Below header

ପେଟ ପାଇଁ ଗଳି କନ୍ଦିରେ ବୁଲି ବୁଲି କରୁଛନ୍ତି ସୂତା ବେପାର

ଜୀବନ ଜୀବିକା କଥା ଉଠିଲେ ସାମ୍ନାକୁ ଆସେ ଅନେକ ପ୍ରସଙ୍ଗ l କିଏ କେମିତି ଜୀବନ ଜିଉଛି ଓ ଜୀବିକା ନିର୍ବାହ କରି ପେଟ ପୋଷୁଛି ପ୍ରତିଦିନ ଆମ ନଜରକୁ ଆସେ କେତେ କେତେ ଦୃଶ୍ୟ । କିନ୍ତୁ ବେଳେ ବେଳେ ଏମିତି କିଛି କଥା ଆମ ସାମନାକୁ ଆସେ ଯାହା ଆମ ଆଖି ଖୋଲିଦିଏ । ଆମେ ତା ଆଗରେ ନିଜକୁ ନ୍ୟୂନ ଭାବୁ । ଆଉ ମନକୁ ଆସେ,ସତରେ ସଂସାରେ ଏମତି ଲୋକ ବି ଅଛନ୍ତି ? ଯିଏ ପରିବାର ପାଇଁ ନିଜକୁ ତିଳ ତିଳ ଜାଳି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରନ୍ତି l

କାନ୍ଧରେ ବ୍ୟାଗ ଆଉ ଦେହସାରା ହରେକ ରକମର ଜିନିଷ । ଏଇ ଅଦଭୁତ ଲାଗୁଥିବା ଲୋକଟି ରାସ୍ତା ପାରି ହେଉଥିବାର ଦେଖିଲୁ । ଭୁବନେଶ୍ୱର ଭଳି ସହରରେ ଏମିତି ଜଣେ ଲୋକଙ୍କୁ ଦେଖଇ ଆମ ମନରେ ଉତ୍କକଣ୍ଠା ହେଲା । ତେଣୁ ତାଙ୍କ ପିଛା ଧରିଲୁ । ସତରେ ଦର୍ଶକ ବନ୍ଧୁ, ଜୀବନ ଜୀବିକା କଥା ଉଠିଲେ ସାମ୍ନାକୁ ଆସେ ଅନେକ ପ୍ରସଙ୍ଗ l କିଏ କେମିତି ଜୀବନ ଜିଉଛି ଓ ଜୀବିକା ନିର୍ବାହ କରି ପେଟ ପୋଷୁଛି ପ୍ରତିଦିନ ଆମ ନଜରକୁ ଆସେ କେତେ କେତେ ଦୃଶ୍ୟ । କିନ୍ତୁ ବେଳେ ବେଳେ ଏମିତି କିଛି କଥା ଆମ ସାମନାକୁ ଆସେ ଯାହା ଆମ ଆଖି ଖୋଲିଦିଏ । ଆମେ ତା ଆଗରେ ନିଜକୁ ନ୍ୟୂନ ଭାବୁ । ଆଉ ମନକୁ ଆସେ,ସତରେ ସଂସାରେ ଏମତି ଲୋକ ବି ଅଛନ୍ତି ? ଯିଏ ପରିବାର ପାଇଁ ନିଜକୁ ତିଳ ତିଳ ଜାଳି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରନ୍ତି l କେଇ ମୁଠା ଦାନା ପାଇଁ ସେମାନଙ୍କୁ କେତେ ଯେ କଷ୍ଟ ଦୁଃଖ ଯନ୍ତ୍ରଣାର ସାମନା କରିବାକୁ ପଡ଼େ ତାର ହିସାବ ସେମାନେ ନିଜେ ବି ରଖି ପାରନ୍ତି ନାହିଁ । ହେଲେ ଏତେ ତ୍ୟାଗ କରି ବି କେବେ ସେମାନଙ୍କ ମୁହଁରେ ଦୁଃଖ ଅବସାଦ ଦେଖିବାକୁ ମିଳେନି । ଆମେ ଆଜି ସେହିଭଳି ଜଣେ ମଣିଷଙ୍କୁ ଆପଣମାନଙ୍କ ଭେଟ କରାଇବୁ ।

