲେ ସେମାନେ ଆଶ୍ଚଯ୍ୟର୍ ହୋଇଗଲେ। ଆଉ ଏବେ ଚାରିଆଡେ ଚାଲିଛି ଶ୍ରୀନିବାସଙ୍କ ପ୍ରେମର ଚର୍ଚ୍ଚା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.