Below header

ମୋକ୍ଷଦା ଏକାଦଶୀରେ ବନୁଛି ଦୁର୍ଲଭ ଯୋଗ, ଏହି ୫ ଜିନିଷ ଦାନ କଲେ ମିଳିବ ଅକ୍ଷୟ ପୂଣ୍ୟ

ମୋକ୍ଷଦା ଏକଦଶୀ ବ୍ରତ ଆସନ୍ତା ୩ ଡିସେମ୍ବରରେ ପଡୁଛି । ନିଜ ନାମ ଅନୁସାରେ ଏହି ଏକାଦଶୀ ମୋକ୍ଷ କରିଥାଏ । ମୋକ୍ଷଦା ଏକାଦଶୀ କରିବା ବ୍ୟକ୍ତି ଜନ୍ମ ମରଣ ବନ୍ଧନରୁ ମୁକ୍ତି ପାଇ ବୈକୁଣ୍ଠ ଲୋକ ଯାଇଥାନ୍ତି । ମହାଭାରତ ସମୟରେ ଶ୍ରୀକୃଷ୍ଣ ଯେତେବେଳେ ଅର୍ଜୁନଙ୍କୁ ଗୀତାଜ୍ଞାନ ଦେଉଥିଲେ, ସେଦିନ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଏକାଦଶୀ ଥିଲା । ସେଥିପାଇଁ ଏହି ଦିନକୁ ଗୀତା ଜୟନ୍ତୀ ବା ମୋକ୍ଷଦା ଏକାଦଶୀ କୁହାଯାଏ । ଆସନ୍ତୁ ଜାଣିବା ମୋକ୍ଷଦା ଏକାଦଶୀ ଦିନ ଶୁଭ ଯୋଗ ଓ ଦାନର ମହତ୍ତ୍ୱ ।

ଶୁଭ ଯୋଗ

୩ ଡିସେମ୍ବର ୨୦୨୨, ସକାଳ ୦୭ ଟା ୦୪ ରୁ ୪ ଡିସେମ୍ବର ସକାଳ ୦୬ ଟା ୧୬ ଯାଏ ରହିଛି ଏହି ଯୋଗ ବା ମୋକ୍ଷଦା ଏକାଦଶୀ ତିଥି ।

ମୋକ୍ଷଦା ଏକାଦଶୀରେ କରନ୍ତୁ ଏହି ୫ ଦାନ

ଗରମ କପଡା- ଡିସେମ୍ବର ଥଣ୍ଡା ଦିନ ହୋଇଥିବାରୁ ଏହି ଦିନ ଗରୀବ ଲୋକଙ୍କୁ କମ୍ବଳ ଦାନ କରନ୍ତୁ । ଏହା ଜୀବନରେ ସୌଭାଗ୍ୟ ଆଣିଥାଏ ।

ଶସ୍ୟ – ଏହି ଦିନ ଗରୀବଙ୍କୁ ଶସ୍ୟ ଦାନ କରିବା ଦ୍ୱାରା ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଗହମ, ଚାଉଳ, ଡାଲି, ଗୁଡ ଓ ଚିନି ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏକ ଲୁହା ପାତ୍ରରେ ଶୋରିଷ ତେଳ ଓ ୧ ଟଙ୍କା ପକାଇ ଏଥିରେ ନିଜର ଚେହେରା ଦେଖି କୌଣସି ଗରୀବ ବ୍ୟକ୍ତିକୁ ଦାନ କରନ୍ତୁ । କିମ୍ବା ଓସ୍ତ ଗଛ ମୂଳରେ ରଖି ଦିଅନ୍ତୁ ।

ବିଦ୍ୟା ଦାନ- ଶାସ୍ତ୍ରରେ ବିଦ୍ୟାକୁ ଶ୍ରେଷ୍ଠ ଦାନ କୁହାଯାଇଥାଏ । ଗରୀବଙ୍କୁ କୌଣସି ବିଦ୍ୟା ସମ୍ପର୍କିତ ଯଥା ପାଠ୍ୟ ପୁସ୍ତକ, କଲମ ଆଦି ଦାନ କରିବା ଦ୍ୱାରା ଦେବୀ ସରସ୍ୱତୀଙ୍କ ଆଶିର୍ବାଦ ମିଳିଥାଏ ।

ଧାତୁ ଓ ଔଷଧ – ଶନିବାର ଦିନ ଲୁହା ଦାନ ଶୁଭ ହୋଇଥାଏ । ଏହାଦ୍ୱାରା ଆସୁଥିବା ବିପତ୍ତି ଟଳି ଯାଇଥାଏ । ସେହିପରି ଏକାଦଶୀ ଦିନ କୌଣସି ରୋଗୀ ଲୋକଙ୍କୁ ମେଡିସିନ ସହାୟତା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.