ରାଜଧାନୀ ଭୁବନେଶ୍ୱରରେ ଜୀବନ ସଂଗ୍ରାମ କରୁଥିବା ଏଇ ବ୍ୟକ୍ତିଙ୍କ ସକାରାତ୍ମକ ମନ ଓ କାମ ଆପଣଙ୍କୁ ବି ପ୍ରେରଣା ଦେବ । ଯାହାଙ୍କ କଥା ଯେତେ କହିଲେବି କମ ପଡିବ ସମସ୍ତ ପାଇଁ l ଏବ୍ୟକ୍ତି ଜଣଙ୍କୁ ଆମେ ଦେଖିଲୁ ଯେତେବେଳେ ଘଡିଏ ଭାବିଲୁ ସୃଷ୍ଟି ବଡ଼ ବିଚିତ୍ର l ନହେଲେ ଆଜିକାଲି ଯୁଗରେ ନିଜେ ସ୍ୱାର୍ଥପର ହୋଇ ଯେତେବେଳେ ସନ୍ତାନମାନେ ନିଜ ଜନ୍ମ କଲା ବାପା ମାଆଙ୍କୁ ବି ପର କରି ଦେଉଛନ୍ତି ସେଠି ଏ ବାବୁ ଜଣକ ପରିବାର ପାଇର୍ ଖଟି ଚାଲିଛନ୍ତି ଅହରହ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ସହରର ଗଳି କନ୍ଦିରେ ବୁଲି ବୁଲି ବ୍ୟବସାୟ କରୁଛନ୍ତି l କିଏ ସାଇକେଲ ତ କିଏ ଟ୍ରଲି ନହେଲେ ଲୁନା ଗାଡ଼ିରେ କିଛି ଜିନିଷ ଲଦି ବେପାର କରନ୍ତି l ପରିବାର ପ୍ରତିପୋଷଣ କୁହନ୍ତୁ କି ନିଜ ପେଟ ପାଟଣା କଥା କିହନ୍ତୁ, ସେମାନେ ଏଭଳି ଜୀବିକା ଜରିଆରେ ଜିଉଛନ୍ତି । ସେମାନଙ୍କ ଭିତରେ ଇଏବି ଜଣେ ମଣିଷ । ନିଜ ଶରୀରକୁ ନିଜର ସୋକେସ୍‌ କରି ଦେହରେ ରଡ଼ ଓହଳାଇଛନ୍ତି । ସେଥିରେ ସିନ୍ଦୁର, ଟିକିଲି, ପାନିଆ, ନେଲ ପଲିସ, ସବୁଠୁ ବେଶି ବିଭିନ୍ନ ରଙ୍ଗର ସୂତା ଓହଳାଇ ଏସହରରୁ ସେ ସହର ବୁଲୁଛନ୍ତି । ସେଇ ତାଙ୍କର ବ୍ୟବସାୟ ସେଇ ତାଙ୍କର ପେଟପାଟଣା । ତେବେ ଆସନ୍ତୁ ଜାଣିବା ସେଇ ନିଆରା ବ୍ୟକ୍ତଙ୍କ ବିଷୟରେ । ନାଁ ତାଙ୍କର ସେକ ଫକୀରୁଦ୍ଦିନ l ଘର ଖୁଦିଆରି ବଜାର l ଆଜିକୁ ଦୀର୍ଘ ବର୍ଷ ହେଲାଣି ଫକୀରୁଦ୍ଦିନ ଏହି ବ୍ୟବସାୟ କରି ଆସୁଛନ୍ତି l ନିଜ ପାଖରେ ରଖିଥିବା ଛୁଞ୍ଚି ସୂତା ଠାରୁ ଆରମ୍ଭ କରି ଉକୁଣୀ ପାନିଆ, ହାତ ଖଡୁ ପୁଣି ବେକ ମାଳି ସବୁ ରଖି ଛନ୍ତି । ଗୋଟିଏ ଦୋକାନରେ ଏତିକି ଜିନିଷ ନଥିବ ଯେତିକି ଜିନିଷ ଫକୀରୁଦ୍ଦିନଙ୍କ ପାଖରେ ଅଛି l

