ଟୋଲପ୍ଲାଜାରେ ଫି ଦେଉଥିଲେ ଆପଣଙ୍କୁ ପେଟ୍ରୋଲ ଠାରୁ ନେଇ ଆମ୍ବୁଲାନ୍ସ ସେବା ପର୍ଯ୍ୟନ୍ତ ସବୁ ସୁବିଧା ମିଳିବ ମାଗଣାରେ

ଆପଣ ନିଜ ବାହନ ନେଇ ଯେତେବେଳେ ଜାତୀୟ ରାଜପଥ ଦେଇ ଯାଆନ୍ତି ସେତେବେଳେ ଟୋଲ ବୁଥ୍‌ ଦେଇ ଗଲାବେଳେ ଫାସଟାଗରୁ ଆପଣଙ୍କ ଟୋଲ ଫି କଟି ଯାଏ ତ ଆଉ କେଉଁଠି ଟଙ୍କା ପଇଠ କଲେ ରସିଦ ଦେଇଦିଆଯାଏ। ଯେତେବେଳେ ବି ଆପଣ ଟୋଲପ୍ଲାଜାରେ ଟଙ୍କା ପଇଠ କରୁଛନ୍ତି ତେଣିକି ତାହା ଫାସଟାଗରେ କିମ୍ବା ଟଙ୍କା ଦେଇ ରସିଦ କାଟୁଛନ୍ତି, ତେବେ ଆପଣଙ୍କୁ ହାଇେଓ୍ଵରେ ଯାତ୍ରା କରିବା ସମୟରେ ଅନେକ ଏମିତି ସୁବିଧା ମିଳୁଛି ଯାହା ବିଷୟରେ ଆପଣ ହୁଏତ ଜାଣି ହିଁ ନାହାଁନ୍ତି। ଆଉ ଏହି ସୁବିଧା ପୁରିପୁରି ଆପଣ ମାଗଣାରେ ପାଇବେ।

ନ୍ୟାସନାଲ ହାଇେଓ୍ଵରେ ଟୋଲ ପଇଠ ଦେବା ପରେ ଯଦି ଆପଣ ଏହି ଖାସ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କିଛି ହେଲ୍ପଲାଇନ ନମ୍ବର ନିଜ ପାଖରେ ନିଶ୍ଚୟ ରଖିବା ଉଚିତ। ଯାହାଦ୍ୱାରା ଅସୁବିଧା ସମୟରେ ଆପଣ ଏହାର ଉପଯୋଗ କରି ସୁବିଧା ପାଇପାରିବେ। ଏହି ସର୍ଭିସ ମଧ୍ୟରୁ ନମ୍ବର ହେଲ୍ପଲାଇନ, କ୍ରେନ ସର୍ଭିସ, ଆମ୍ବୁଲାନ୍ସ ସର୍ଭିସ ଏବଂ ପେଟ୍ରୋଲ ସର୍ଭିସ ସାମିଲ ରହିଛି।

ଜାତୀୟ ରାଜପଥ ପ୍ରାଧିକରଣ ଯାତ୍ରା କରିବା ସମୟରେ ଟୋଲ ଶୁଳ୍କ ବଦଳରେ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇଥାଏ। ଏହି ଚାରି ନମ୍ବର ଆପଣଙ୍କୁ ନ୍ୟାସନାଲ ହାଇେଓ୍ଵ ଅଥରିଟୀ ଅଫ୍‌ ଇଣ୍ଡିଆର େଓ୍ଵବସାଇଟ ରେ ମଧ୍ୟ ମିଳିଯିବ। ଭଲ କଥା ହେଉଛି ଏହି ସମସ୍ତ ହେଲ୍ପଲାଇନ ନମ୍ବର ତୁରନ୍ତ ରେସପଣ୍ଡ କରନ୍ତି। ଯାହାପରେ ଆପଣଙ୍କୁ ତୁରନ୍ତ ହିଁ ସାହାଯ୍ୟ ଯୋଗାଇଦିଆଯାଏ।

