ନିଖୋଜ ନାବାଳିକାଙ୍କ ମୃତଦେହ ଠାବ, ପୋଲିସର ତଦନ୍ତ ଆରମ୍ଭ

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ଜଣେ ନାବାଳିକାଙ୍କ ମୃତଦେହ ଠାବ ହୋଇଛି ।

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ଜଣେ ନାବାଳିକାଙ୍କ ମୃତଦେହ ଠାବ ହୋଇଛି । ବାଇନିବସା ଗ୍ରାମର ଜଣେ ୪ର୍ଥଶ୍ରେଣୀ  ଛାତ୍ରୀ ଗତ ୧୨ଦିନ ତଳେ ରାତିରେ ଖାଇବା ପରେ ଘରେ ଶୋଇଥିଲେ, ସକାଳୁ ଉଠିବା ବେଳେ ସେ ଘରେ ନଥିବା ଦେଖି ପରିବାରଲୋକେ ଆଖପାଖ ଗ୍ରାମରେ ଖୋଜାଖୋଜି କରିଥିଲେ। ନାବାଳିକାଙ୍କ ସନ୍ଧାନ ନପାଇ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ହେଲେ ଆଜି ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ନେଇ  ଛେଳି ଚରାଇବା ପିଲାମାନେ ଦେଖି ଗାଁରେ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ମୃତଦେହର ପୋଷାକ ଦେଖି ନିଜଝିଅ ବୋଲି ଜାଣିପାରି ପୋଲିସକୁ ଖବର ଦେଇଥିଲେ ।  ଖବରପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ୍ ଟିମ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ୍ ସୁଚନା ଦେଇଛି। ଅନ୍ୟପଟେ ନାବାଳିକାଙ୍କୁ କେହି ଘରୁ ଉଠାଇଆଣି ହତ୍ୟା କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.