ସକାଳୁ ନମାଜ ପାଠ କରି ବ୍ୟବସାୟ ପାଇଁ ଘରୁ ବାହାରି ଆସନ୍ତି ଘରୁ l ରାତି ହେଲେ ଘରକୁ ଫେରନ୍ତି l ଦିନ ସାରା କେତେ କିଲୋମିଟର ଏମିତି ପାଦରେ ଚାଲି ଚାଲି ସହରର ଗଳିକନ୍ଦି ବୁଲୁଥାନ୍ତି । କାହାକୁ କାନ ଖୋଳା ତ କାହାକୁ ଦାନ୍ତଖୁଣ୍ଟା ଯୋଗାଇ ଥାନ୍ତି l ଫକୀରୁଦ୍ଦିନଙ୍କୁ ସମସ୍ତେ ସୂତାବାଲା ଭାଇ ଓ ‘ସୂତାମ୍ୟାନ’ ବୋଲି ଡାକନ୍ତି । ସାଇକେଲ ଖଣ୍ଡେ ବି କରି ନାହାନ୍ତି ସେ । ଜୀବନ ସାରା ଏମିତି ଚାଲି ଚାଲି ବୁଲୁଛନ୍ତି ଜିନିଷର ବୋଝ ବୋହି । ଏହା ଆଦୌ ସହଜ କଥା ନୁହେଁ । କି ଖରା କି ବର୍ଷା ଅବା ଶୀତ । ଏଇ ଛୋଟ ଛୋଟ ଜିନିଷକୁ ଧରି ଘର ଘର ବୁଲୁଥାନ୍ତି ଫକୀରୁଦ୍ଦିନ । ଛୋଟିଆ ଜିନିଷ ହେଲେ ବି ଭାରି ଦରକାରୀ । ଆହୁରି ମଧ୍ୟ ଫକୀରୁଦ୍ଦିନଙ୍କ ବ୍ୟବହାର ଏତେ ଭଲ ଯେ ସେଥିପାଇଁ ସମସ୍ତଙ୍କ ପ୍ରିୟ ପାଲଟିଛନ୍ତି । ତାଙ୍କ ଜୀବନ କଥା ଶୁଣିଲେ ଆପଣବି ପ୍ରେରଣା ପାଇବେ । ତାଙ୍କୁ ପ୍ରଶଂସା କରିବେ ।

ଦୀର୍ଘ କୋଡ଼ିଏ ବାଇଶି ବର୍ଷ ଧରି କେବଳ ଏଇ ବେପାର କରୁଛନ୍ତି । ପରିଶ୍ରମ ଅଧିକ ହେଲେ ବି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳି ଯାଉଛି । ଫେରିବା ସମୟର କିଛି ଠିକଣା ନଥାଏ । ଛଅ ସାତ କିଲୋର ଜିନିଷ ଧରି ବୁଲୁଥାନ୍ତି । ଖାଇବା ଛାଡ଼ନ୍ତୁ ଅଧିକାଂଶ ସମୟରେ କେବଳ ଚା ପାଣିରେ ଦିନ କଟିଯାଏ । ଏଇ ବେପାର ତାଙ୍କୁ ଶିଖାଇ ଦେଇଛି ବେଶ୍‌ କେତୋଟି ଭାଷା । ହିନ୍ଦୀ, ତେଲୁଗୁ ଆଦି କହି ଶିଖିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭରତପୁର ନିକଟରେ ରହୁଛନ୍ତି । ତେବେ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ବଜାର । ତେବେ ବର୍ତ୍ତମାନ ସମୟରେ ସଚ୍ଚୋଟ ପଣିଆର ଆଉ ମୂଲ୍ୟ ନାହିଁ । ମଣିଷ ପଣିଆ ହଜି ଗଲାଣି ବୋଲି କୁହନ୍ତି ଫକୀରୁଦ୍ଦିନ ।

ମୋ ପରିବାର ଲୋକ ବି ଜାଣନ୍ତିନି ମୁଁ ଦୈନିକ କେତେ ବାଟ କଷ୍ଟ କରି ବୁଲେ । ତେବେ ଏଇ ବେପାରକୁ ନେଇ ସେ କୁହନ୍ତି କି ମୋତେ କାହିଁକି ଲାଜ ଲାଗିବ ? ମୁଁ ଚୋରି କରୁନି ପେଟ ପାଇଁ ବେପାର କରୁଛି । ଲାଜ ଲାଗିବ ବା କାହିଁକି ? କଥାରେ ଅଛି ପରା ପେଟ ପୋଷ ନାହିଁ ଦୋଷ । ଯିଏ ନିଷ୍ଠା ଆଉ ସଚ୍ଚୋଟ ଭାବରେ କାମ କରିବ ଆଉ ନିଜ କାମକୁ ଭଲ ପାଇବ ତାର କିଛି ଦୁଃଖ ରହିବ ନାହିଁ । ସତରେ ତୁମକୁ ସଲାମ୍‌ ସୂତାବାଲା ଭାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.