ଚୋରି କରିବାକୁ ଘରେ ପଶିଥିଲା ଚୋର, କିନ୍ତୁ ଏମିତି ହେଲା ଫସି ରହିଲା ୩ ଘଣ୍ଟା

କୁହାଯାଏ ଚୋର ଘର କେବେ ଅନ୍ଧାର ନଥାଏ। ସେମିତି ହିଁ ଘଟଣା ଆପଣଙ୍କ ଆଖି ସାମ୍ନାକୁ ଆଜି ଆଣିଛୁ। ଜଣେ ମହାଶୟ ଚୋରୀ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଏହାପରେ ତାଙ୍କ ସହିତ ଯାହା ହେଲା ତାକୁ ଶୁଣିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। ଏ ଖବର ଶୁଣିଲେ କେବଳ ଆପଣ ନୁହଁନ୍ତି ଦୁନିଆର ସବୁ ଚୋର କମ୍ପନ କରିବେ।

ଆମେ ଏପରି କାହିଁକି କହୁଛୁ ନା କାରଣ ଚୋରୀ କଲାବେଳେ ଚୋର ମୁଣ୍ଡ ରେଲିଙ୍ଗ୍ ଭିତରେ ଫଶିଗଲା। ତାହା ପୁଣି ଅଳ୍ପ କିଛି ସମୟ ପାଇଁ ନୁହେଁ ବରଂ ଦୀର୍ଘ ୩ ଘଣ୍ଟା ଧରି। ତିନି ଘଣ୍ଟା ଧରି ଚୋରର ମୁଣ୍ଡ ସେ ରେଲିଙ୍ଗ୍ ଭିତରେ ଫଶି ରହିଲା।

ଗଣମାଧ୍ୟମ ଖବର ମୁତାବକ ଏହି ମହାଶୟ ଜଣଙ୍କ ଚୋରୀ କରିବା ଉଦ୍ଦେଶ୍ୟରେ ପଶିଥିଲା। ଆଉ ଠିକ୍ ସେତିକିବେଳେ ତା ମୁଣ୍ଡ ରେଲିଙ୍ଗ୍ ଭିତରେ ଫଶି ଅଟକିଗଲା। ଯେତେ ଚେଷ୍ଟା ପରେ ଚୋରର ମୁଣ୍ଡ ବାହାରି ପାରିଲାନି। ଏହି ସମୟରେ କେହି ବି ତାର ସାହାଯ୍ୟ କଲେନାହିଁ।

ଏହାପରେ ଜରୁରୀ କାଳୀନ ସେବା ଆସି ଚୋରକୁ ନିଜ ଅକ୍ତିଆରକୁ ନେଲେ। କଟର ସାହାଯ୍ୟରେ ରେଲିଙ୍ଗକୁ କଟାଯାଇ ତା ମୁଣ୍ଡକୁ ବାହାର କରାଯାଇଥିଲା। ସେଠାରୁ ଉଦ୍ଧାର କରାଯାଇ ଚୋର ସିଧା ଗଲା ହାଜତକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.