ବାପ ଛେଉଣ୍ଡ ୪ ସନ୍ତାନଙ୍କୁ ଛାଡି ନିଷ୍ଠୁର ମା ଫେରାର୍‌

ନିଜ ଜନ୍ମ କଲା ୪ ସନ୍ତାନଙ୍କୁ ଛାଡି ଗତ ପ୍ରାୟ ୧୫ ଦିନ ହେବ ମା କୁଆଡେ ଚାଲି ଯାଇଛି । ବାପ ଛେଉଣ୍ଡ ୪ ସନ୍ତାନ ଏବେ ବେସାହାରା ହୋଇ ଭୋକ ବିକଳରେ ସାହି ପଡିଶାଙ୍କ ଦୟା ଉପରେ ନିର୍ଭର କରୁଛନ୍ତି । ଘର ଛାଡି ଯିବା ସମୟରେ ମା ନିଜ ସମସ୍ତ ସରକାରୀ କାଗଜପତ୍ର ସାଥିରେ ନେଇ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପୀଡିତ ଶିଶୁ ଓ ପାଖ ପଡିଶା l

ପ୍ରଥମେ ଏହି କୁନି କୁନି ପିଲାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥିଲା ଏବେ ଛାଡ଼ି ଚାଲିଯାଇଛନ୍ତି ମା । ମା ଏହି ଶଦ୍ଦ ଅନେକ କିଛି କହିଥାଏ । ନିଜେ ଦୁଃଖରେ ରହି ଛୁଆର ପେଟ ପୁରାଇ ଥାଏ ମା । ସବୁ କଷ୍ଟକୁ ଓଠ ତଳେ ଚାପି ରଖି ପରିବାର ମୁହଁରେ ହସ ଫୁଟାଇଥାଏ ସେ ହେଉଛି ମା । ଯେଉଁ ମା ଏତେସବୁ କରିପାରେ ସେ ମା କିପରି ଏହି କୁନି କୁନି ଶିଶୁଙ୍କୁ ଛାଡ଼ି ପଳାଇ ଯାଇପାରେ ତାହା ବିଶ୍ୱାସ ହେଉ ନାହିଁ । କିନ୍ତୁ ଏଭଳି ଚିତ୍ର ଦେଖିବାକୁ ମିଳିଛି ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମରେ l ନିଜ ଜନ୍ମ କଲା ୪ ସନ୍ତାନଙ୍କୁ ଛାଡି ଗତ ପ୍ରାୟ ୧୫ ଦିନରୁ ଉର୍ଧ୍ଵ ହେବ ମା କୁଆଡେ ଚାଲି ଯାଇଛି । ବାପ ଛେଉଣ୍ଡ ୪ ସନ୍ତାନ ଏବେ ବେସାହାରା ହୋଇ ଭୋକ ବିକଳରେ ସାହି ପଡିଶାଙ୍କ ଦୟା ଉପରେ ନିର୍ଭର କରୁଛନ୍ତି । ଅନ୍ୟ ପକ୍ଷରେ ଘର ଛାଡି ଯିବା ସମୟରେ ମା ନିଜ ସମସ୍ତ ସରକାରୀ କାଗଜପତ୍ର ସାଥିରେ ନେଇ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପୀଡିତ ଶିଶୁ ଓ ପାଖ ପଡିଶା l

ତଲେଇସର ଗ୍ରାମର ଭୋଳେଶ୍ଵର ଶବର ପ୍ରାୟ ଅଢେଇ ବର୍ଷ ପୂର୍ବେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ l ଭୋଲେଶ୍ଵରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସବିତା ଶବର ନିଜ ୪ ସନ୍ତାନ ବଡ଼ ଝିଅ ପୂର୍ଣ୍ଣିମା, ପୁଅ ପରଦେଶୀ, ଝିଅ ପିଙ୍କି ଓ ୩ ବର୍ଷର ସାନ ପୁଅ ପ୍ରଦୀପକୁ ନେଇ ରହୁଥିଲେ । ବହୁ ଦିନରୁ ସରକାରୀ ସହାୟତାରେ ମିଳିଥିବା ଘରେ ରହି ପଞ୍ଚାୟତରୁ ଚାଉଳ ଆଦି ପାଇବା ସହ କାମଧାମ କରି ଶିଶୁଙ୍କୁ ଲାଳନ ପାଳନ କରି ଆସୁଥିଲା ସବିତା l ତେବେ ଗତ ପ୍ରାୟ ୧୫/୨୦ ଦିନ ହେବ ସବିତା ନିଜ ୪ ସନ୍ତାନଙ୍କୁ ଛାଡି ହଠାତ୍‌ କୁଆଡ଼େ ପଳାଇଯିବାରୁ ୪ ଛୋଟ ଶିଶୁ ମା କୁ ଖୋଜି ଖୋଜି ନୟାନ୍ତ ହେଲେଣି ହେଲେ ମାର କୌଣସି ପତ୍ତା ମିଳୁନି । ଅସହାୟ ଶିଶୁଙ୍କ ଅବସ୍ଥା ଦେଖି ପାଖ ପଡୋଶୀ ଖାଇବାକୁ ଭାତ ଗଣ୍ଡେ ଦେଉଥିବା ବେଳେ ସ୍କୁଲ ଯାଉନଥିବା ଅସହାୟ ୪ ଶିଶୁଙ୍କୁ ସହାୟତା ପାଇଁ ପଡୋଶୀ ଲୋକେ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଗୁହାରି କରିଛନ୍ତି l

ଖବର ପାଇ ସରପଞ୍ଚ ଶ୍ରୀ ପ୍ରଧାନ ଚାଉଳ ଓ କିଛି ଆର୍ଥିକ ସାହାଯ୍ୟ କରିଛନ୍ତି l ତେବେ ଆର୍ଥିକ ଅଭାବ କାରଣରୁ ନିଜ ଜନ୍ମ କଲା ୪ ସନ୍ତାନଙ୍କୁ ଛାଡି ନିଷ୍ଠୁର ମା ଅନ୍ୟତ୍ର ଚାଲିଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ଅସହାୟ ୪ ଶିଶୁଙ୍କ ମବିଷ୍ୟତ ଗଢ଼ିବା ନିମନ୍ତେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ପାଖପଡୋଶୀଙ୍କ ସମେତ ସରପଞ୍ଚ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.