Below header

ପେଶାରେ ଆଇନଜୀବୀ, ନିଶାରେ ନୃତ୍ୟଶିଳ୍ପୀ: ଗରିବ ପିଲାଙ୍କୁ ଦିଅନ୍ତି ମାଗଣାରେ ଓଡ଼ିଶୀ ନୃତ୍ୟ ଶିକ୍ଷା

ପେଶାରେ ଆଇନଜୀବୀ, ନିଶାରେ ନୃତ୍ୟଶିଳ୍ପୀ। ଦିନରେ ଛାତ୍ରଛାତ୍ରୀଙ୍କୁ ପଢାନ୍ତି ଆଇନ ପାଠ। ରାତିରେ ଗରିବ ପିଲାଙ୍କୁ ଦିଅନ୍ତି ମାଗଣାରେ ଓଡ଼ିଶୀ ନୃତ୍ୟ ଶିକ୍ଷା। ଭୁବନେଶ୍ୱର LIC କଲୋନୀ ବାସିନ୍ଦା ମନୀଷା ମନସ୍ୱନୀ।

ଭୁବନେଶ୍ୱର(କେନ୍ୟୁଜ୍): ପେଶାରେ ଆଇନଜୀବୀ, ନିଶାରେ ନୃତ୍ୟଶିଳ୍ପୀ। ଦିନରେ ଛାତ୍ରଛାତ୍ରୀଙ୍କୁ ପଢାନ୍ତି ଆଇନ ପାଠ। ରାତିରେ ଗରିବ ପିଲାଙ୍କୁ ଦିଅନ୍ତି ମାଗଣାରେ ଓଡ଼ିଶୀ ନୃତ୍ୟ ଶିକ୍ଷା। ଭୁବନେଶ୍ୱର LIC କଲୋନୀ ବାସିନ୍ଦା ମନୀଷା ମନସ୍ୱନୀ। କିଟ୍ ଆଇନ ସ୍କୁଲରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ମନସ୍ୱନୀ ।

ପିଲା ବେଳୁ ତାଙ୍କର ଓଡ଼ିଶୀ ନୃତ୍ୟ ପ୍ରତି ରହିଥିଲା ଦୁର୍ବଳତା। ଆଉ ସେହି ଦୁର୍ବଳତା ଏବେ ରୂପ ନେଇଛି ଆତ୍ମନ ଫାଉଣ୍ଡେସନ ନୃତ୍ୟ ଅନୁଷ୍ଠାନର। ୨୦୧୪ରୁ ମାତ୍ର ୪ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଅନୁଷ୍ଠାନରେ ଏବେ ୪୦ରୁ ୫୦ ଜଣ ଓଡ଼ିଶୀ ଶିଖୁଛନ୍ତି।

ସପ୍ତାହକୁ ୩ ଦିନ ଓଡ଼ିଶୀ ନୃତ୍ୟ ଶିଖାଇଥାନ୍ତି ମନୀଷା। ଆତ୍ମନ ଫାଉଣ୍ଡେସନ ନୃତ୍ୟ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଏବେ ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ବହୁ ସୁନାମ ଆଣିଛନ୍ତି। ବାପା, ମାଆ ଓ ସ୍ୱାମୀଙ୍କ ପ୍ରେରଣା ଯୋଗୁଁ ସେ ଆଗକୁ ବଢିଚାଲିଥିବା କହିଛନ୍ତି।

ୟୁକେ, ଶ୍ରୀଲଙ୍କା ଓ ଇଂଲଣ୍ଡରେ ଓଡିଶୀ ନୃତ୍ୟ ପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀ ଙ୍କୁ ଅନଲାଇନରେ ମଧ୍ୟ ଓଡିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି ମନୀଷା। ବସ୍ତି ବାସିନ୍ଦାଙ୍କ ପିଲାଙ୍କ ମୁହଁରେ ହସ ଫୁଟାଇବା ଓ ଓଡିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ ରଖିଥିବା ମନୀଷାଙ୍କ ମହତ ଉଦ୍ଦେଶ୍ୟ ବେଶ ପ୍ରଶଂସନୀୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.