ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ

(କେନ୍ୟୁଜ): ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ଏତଲା। ପାଇକମାଳ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ । ପଦ୍ମପୁର ଓ ପାଇକମାଳ ଥାନାରେ ଦୁଇଟି ଏତଲା ହୋଇଛି । କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଏତଲା ଦେଇଛନ୍ତି ଜିଏସଟି ଅଧିକାରୀ। ପାଇକମାଳରେ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ରେଡ୍ ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏଥିରେ ବାଧା ସୃଷ୍ଟି କରିଥିଲେ।
ରେଡ୍ରୁ ନିବୃତ୍ତ ରହିବାକୁ ତାଙ୍କ ସମର୍ଥକ ସହ ବିଶୃଙ୍ଖଳା କରିବା ସହ କିଛି କାଗଜପତ୍ର ନେଇ ଯାଇଥିବା ଝାରସୁଗୁଡ଼ାର ଜିଏସଟି ଅଧିକାରୀ ଅଶ୍ୱିନୀ କୁମାର ଦାସ ଏତଲାରେ ଦର୍ଶାଇଛନ୍ତି। ପରେ ପାଇକମାଳ ପୋଲିସ ସହାୟତାରେ ସେମାନେ ସେଠାରୁ ଫେରିଥିବା ଦର୍ଶାଇଛନ୍ତି। ସେହିପରି ପଦ୍ମପୁରରେ ଜଗଦମ୍ବା କ୍ଲଥ ଷ୍ଟୋରରେ ଚଢଉ ବେଳେ ବିରୋଧର ସମ୍ମୁଖୀନ ନେଇ ସମ୍ବଲପୁରରେ GST ଅଧିକାରୀ ସୁରଞ୍ଜନ ସାଗର ଏତଲା ଦେଇଛନ୍ତି। ଜଗଦମ୍ବା କ୍ଲଥ ଷ୍ଟୋରରେ ପ୍ରାୟ ୫ଶହରୁ ୬ଶହ ଲୋକ ପଶିଆସି ଜିଏସଟି ଟିମ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କ ସହ ଧସ୍ତାଧସ୍ତି କରିଥିଲେ। ଏପରିକି ଡ୍ୟୁଟିରେ ଥିବା ମହିଳା ଅଧିକାରୀଙ୍କୁ ମଧ୍ୟ ଛା଼ଡ଼ିନଥିଲେ। ପରେ ପଦ୍ମପୁର ପୋଲିସ ସହାୟତାରେ ସେମାନେ ସେଠାରୁ ସୁରକ୍ଷିତ ଭାବେ ମୁକୁଳିଥିବା ଏଫଆଇଆରରେ ଦର୍ଶାଇଛନ୍ତି।