ଅମିତାଭ ବଚ୍ଚନଙ୍କ ସହ ସନ୍ଧ୍ୟା କାଟିବା ପାଇଁ ରେଖା ସୁଟିଂ ସେଟରେ କରିଥିଲେ ଏମିତି କାରନାମା , ଡାଇରେକ୍ଟର କଲେ ଏମିତି କାମ

ବଲିଉଡର କ୍ଷାତନାମା କଳାକାର ରେଖା ଓ ଅମିତାଭ ବଚ୍ଚନଙ୍କ ଲଭ ଷ୍ଟୋରୀ ଏକଦା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥିଲା । ନା କେବଳ ଦୁହିଁଙ୍କର ଫିଲ୍ମ ବରଂ ତାଙ୍କର ପର୍ସନାଲ ଲାଇଫର ବି ଖାସ ଚର୍ଚ୍ଚା ହେଉଥିଲା । ଅମିତାଭ ଓ ରେଖା ଏକ ସମୟରେ ଖୁବ୍‌ ନିକଟତର ହୋଇଥିଲେ । ଉଭୟଙ୍କ ରୋମାନ୍ସର ଚର୍ଚ୍ଚା ଆଜି ବି ପ୍ରଶଂସକଙ୍କ ମୁହଁରୁ ଶୁଣିବାକୁ ମିଳେ । ଅମିତାଭ ଓ ରେଖାଙ୍କ ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ ।

ମିଡିଆ ରିପୋର୍ଟ ଅନୁସାରେ ପୁରା ମାମଲା ଫିଲ୍ମ ‘କାରନାମା’ କୁ ନେଇ । ସେ ସମୟରେ ଚର୍ଚ୍ଚିତ ଭିଲେନ ରହିଥିଲେ ରଂଜିତ । ରେଖାଙ୍କୁ ମୁଖ୍ୟ ନାୟିକା ଭାବେ ବଛା ଯାଇଥିଲା । ଏହି ସମୟରେ ରେଖା ଓ ଅମିତାଭଙ୍କ ରୋମାନ୍ସ ପିକ୍‌ ରେ ଥିଲା । ଏମିତି କୁହାଯାଉଥିଲା କି ରେଖା ସନ୍ଧ୍ୟା ସମୟ ଅମିତାଭଙ୍କ ସହ କାଟିବାକୁ ପସନ୍ଦ କରୁଥିଲେ ।

ଏମିତିରେ ଯେମିତି ଫିଲ୍ମର ସନ୍ଧ୍ୟା ସୁଟିଂ ପାଇଁ ରେଖାଙ୍କୁ ଡକାଯାଉଥିଲା । ରେଖା ସୁଟିଂ ସେଟକୁ ଆସିବା ପାଇଁ ବିରକ୍ତ ହେଉଥିଲେ । କୁହାଯାଏ ରେଖାଙ୍କୁ ଫିଲ୍ମର କ୍ରୁ ମେମ୍ବର ଓ ରଂଜିତ ବୁଝାଇବା ବି କିଛି ଫରକ ପଡୁ ନଥିଲା । ରେଖା କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ।

ଏହାପରେ କୌଣସି ଉପାୟ ନପାଇ ଫିଲ୍ମର ହିରୋ ଧର୍ମେନ୍ଦ୍ରଙ୍କୁ ବୁଦ୍ଧି ମାଗିଲେ । ଧର୍ମେନ୍ଦ୍ର ରଂଜିତଙ୍କୁ ବୁଦ୍ଧି ଦେଲେ ଯେ ସେ ରେଖାଙ୍କ ଯାଗାରେ ଅନ୍ୟ କେଉଁ ଅଭିନେତ୍ରୀଙ୍କୁ ବାଛନ୍ତୁ । ଏମିତି ହେଲା ଯେ ରଂଜିତ ତବ୍ଦୁଙ୍କ ଭଉଣୀ ଫାରହା ଖାନଙ୍କୁ ଫିଲ୍ମ ପାଇଁ ନେବା ସହ ରେଖାଙ୍କୁ ଫିଲ୍ମରୁ କାଢ଼ି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.