ମେଡିକାଲ ଏମରଜେନ୍ସୀ ନମ୍ବରରେ କଲ୍‌ କରିବାର ୧୦ ମିନିଟ୍‌ ଭିତରେ ଆସିଯାଏ ଆମ୍ବୁଲାନ୍ସ

ଜାତୀୟ ରାଜପଥରେ ଯାତ୍ରା କରିବା ସମୟରେ ମେଡିକାଲ ଏମରଜେନ୍ସୀ ସ୍ଥିତି ଆସିଯାଏ, ଅର୍ଥାତ୍‌ ଆପଣ କିମ୍ବା ଆପଣଙ୍କ ସହ ଯାତ୍ରା କରୁଥିବା ଲୋକ ବି କ୍ଷତି ସହିଥାନ୍ତି। ଏମିତିରେ ମେଡିକାଲ ଏମରଜେନ୍ସୀ ଫୋନ ନମ୍ବରରେ କଲ୍‌ କରନ୍ତୁ। ଆପଣ କଲ୍‌ କରିବାର ୧୦ ମିନିଟ ଭିତରେ ହିଁ ଆମ୍ବୁଲାନ୍ସ ଆସିଯିବା ଜାତୀୟ ରାଜମାର୍ଗ ପ୍ରାଧିକରଣ ଆମ୍ବୁଲାନ୍ସ ଉପଲବ୍ଧ କରାଉଥିବା ହେଲ୍ପଲାଇନ ନମ୍ବର ହେଉଛି ୮୫୭୭୦୫୧୦୦୦ ଏବଂ ୭୨୩୭୯୯୯୯୧୧। ଯଦି ମାମଲା ସାମାନ୍ୟ ଥାଏ ତାହେଲେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଏ, ନଚେତ ଆମ୍ବୁଲାସ ତୁରନ୍ତ ଆପଣଙ୍କୁ ନିକଟସ୍ଥ ହସପିଟାଲ ପର୍ଯ୍ୟନ୍ତ ପହଁଚାଇଦିଏ।

ହେଲ୍ପଲାଇନ ନମ୍ବରରେ ତୁରନ୍ତ ମିଳିବ ସାହାଯ୍ୟ

ଯଦି ରାସ୍ଥାରେ ଆପଣ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ନ୍ୟାସନାଲ ଅଥରିଟୀ ହେଲ୍ପଲାଇନ ନମ୍ବର ୧୦୩୩ କିମ୍ବା ୧୦୮ରେ ଫୋନ କରନ୍ତୁ। ଆପଣଙ୍କୁ ତୁରନ୍ତ ସାହାଯ୍ୟ ମିଳିଯିବ। ଏହି ସେବା ଲଗାତର ୨୪ ଘଣ୍ଟା ଚାଲୁଥାଏ। ଆପଣଙ୍କ କଲ୍‌ ପାଇବା ପରେ ଆପଣଙ୍କୁ ସାହାଯ୍ୟ ସହଯୋଗ ତୁରନ୍ତ ମିଳିଯିବ।

tollsଯଦି ରାସ୍ତାରେ ପେଟ୍ରୋଲ ସରିଯାଏ ତାହେଲେ ମିଳିବ ସାହାଯ୍ୟ

ଯଦି ଅଚାନକ କୌଣସି କାରଣବସତଃ ଆପଣଙ୍କ ଗାଡିର ଇନ୍ଧନ ଶେଷ ହୋଇଯାଏ ତାହେଲେ ଚିନ୍ତା କରନ୍ତୁନାହିଁ। ଆପଣ ରାସ୍ତା ପାର୍ଶ୍ୱରେ ଗାଡିକୁ ଛିଡା କରନ୍ତୁ। ରସିଦରେ ଦିଆଯାଇଥିବା ହେଲ୍ପ ଲାଇନ ନମ୍ବର କିମ୍ବା ପେଟ୍ରୋଲ ନମ୍ବରକୁ ଫୋନ କରନ୍ତୁ। ଆପଣଙ୍କୁ ତୁରନ୍ତ ୫ କିମ୍ବା ୧୦ ଲିଟର ତେଲର ସହଯୋଗ ମିଳିଯିବ। ତେବେ ଏହି ପେଟ୍ରୋଲର ଟଙ୍କା ଆପଣଙ୍କୁ ପେମେଣ୍ଟ କରିବାକୁ ହେବ। ପେଟ୍ରୋଲ ହେଲ୍ପଲାଇନ ନମ୍ବର ୮୫୭୭୦୫୧୦୦୦, ୭୨୩୭୯୯୯୯୪୪।

