ଆଜି ମୌନୀ ଅମାବାସ୍ୟା : ପ୍ରୟାଗରାଜରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାର ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୁମ୍ଭମେଳାରେ ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ସାହି ସ୍ନାନ। ଲୋକାରଣ୍ୟ ହୋଇଉଠିଛି ୟୁପିର ପ୍ରୟାଗରାଜ। ତ୍ରିବେଣୀ ସଙ୍ଗମରେ ସାଧୁ ସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇ ବୁଡ ପକାଇଛନ୍ତି। ପ୍ରଥମ ସାହି ସ୍ନାନ ମକର ସଂକ୍ରାନ୍ତିରେ ଶେଷ ହୋଇଥିଲା। ସାହି ସ୍ନାନକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱାସ ରହିଛି, କୁମ୍ଭମେଳାର ସାହି ସ୍ନାନ କଲେ କୋଟି ଜନ୍ମର ପୁଣ୍ୟ ମିଳେ । ଚଳିତ ଥର ୬ଟି ବିଶେଷ ଦିନରେ ସାହି ସ୍ନାନ ଯୋଗ ରହିଛି। ଦୀର୍ଘ ୨୭ ବର୍ଷ ପରେ ଏହି ଅପୂର୍ବ ଯୋଗ ଆସିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

amabasya

କୁମ୍ଭର ଏହି ସ୍ନାନ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ , ଏହିଥର ସୋମବତି ଓ ମୌନୀ ଅମାବାସ୍ୟା ଉପରେ ମହୋଦୟ ଯୋଗ ହେଉଛି । ଏହି ଦୁର୍ଲ୍ଲଭ ଯୋଗ ବହୁ ବର୍ଷ ପରେ କୁମ୍ଭ ସମୟରେ ଆସିଛି। ଏଣୁ ଏହି ସମୟରେ ଶାହି ସ୍ନାନ କରିବା ପାଇଁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪ କୋଟି ପାଖାପାଖି ରହିପାରେ ବୋଲି ଆଶା କରାଯାଉଛି।

nouni .

ଅମାବାସ୍ୟାର ମହୋଦୟ ଯୋଗରେ ଗଙ୍ଗା, ଯମୁନା, ଓ ଅଦୃଶ୍ୟ ସରସ୍ୱତୀର ପାବନ ତ୍ରିବେଣୀ ତଟରେ ସ୍ନାନ, ପୂଜା ଏବଂ ଦାନ କଲେ ଅଧିକ ପୁଣ୍ୟ ମିଳିଥାଏ। ଏହି ଦିନରେ ଦାନର ଏକ ବିଶେଷ ମହତ୍ତ୍ୱ ରହିଥାଏ। ଅମାବାସ୍ୟାର ଉର୍ଜାର ପ୍ରଭାବ ଅଧିକା ହୋଇଥାଏ। ଏଣୁ ଏହି ସମୟରେ ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବା ଶୁଭ କୁହାଯାଇଥାଏ । ଏହି ଦିନରେ ପୁଜା, ଜପ ତପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.