ଆସନ୍ତା କାଲି ବୁଧ ଦେବ ହେବେ ମାର୍ଗି, ଏହି ରାଶି ମାନଙ୍କର ଚମକିବ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ
ଆସନ୍ତା ୪ ଫେବୃଆରୀରେ ବୁଧ ଗ୍ରହ ନିଜ ସ୍ଥାନ ପରିବର୍ତ୍ତନ କରିବେ। ଶୁକ୍ରବାର ସକାଳ ୯ଟା ବାଜି ୧୬ ମିନିଟରେ ଶନିଦେବଙ୍କ ରାଶି ମକର ରାଶିରେ ବକ୍ରିରୁ ମାର୍ଗି ହେବେ। ବୁଧ ଦେବ ମାର୍ଗି ହେବା ପରେ ବିଭିନ୍ନ ରାଶି ଉପରେ ପ୍ରଭାବ ପଡ଼ିବ।
ମେଷ ରାଶି:
ଏହି ରାଶିର ଲୋକଙ୍କର ଭାଗ୍ୟ ଖୋଲିଯିବ। ଯାହା କାରଣରୁ ଏମାନଙ୍କ ଭାଗ୍ୟରେ ଖୁବ ଉନ୍ନତି ହେବ। ଆର୍ଥିକ ସ୍ଥିତି ସଦୃଢ଼ ହେବ। ସମସ୍ତ ଅଧୁରା କାମ ପୂରା ହେବ। ଏହି ଲଗ୍ନର ଲୋକ ମଧ୍ୟ ନିଜର ସବୁ ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ହେବେ।
ବୃଷ:
ଗୋଚର ଗତିରେ ଏହି ରାଶିକୁ ଅଚାନକ ଧନ ପ୍ରାପ୍ତ ହେବ। ବ୍ୟାପାରରେ ଆର୍ଥିକ ପ୍ରଗତି ହେବ। ପାରିବାରିକ ସମସ୍ୟା ଦୂର ହୋଇଯିବ।
ମିଥୁନ:
କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ଖୁବ ଉନ୍ନତି ହେବ। ପରିବାରରେ ସୁଖ ସମୃଦ୍ଧି ହେବ। ଆର୍ଥିକ ଲକ୍ଷ୍ୟ ପୂରା ହେବ।
କର୍କଟ:
ପ୍ରତିଯୋଗୀ ଛାତ୍ରଙ୍କୁ ସଫଳତା ମିଳିବ। ଶତୁ୍ରମାନଙ୍କ ଖରାପ ଯୋଜନାରୁ ମୁକ୍ତି ପାଇବେ। ବ୍ୟବସାୟରେ ଉନ୍ନତି ହେବ।