ବୁଦ୍ଧି ଖଟାଇ କରି ଦେଲେ ଏକଦମ୍‌ ଦେଶୀ ଯୁଗାଡ଼, ଏବେ ପେଟ୍ରୋଲ ପକାଇବାର ଚିନ୍ତା ନାହିଁ

ମଣିଷ ପାଖରେ ବୁଦ୍ଧି ଥିଲେ ସେ ସବୁ କିଛି କରିପାରିବ । ଏମିତିକି କିଛି ବି ଜିନିଷକୁ ଅନେକ ପ୍ରକାର ରୂପ ମଧ୍ୟ ଦେଇ ପାରିବ । ଯାହାକୁ ଖାସ କରି ଆମ ଭାରତବାସୀ ଦେଶୀ ଜୁଗାଡ ବୋଲି କହିଥାଆନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି ।

ତେବେ ସୋସିଆଲ ମିଡିଆରେ ଆନେକ ପ୍ରକାର ଦେଶୀ ଯୁଗାଡର ଭିଡିଓ ଭାଇରାଲ ହେଉଥିବାର ଆପଣ ଦେଖିଥିବେ । ପୂର୍ବରୁ ଆମେ ମଧ୍ୟ ଆପଣଙ୍କୁ ବହୁ ଦେଶୀ କୌଶଳକୁ ଆପଣାଇଥିବା ଲୋକଙ୍କ ଭିଡିଓ ଦେଖାଇଛୁ । ତେବେ ବର୍ତ୍ତମାନ ଦିନକୁ ଦିନ ପେଟ୍ରୋଲର ମୂଲ୍ୟ ବଢିବାରେ ଲାଗିଛି । ତେବେ ଦାମ୍‌ ଯାହା ହେଉ ନା କାହିଁକି ନିଜ କାମ ପାଇଁ ଗାଡିରେ ପେଟ୍ରୋଲ ପକାଇବାକୁ ତ ପଡ଼ିବ । ତେବେ ଏହି ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ସେଥି ପାଇଁ ଅନେକ ଲୋକେ ଇଲେକଟ୍ରି ଗାଡ଼ି କିଣି ସାରିଲେଣି । ସେହିପରି ତେଲ ଦରରୁ ମୁକ୍ତି ପାଇବା ପାଇଁ ପେଟ୍ରୋଲ ଚାଳିତ ଗାଡିକୁ ଇଲେକ୍ଟ୍ରିରେ ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି କିଛି ଲୋକେ ।

ବର୍ତ୍ତମାନ କିଛି ଲୋକେ ଗାଡି ଛାଡି ସାଇକେଲ ଚଳାଇବା ମଧ୍ୟ ଆରମ୍ଭ କରି ଦେଲେଣି । ଆଉ ଆମ ଭିତରେ ଏମିତି ବି ଲୋକ ଅଛନ୍ତି ଯିଏ ନା ସାଇକେଲ ଚଳାଇବାକୁ ରାଜି ନା ଗାଡ଼ି ଚଳାଇବାକୁ । ତେଣୁ ନିଜ ବୁଦ୍ଧିରେ ସାଇକେଲକୁ ଅଧିକ ବେଗବାନ୍‌ କରାଇବାର କୌଶଳ ବାହାର କରିଛନ୍ତି । ସେମିତି ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯିଏ କି ସାଇକେଲକୁ କରି ଦେଇଛନ୍ତି ବୁଲେଟ , ସେ ପୁଣି ରୟାଲ ଏନଫିଲ୍ଡ୍ସ। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗାଡିରେ ପୁଣି ପେଟ୍ରୋଲ ବି ଦରକାର ନାହିଁ ।

 

View this post on Instagram

 

A post shared by kunal Diwakar (@upcopmanish)


ଆପଣ ଦେଖି ପାରୁଥିବେ ନିଜ ସ୍ତ୍ରୀଙ୍କୁ ବସାଇ ବ୍ୟକ୍ତି ଜଣଙ୍କ କିପରି ଭାବେ ଏହି ଗାଡିକୁ ରାସ୍ତା ମଝିରେ ଚଲାଉଛନ୍ତି । ପୁଣି ଏହି ଗାଡି ଜୋରରେ ମଧ୍ୟ ଗଡୁଛି । ଏଭଳି ଏକ ନୂଆ ଡିଜାଇନ୍‌ର ଗାଡିରେ ବସି ସ୍ୱାମୀ ସ୍ତ୍ରୀ ଯାଉଛନ୍ତି । ଯାହାକୁ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ । ଏ ନୂଆ ପ୍ରକାର ଗାଡ଼ି ।ସମାନଙ୍କ ମନରେ ଏତେ କୌତୁହଳ ସୃଷ୍ଟି କରିଛି ଯେ ଅନେକ ଲୋକେ ଗାଡିର ଫଟୋ ଉଠାଇବା ସହିତ ଏହାର ଭିଡିଓ ମଧ୍ୟ କରିଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ସାଇକେଲଟିକୁ ବ୍ୟକ୍ତି ଜଣକ ବଢ଼ିଆ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି । ଗାଡିର ପଛରେ ମଧ୍ୟ ଅନ୍ୟ ଜଣେ ବସିବା ପାଇଁ ରୟାଲ ଏନଫିଲ୍ଡର ସିଟ ଲଗାଇଛନ୍ତି । ସାଇକେଲଟିକୁ ଏମିତି କରିଛନ୍ତି ଯେ ଲାଗୁଛି ପୂରା ବୁଲେଟ୍‌ ମୋଟର ସାଇକେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.