MTV Roadies କୁ ଅଲ୍ବିଦା କହିଲେ ରଣବିଜୟ ସିଂହ, ଏବେ ସୋନୁ ସୁଦ୍ କରିବେ ହୋଷ୍ଟ
ଏମ୍ ଟିଭିର ସବୁଠୁ ଚର୍ଚ୍ଚିତ ଶୋ’ ରୋଡିଜ୍ରେ ହୋଷ୍ଟିଂ କରୁଥିବା ରଣବିଜୟ ସିଂହ ଏହି ଶୋ’କୁ କହିଛନ୍ତି ଅଲ୍ବିଦା। ଦୀର୍ଘ ଦିନ ଧରି ଶୋ’ରେ ହୋଷ୍ଟ ଭାବେ କାମ କରିଥିବା ରଣବିଜୟଙ୍କର ପ୍ରଡକ୍ସନ୍ ହାଉସ୍ ସହ ମତ ପାର୍ଥକ୍ୟ ହେବା ଯୋଗୁ ସେ ଶୋ’ ଛାଡ଼ି ଦେଇଛନ୍ତି। କିନ୍ତୁ ଏ ନେଇ ରଣବିଜୟ କିଛି ମୁହଁ ଖୋଲି କହି ନାହାନ୍ତି। ଏଥିସହ ମତ ପାର୍ଥକ୍ୟ କଥାକୁ ବି ଏଡ଼ାଇ ଦେଇଛନ୍ତି।
ରୋଡିଜ୍ରୁ ବାହାରି ଯାଇଥିବା ନେଇ ରଣବିଜୟ କହିଛନ୍ତି, ପ୍ରଡକ୍ସନ୍ ହାଉସ୍ ସହ ତାଙ୍କର ଟାଇମିଂକୁ ନେଇ କିଛି ସମସ୍ୟା ହୋଇଥିଲା। ଉଭୟଙ୍କ ତରଫରୁ ଶୋ’ର ଟାଇମିଂକୁ ନେଇ କୌଣସି କଥା ସ୍ପଷ୍ଟ ହୋଇପାରିନଥିଲା। ସେ କହିଥିଲେ ଯେ ତାଙ୍କ ଡେଟ୍ କନ୍ଫର୍ମ ହୋଇପାରୁନଥିବାରୁ ତାଙ୍କୁ ଶୋ’ ଛାଡ଼ିବାକୁ ପଡ଼ିଛି। ରଣବିଜୟ କହିଛନ୍ତି, ପ୍ରଡ଼କ୍ସନ୍ ହାଉସ୍ ସହ ତାଙ୍କର କିଛି ଅସୁବିଧା ନାହିଁ। କେବଳ ସମୟରେ ତାଳମେଳ ନ ରହିବାରୁ ସେ ଶୋ’ ଛାଡ଼ିଛନ୍ତି।
View this post on Instagram
ରଣବିଜୟ ସିଂହ କହିଛନ୍ତି- ମୁଁ ୧୮ ବର୍ଷ ହେଲାଣି ଚ୍ୟାନେଲ ସହ କାମ କରୁଛି ଓ ଏହି ନେଟଓ୍ଵାର୍କ ସହ ମୁଁ ଅନ୍ୟ ଶୋ’ ବି କରୁଛି। ଏଣୁ ମନାନ୍ତରର ପ୍ରଶ୍ନ ଉଠୁନି।
ତେବେ ରଣବିଜୟ ବାହାରିବା ପରେ ଏବେ ରୋଡିଜ୍କୁ ଅଭିନେତା ସୋନୁ ସୁଦ୍ ହୋଷ୍ଟ କରିବେ ବୋଲି ଜଣାଯାଇଛି। ଏଣୁ ଶୋ’ର କନ୍ସେପ୍ଟରେ ବି କେତେକ ପରିବର୍ତ୍ତନ କରାଯିବ। ତେବେ ସୋନୁ ଚଳିତ ବର୍ଷର ଏକମାତ୍ର ହୋଷ୍ଟ ରହିବେ ଓ ଏହି ଶୋ’ର ନୂଆ ମୁହଁ ବି ହେବେ। ଶୋ’ର ନିର୍ମାତା ଗ୍ୟାଙ୍ଗ୍ ଲିଡର କନ୍ସେପ୍ଟରେ ବି କିଛି ପରିବର୍ତ୍ତନ କରିଛନ୍ତି। ଏହାର ଅର୍ଥ ହେଉଛି ନେହା ଧୁପିଆ, ପ୍ରିନ୍ସ ନରୁଲା ଓ ଅନ୍ୟ କଳାକାର ଏହି ଶୋ’ରେ ନଜର ଆସିବେ ନାହିଁ।
ପ୍ରକାଶ ଯେ ରୋଡିଜ୍ର ଆଗାମୀ ସିଜନ୍ର ସୁଟିଂ ଦକ୍ଷିଣ ଆଫ୍ରିକାରେ ହେବ ଓ ଏହାର ସୁଟିଂ ୧୪ ଫେବ୍ରୁଆରୀରୁ ଆରମ୍ଭ ହେବ।