ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ୧୨୩ ଜଣ ମେଡିକାଲରେ ଭର୍ତ୍ତି

ଅନୁଗୁଳ (କେନ୍ୟୁଜ): ମିଡ୍‌ ଡେ ମିଲ୍‌ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ । ଅନୁଗୁଳ ଜିଲ୍ଲା ପାଲଲହଡ଼ାର ରଜଡଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ଚିକିତ୍ସା ଚାଲିଛି । ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ସୋୟାବିନ୍‌ ତରକାରୀ ଖାଇବା ପରେ ମୁଣ୍ଡ ବୁଲାଇବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ସୋୟାବିନ୍‌ ବଡ଼ିରେ ପୋକ ଚାଲୁଥିବା କିଛି ଛାତ୍ରୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ମଧ୍ୟାହ୍ନ ଭୋଜନ ଭାତ ଟାଣ ଲାଗୁଥିଲା । ଚାଉଳ ସିଝି ନ ଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.