Below header

ବଳକା ଭାତରେ ବନାନ୍ତୁ ଟେଷ୍ଟୀ ପରଟା, ସ୍ୱାଦ ଏକଦମ୍‌ ଜବରଦସ୍ତ

ପ୍ରାୟ ସମୟରେ ଘରେ ଭାତ ପ୍ରସ୍ତୁତ କରାଯାଏ। କିଏ ଏହାକୁ ଫ୍ରାଏଡ ରାଇସ କରି ଖାଆନ୍ତି ତ ଆଉ କିଏ ପଲଉ। ଆଜି କିନ୍ତୁ ଆପଣଙ୍କୁ କହିବାକୁ ଯାଉଛୁ ଏକ ବଢ଼ିଆ ରେସିପି ବିଷୟରେ। ଯାହା ବହୁତ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଆପଣ ବଳକା ଭାତକୁ ନ ଫୋପାଡି ବଢ଼ିଆ ପରଟା ରେସିପି ବିଷୟରେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଗୋଟେ ଗିନା ଚାଉଳ
୧/୨ କପ୍‌ ସୁଜି
୧/୨ କପ୍‌ ଦହି
୨ଟି କଞ୍ଚା ଲଙ୍କା
୧/୪ ଚାଚ ଗୋଟା ଜିରା
୧/୪ ଲାଲ ଲଙ୍କା ପାଉଡର
ଲୁଣ ସ୍ୱାଦାନୁସାରେ
ପାଣି ଆବଶ୍ୟକ ଅନୁସାରେ
ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପାତ୍ରରେ ଭାତକୁ ଭଲଭାବେ ଚକଟି ଦିଅନ୍ତୁ।
  • ଏବେ ଏଥିରେ ସୁଜି, ଦହି ଏବଂ ପାଣି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ।
  • କଞ୍ଚା ଲଙ୍କା, ଜିରା, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାନ୍ତୁ।
  • ମିଡିୟମ୍‌ ଆଞ୍ଚରେ ଏକ ତାଓ୍ଵା ଗରମ କରିଦିଅନ୍ତୁ।
  • ତାଓ୍ଵା ଗରମ ହେଲେ ସେଥିରେ ତେଲ ଲଗାଇ ଦିଅନ୍ତୁ।
  • ଏବେ ଫେଣ୍ଟି ରଖିଥିବା ଘୋଳକୁ ତାଓ୍ଵାରେ ଗୋଲ କରି ବୁଲାଇ ଦିଅନ୍ତୁ।
  • ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ।
  • ଏପେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସ୍ୱାଦିଷ୍ଟ ଚାଉଳ ପରଟା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.