Below header

୧୦୩ ବର୍ଷ ବୃଦ୍ଧଙ୍କୁ ବି ଆହୁରି ସନ୍ତାନ ଜନ୍ମ କରିବାକୁ ଇଚ୍ଛା: ୧୦୦ରୁ ଅଧିକ ନାତି ନାତୁଣୀ ଥାଇବି କଲେ ତୃତୀୟ ବିବାହ

ଅନେକ ଲୋକଙ୍କ ପାଇଁ ବିବାହ ଏକ ସୁନ୍ଦର ସ୍ୱପ୍ନ ହୋଇଥିବାବେଳେ କେତେକଙ୍କ ପାଇଁ ଏହା କେବଳ ବଂଶକୁ ଆଗକୁ ବଢାଇବା ପାଇଁ ଏକ ମାଧ୍ୟମ । ସାଧାରଣତ ଲୋକମାନେ ଜୀବନରେ ଗୋଟିଏ ଥର ହିଁ ବିବାହ କରିଥାନ୍ତି। କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନେ ଏକରୁ ଅଧିକ ବିବାହ କରିଥାନ୍ତି।| ବୟସର ଅପରାହ୍ନରେ ବି ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିବାହ କରିବାକୁ ଚିନ୍ତା କରିଥାନ୍ତି। ଏମିତି ଜଣେ ଇରାକୀ ବ୍ୟକ୍ତି ହେଉଛନ୍ତି ହାଜି ମୁଖଲିଫ୍ ଫରହୋଦ ଅଲ-ମାନସୁରୀ(Hajji Mukheilif Farhoud Al-Mansouri)।

ଇରାକରେ ରହୁଥିବା ଅଲ-ମାନସୁରୀଙ୍କୁ ୧୦୩ ବର୍ଷ। ଯିଏକି ନିକଟରେ ୩୭ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଛନ୍ତି। ଏହା ତାଙ୍କର ତୃତୀୟ ବିବାହ ବୋଲି ଜଣାପଡିଛି । ବିବାହ ଉତ୍ସବରେ ଅଲ-ମାନସୁରୀଙ୍କ ୧୫ ପିଲା ଏବଂ ୧୦୦ ରୁ ଅଧିକ ନାତି ନାତୁଣୀ ଯୋଗ ଦେଇଥିଲେ। ସୂଚନାରୁ ଜଣାପଡିଛି ଯେ “ଅଧିକ ସନ୍ତାନ ମାନଙ୍କର ଇଚ୍ଛା” ହେତୁ ଅଲ-ମାନସୁରୀ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସୂଚନା ଅନୁଯାୟୀ, ଅଲ-ମାନସୁରୀ ଇରାକର ଅଲ-ଦିୱାନିଆ ନାମକ ଏକ ସହରରେ ବସବାସ କରନ୍ତି। ୧୯୧୯ ମସିହାରେ ଜନ୍ମ ହୋଇଥିବା ମାନସୁରୀ ଗତ ସପ୍ତାହରେ ସୋମର ଅଞ୍ଚଳର ୩୭ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କୁ ଛାଡିବାର କିଛି ମାସ ପରେ ସେ ଏହି ବିବାହ କରିଥିଲେ। ଅଲ-ମାନସୁରୀଙ୍କ ପୁଅ ଅବଦୁଲ ସଲାମ ରୁଦାଓ ମିଡିଆରେ କହିଛନ୍ତି ଯେ ମୋ ମା’ ପ୍ରଥମ ସ୍ତ୍ରୀ ଥିଲେ। ତାଙ୍କ ମୃତ୍ୟୁର ୨୩ ବର୍ଷ ପରେ ମୋ ବାପା ପୁନର୍ବାର ବିବାହ କରିଥିଲେ। କିନ୍ତୁ ତାଙ୍କର ଦ୍ୱିତୀୟ ପତ୍ନୀ ଚଳିତ ବର୍ଷ ଘରୁ ଚାଲିଯାଇ ତାଙ୍କ ବାପ ଘରକୁ ପଳାଇଥିଲେ। ମୋ ବାପା ତାଙ୍କ ବାଟକୁ କିଛି ମାସ ଅପେକ୍ଷା କରିଥିଲେ କିନ୍ତୁ ଯେତେବେଳେ ସେ ଫେରି ନଥିଲେ, ବାପା ସେମାନଙ୍କୁ ତୃତୀୟ ପତ୍ନୀ ଖୋଜିବାକୁ କହିଥିଲେ।

ଅବଦୁଲ ସଲାମ ଆହୁରି ମଧ୍ୟ କହିଛନ୍ତି, “ବାପା ତୃତୀୟ ପତ୍ନୀ ଜଣେ ଭଲ ମହିଳା, ଯିଏ ୧୯୮୫ ରେ ଜନ୍ମଗ୍ରହଣ କରିଥିଲେ। ପ୍ରସ୍ତାବ ଠିକ୍ ହେବାପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପିତାଙ୍କ ତୃତୀୟ ବିବାହରେ ମାନସୁରୀଙ୍କ ସମସ୍ତ ସନ୍ତାନ ଏବଂ ନାତି ନାତୁଣୀ ସଭିଏଁ ଉପସ୍ଥିତ ଥିଲେ। ଅଲ-ମାନସୁରୀ କହିଛନ୍ତି ଯେ ତାଙ୍କ ତୃତୀୟ ପତ୍ନୀ ଖୁବ୍ ଛୋଟ ଏବଂ ସେ ଅଧିକ ସନ୍ତାନ ପାଇବାକୁ ଚାହୁଁଛନ୍ତି।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିବାହ ଏବଂ ସନ୍ତାନ ପ୍ରସଙ୍ଗରେ ଅଲ-ମାନସୁରୀଙ୍କ ବଡ ପୁଅ ତାଙ୍କଠାରୁ ଦୁଇ ପାଦ ଆଗରେ ଅଛନ୍ତି । ସେ ୭୨ବର୍ଷ ବୟସରେ ଏବଂ ୯ ଟି ବିବାହ କରିଛନ୍ତି। ତାଙ୍କର ୯ପତ୍ନୀଙ୍କ ଠାରୁ ୧୬ଟି ଝିଅ ଏବଂ ୧୭ ପୁଅ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.