ଏଇ ରାଜଧାନୀରେ, ମିଠା କଥା କହି ବନ୍ଧୁତା କଲେ ତା ପରେ ଚା’ ଦେଇ ସବୁ ଚୋରାଇ ନେଲେ
ଭୁବନେଶ୍ବର (କେନ୍ୟୁଜ) : ସାବଧାନ୍ ମାତିଛନ୍ତି ନିଶାଦିଆ ଲୁଟେରା। ଏଣିକି ଆଉ ସିଧାସଳଖ ନୁହେଁ ଅଭିନବ ଉପାୟରେ ଲୁଟୁଛନ୍ତି ସାଧାରଣ ଲୋକଙ୍କୁ। ରାଜଧାନୀରେ ପୁଣି ଜଣଙ୍କ ଠାରୁ ହୋଇଛି ଲୁଟ୍। ଚା’ରେ ନିଶା ଦେଇ ସୁନା ଚେନ, ମୁଦି ଓ ଟଙ୍କା ଲୁଟ୍ କରିଛନ୍ତି ଲୁଟେରା। ତେବେ ଲୁଟ୍ର ଶିକାର ବ୍ୟକ୍ତିଙ୍କ ନାଁ ଗଙ୍ଗାଧର ସାହୁ ଏବଂ ସେ ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିଲେ । ବସରେ ଆସିବା ବେଳେ ଜଣେ ଲୋକ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଚା ପିଇବାକୁ ଦେଇଥିଲେ ।
ଏହାପରେ ସତ୍ୟନଗର ଯିବେ କହି ଗଙ୍ଗାଧରଙ୍କୁ ସେ କାର୍ରେ ନେଇ ଯାଇଥିଲେ । ହେଲେ କାରରେ ବସିବା ପରେ ଗଙ୍ଗାଧର ବେହୋସ ହୋଇପଡ଼ିଥିଲେ । ଆଜି ସକାଳେ ତାଙ୍କ ଚେତା ଫେରିବା ପରେ ସେ ଭରତପୁର ଜଙ୍ଗଲରେ ଥିବା ଜାଣିବାକୁ ପାଇଥିଲେ । ତାଙ୍କ ନିକଟରୁ ସୁନା ଚେନ, ମୁଦି ଓ ଟଙ୍କା ଲୁଟ୍ ହୋଇଥିବା ଗଙ୍ଗାଧର ଅଭିଯୋଗ କରିଛନ୍ତି । ତେଶୁ ସାବଧାନ୍, ଆପଣଙ୍କ ସହ ବି ଏପରି ଘଟିପାରେ।