Below header

ସ୍କୁଟି କାନ୍ଧେଇକି ରାସ୍ତାରେ ଚାଲିଲେ ବ୍ୟକ୍ତି, କାରଣ ଜାଣିଲେ ହସି ହସି ଗଡ଼ିବେ; ଦେଖନ୍ତୁ ଭିଡିଓ

ପେଟ୍ରୋଲର ବର୍ଦ୍ଧିତ ଦରକୁ ନେଇ ଏବେ ଦେଶରେ ମାହୋଲ ସରଗରମ ରହିଛି। ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଗେମନ ବ୍ରିଜ୍‌ ନିକଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍କୁଟିକୁ କାନ୍ଧରେ ଟେକି ଟେକି ନେଉଥିବା ଦେଖାଯାଇଛି। ଭିଡିଓଟି ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି। ତେବେ ବ୍ୟକ୍ତି ଜଣକ କିଏ ଓ କାହିଁକି ଏଭଳି ସ୍କୁଟିକୁ ଟେକି ଟେକି ନେଉଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ମାତ୍ର ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ପେଟ୍ରୋଲ ଦାମ୍‌ ୧୦୦ ଟଙ୍କା ପାର ହେବା ଯୋଗୁ ବ୍ୟକ୍ତି ରାଗରେ ସ୍କୁଟିକୁ କାନ୍ଧରେ ଟେକି ଟେକି ନେଉଛନ୍ତି। ସେହିପରି ଆଉ କିଛି କହୁଛନ୍ତି ବୋଧେ ତାଙ୍କ ଗାଡ଼ି ଖରାପ ଅଛି। ମାତ୍ର ଏବେ ଯାଏଁ ସତ କ’ଣ ତାହା ଜଣାପଡ଼ିନାହିଁ। ତେବେ ସତ କ’ଣ ଜାଣିବାକୁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜିବାରେ ଲାଗି ପଡ଼ିଛନ୍ତି।

ପ୍ରକାଶ ଯେ ଏବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ହୁ ହୁ ହୋଇ ବଢ଼ୁଛି। ଏଣୁ ଲୋକମାନେ ତେଲପକା ଗାଡ଼ିକୁ ଛାଡ଼ି ଇଲେକ୍ଟ୍ରିକ୍‌ ବାଇକ୍‌ କିମ୍ବା ସାଇକେଲ ଚଲାଇବାକୁ ଇଚ୍ଛା କଲେଣି। ଭାରତର କେତେକ ସହରରେ ଏବେ ପେଟ୍ରେଲ ଦାମ୍‌ ୧୦୦ ଟଙ୍କା ପାର କରିସାରିଲାଣି। ଏଣୁ ଏହାକୁ ବିରୋଧ କରି କିଛି ଦିନ ତଳେ ଭାରତ ବନ୍ଦ ମଧ୍ୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.