ଗାଡି ଖରାପ ହେଲେ ମେକାନିକ ଏବଂ ଟୋ ର ସୁବିଧା ବି ମିଳିବ

ଯଦି ଯାତ୍ରା ସମୟରେ କାର କିମ୍ବା ବାହନରେ କୌଣସି ତୃଟି ଦେଖାଯାଉଛି ତାହେଲେ ନ୍ୟାସନାଲ ହାଇେଓ୍ଵର ହେଲ୍ପ ଲାଇନ ଆପଣଙ୍କୁ ତୁରନ୍ତ ସାହାଯ୍ୟ ଦେବ। ମେକାନିକ ସହ ଆପଣଙ୍କ ପାଖରେ ସାହାଯ୍ୟ ଯୋଗାଇବାକୁ ପହଁଚିଯିବ ଜାତୀୟ ରାଜପଥ ପ୍ରାଧିକରଣର ସର୍ଭିସ। ମେକାନିକକୁ ନେଇ ଆସିବାର ସୁବିଧା ବି ଆପଣଙ୍କୁ ମାଗଣାରେ ମିଳିବ। କିନ୍ତୁ ଆପଣଙ୍କ କାର କିମ୍ବା ବାହନର ଯେଉଁ ପାର୍ଟ୍ସ ଲାଗିବ ତାର ଚାର୍ଜ ନିଶ୍ଚୟ ମେକାନିକ ନେବ।

ଆହୁରି ବି ଯଦି ସମସ୍ୟାର ସମାଧାନ ସେଠାରେ ନହେଉଛି ତାହେଲେ ବାହନକୁ କ୍ରେନ ଉଠାଇ ନିକଟବର୍ତ୍ତୀ ସର୍ଭିସ ସେଣ୍ଟର ପର୍ଯ୍ୟନ୍ତ ପହଁଚାଇଦେବ। ନ୍ୟାସନାଲ ହାଇେଓ୍ଵ ଅଥରିଟୀ ବା ହେଲ୍ପ ଲାଇନ ନମ୍ବର ୮୫୭୭୦୫୧୦୦୦, ୭୨୩୭୯୯୯୯୫୫।

ନ୍ୟାସନାଲ ହାଇେଓ୍ଵ ଅଥରିଟୀର ଏହି ନମ୍ବରକୁ ନିଶ୍ଚୟ ନିଜ ପାଖରେ ରଖନ୍ତୁ।

ହେଲ୍ପ ଲାଇନ ନମ୍ବର – ୧୦୩୩, ୧୦୮
କ୍ରେନ ହେଲ୍ପ ଲାଇନ ନମ୍ବର – ୮୫୭୭୦୫୧୦୦୦, ୭୨୩୭୯୯୯୯୫୫
ଆମ୍ବୁଲାନ୍ସ ହେଲ୍ପ ଲାଇନ ନମ୍ବର – ୮୫୭୭୦୫୧୦୦୦, ୭୨୩୭୯୯୯୯୧୧
ପେଟ୍ରୋଲ ହେଲ୍ପଲାଇନ ନମ୍ବର ୮୫୭୭୦୫୧୦୦୦, ୭୨୩୭୯୯୯୯୪୪

ଏହି ସମସ୍ତ ସର୍ଭିସ ଆପଣଙ୍କ ଦ୍ୱାରା ଟୋଲ ବୁଥରେ କରାଯାଉଥିବା ପେମେଣ୍ଟ ବଦଳରେ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.