ଇନ୍ଷ୍ଟାଗ୍ରାମରେ ଆସିଲା ନୂଆ ଫିଚର, Live ଯାଉଥିବା ଲୋକଙ୍କ ପାଇଁ ଖାସ୍
ଇନ୍ଷ୍ଟାଗ୍ରାମ ‘Live Rooms’ର ଘୋଷଣା କରିଦେଇଛି। ଏଣିକି ଏଥିରେ ୟୁଜରମାନେ କୌଣସି ଲାଇଭ୍ ବ୍ରଡ୍କାଷ୍ଟ ସମୟରେ ୪ ଜଣଙ୍କୁ ଆଡ୍ କରିପାରିବେ। ପୂର୍ବରୁ ଇନ୍ଷ୍ଟାଗ୍ରାମ ଲାଇଭ୍ ସମୟରେ ଜଣେ ହିଁ ୟୁଜର ଆଡ୍ ହୋଇପାରୁଥିଲେ। କରୋନା ମହାମାରୀ ସମୟରେ ଇନ୍ଷ୍ଟାଗ୍ରାମ ଲାଇଭ୍ ଫିଚର ବହୁଳ ବ୍ୟବହୃତ ହେଉଥିଲା। ସେଲିବ୍ରିଟିମାନେ ଅନ୍ୟ ସେଲିବ୍ରିଟିଙ୍କ ସହ ଚ୍ୟାଟ୍ କରିବା ପାଇଁ ଏହି ଫିଚରକୁ ଅଧିକ ବ୍ୟବହାର କରୁଥିଲେ।
କହି ରଖୁଛୁ, ଇନ୍ଷ୍ଟାଗ୍ରାମ ଲାଇଭ୍ ୟୁଜର୍ସ କ୍ରିଏଟର୍ସଙ୍କୁ ସପୋର୍ଟ କରିବା ପାଇଁ ତାଙ୍କ ଲାଗି ବ୍ୟାଜ୍ କିଣିପାରିବ। ଲାଇଭ୍ ଭ୍ୟୁୟର୍ସ ହୋଷ୍ଟ ପାଇଁ ଏବେ ବ୍ୟାଜ୍ କିଣିପାରିବେ, ଏଥିରେ ଭର୍ଚୁଆଲ ଫଣ୍ଡିଙ୍ଗ୍ ହୋଇଯିବ। ଇନ୍ଷ୍ଟାଗ୍ରାମ କହିଛି କି, ଆଗାମୀ କିଛି ମାସ ଭିତରେ ଏହା ମଡେରେଟର୍ସଙ୍କ ପାଇଁ କଣ୍ଟ୍ରୋଲ ବି ଆଣିବ। ଏହା ଜରିଆରେ ଲାଇଭ୍ ସେଶନ୍ସକୁ ବଢ଼ିଆ ଭାବେ ସଞ୍ଚାଳନ କରିବାରେ ଇନ୍ଷ୍ଟାଗ୍ରାମକୁ ସହାୟତା ମିଳିପାରିବ।
ଏମିତି ଷ୍ଟୋର୍ କରନ୍ତୁ ଲାଇଭ୍ ରୁମ୍
ଇନ୍ଷ୍ଟାଗ୍ରାମ ଆପ୍କୁ ଯାଇ ଆପଣଙ୍କୁ ରାଇଟ୍ ସ୍ୱାଇପ୍ କରିବାକୁ ହେବ ଏବଂ ଲାଇଭ୍ କ୍ୟାମେରା ଅପ୍ଶନରେ ଟ୍ୟାପ୍ କରିବାକୁ ପଡ଼ିବ। ଆପଣ ନିଜ ଲାଇଭ୍ ବ୍ରଡ୍କାଷ୍ଟକୁ ଏକ ଟାଇଟଲ ଦେଇପାରିବେ। ଏଥିସହିତ ସେଶନକୁ ଜଏନ୍ କରିବାକୁ ଥିବା ଲୋକଙ୍କୁ ବ୍ୟାଜ୍ ଦେଇପାରିବେ।
ବ୍ରଡ୍କାଷ୍ଟର ସ୍କ୍ରିନ୍କୁ ଟ୍ୟାପ୍ କରିବାରେ ହିଁ ନଜର ଆସିବ। ପରେ ୩ ଜଣ ଲୋକଙ୍କୁ ଗୋଟିଏ ଗୋଟିଏ କରି, ନଚେତ୍ ଏକାଥରକେ ଆଡ୍ କରାଯାଇ ପାରିବ। ଇନ୍ଷ୍ଟାଗ୍ରାମ ଗେଷ୍ଟଙ୍କୁ ପରେ ଆଡ୍ କରିବାର ଅପ୍ଶନ ମଧ୍ୟ ଦେଇଥାଏ। କମ୍ପାନୀର କହିବା ହେଲା, ଏକସାଥୀରେ ଲାଇଭ୍ ଯିବାରେ ୟୁଜରମାନଙ୍କୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ ମିଳିପାରିବ।