ଭ୍ରଷ୍ଟାଚାର ବାବଦରେ ଅଭିଯୋଗ ଆଣି ଖାଇଥିଲେ ଗୁଳି, କୋଚିଂ ଦେଇ ୩ ବର୍ଷରେ ୩୦୦ ଜଣ ଛାତ୍ରଙ୍କୁ କରିଥିଲେ ସରକାରୀ ଅଧିକାରୀ ଏବେ ନିଜେ ଆଇଏଏସ

ଆଜିକୁ ୧୩ ବର୍ଷ ତଳେ ୨୦୦୯ ମସିହାରେ ପିସିଏସ ପଦବୀରେ ଥିବା ରୀଙ୍କୁ ରାହି ସେସମୟରେ କୋଟି କୋଟି ଟଙ୍କାର ଛାତ୍ରବୃତ୍ତି ଘୋଟାଲାର ପର୍ଦ୍ଦାଫାସ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆମାନେ ରୀଙ୍କୁଙ୍କ ଉପରେ ଅନବରତ ଗୁଳି ଚାଳନା କରିଥିଲେ । ସେସମୟରେ ତାଙ୍କୁ ୭ଟି ଗୁଳି ବାଜିଥିଲା । ଜୀବନ ମରଣ ସହିତ ଦୀର୍ଘ ଦିନ ଧରି ସଂଗ୍ରାମ କରି ରୀଙ୍କୁଙ୍କ ଜୀବନ ତ ବଂଚି ଯାଇଥିଲା । କିନ୍ତୁ ତାଙ୍କ ଗୋଟିଏ ଆଖି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା ଓ ଗୋଟିଏ କାନ କାମ କରୁନଥିଲା । ଏବେ ବି ଗୋଟେ ଗୁଳି ତାଙ୍କ ମସ୍ତିସ୍କରେ ଅଟକି ରହିଛି । କୋଚିଙ୍ଗରେ ପ୍ରଶିକ୍ଷଣ ଦେଇ ମାତ୍ର ୩ବର୍ଷ ଭିତରେ ୩୦୦
ଜଣ ଛାତ୍ରଙ୍କୁ ସରକାରୀ ଚାକିରୀ ପାଇବାରେ ସାହାଯ୍ୟ କରିଛନ୍ତି ରିଙ୍କୁ । ଆଉ ଏବେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ଆଇଏଏସ ଅଧିକାରୀ ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି ।

ias officer new

ପିଲାଟି ବେଳରୁ ଆର୍ଥିକ ସମସ୍ୟା ସହିତ ଲଢ଼ୁଥିବା ରିଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ହିଁ ପାଠ ପଢ଼ିଛନ୍ତି । ଆଉ ନିଜକୁ ଏତେ ଦକ୍ଷ କରିଥିଲେଯେ ପରେ ବି ସ୍କଲାରସିପ ପାଇ ନିଜ ବିଟେକ ପଢ଼ା ଶେଷ କରିଥିଲେ । ଆଲିଗଡ଼ର ମୂଳ ବାସିନ୍ଦା ରିଙ୍କୁ ୨୦୦୮ ମସିହାରେ ପିସିଏସରେ ଚୟନ ହେବା ପରେ ମୁଜାଫନଗରରେ ଜଣେ ସମାଜ କଲ୍ୟାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଆଉ ଏହି ସମୟରେ ୨୦୦୯ରେ ହୋଇଥିବା ଘୋଟଲାର ପର୍ଦ୍ଦାଫାଶ କରିଥିଲେ । ପ୍ରାୟ ୧୦୦ କୋଟି ଟଙ୍କାର ଘୋଟାଲାରେ ଫସିଥିବା ଘୋଟାଲାକାରି ମାନେ ତାଙ୍କ ଉପରେ ଅତର୍କିତ ଗୁଳି ଚାଳନା କରିଥିଲେ ।

ଅନେକ ଜିଲ୍ଲାରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବା ପରେ ସେ ୨୦୧୯ ରେ ହାପୁଡ ସ୍ଥିତ ରାଜକୀୟ ଆଇଏଏସ କୋଚିଂଗ ସେଣ୍ଟରରେ ମାଗଣା କୋଚିଂଗ ଦେଇ ମାତ୍ର ୩ ବର୍ଷ ଭିତରେ ୩୦୦ ପିଲାଙ୍କୁ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରିବାରେ ମୁଖ୍ୟ ଭୂମିକା ନିଭେଇଥିଲେ । ଆଉ ୟୁପିଏସ୍ସି -୨୦୨୧ ପରୀକ୍ଷାରେ ୬୩୮ ରାଙ୍କ ହାସଲ କରି ନିଜେ ବି ସିଭିଲ ସର୍ଭିସ ସେବାରେ ଯିବା ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ । ୟୁପିଏସ୍ସି କିଛି ବିଶେଷ ଶ୍ରେଣୀର ଆଶାୟୀଙ୍କ ପାଇଁ କିଛିଟା ଛୁଟକାରା ଦେଇଛି । ଯାହାଦ୍ୱାରା ଅନେକେ ଛାତ୍ର ବଡ ଧରଣର ସାହାଯ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.