ଘରର ପୂଜାସ୍ଥାନରେ ରଖନ୍ତୁ ଏହି ଖାସ୍‌ ଶଙ୍ଖ, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ହିନ୍ଦୁ ଧର୍ମରେ ଶଙ୍ଖର ଖାସ ମହତ୍ତ୍ୱ ରହିଛି । ଏଥିରେ ଦେବାଦେବୀଙ୍କ ବାସ ହୋଇଥାଏ । ଏହାକୁ ପୂଜା ଘରେ ରଖିବା ବହୁତ ଶୁଭ ହୋଇଥାଏ । ପୂଜା ସମୟରେ ଶଙ୍ଖ ବଜାଇବା ଦ୍ୱାରା ପୁରା ଘର ବାତାବରଣ ଶୁଦ୍ଧ ହୋଇଥାଏ । ବିଷ୍ଣୁ ପୁରାଣ ଅନୁସାରେ ଶଙ୍ଖରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ବହୁ ପ୍ରକାର ଶଙ୍ଖ ରହିଛି । ଭିନ୍ନ ଭିନ୍ନ ଶଙ୍ଖର ଭିନ୍ନ ମହତ୍ତ୍ୱ ରହିଛି । ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାର ଶଙ୍ଖ ରଖିଲେ ହୋଇଥାଏ ଲାଭ ।

କାମଧେନୁ ଶଙ୍ଖ

କାମଧେନୁ ଶଙ୍ଖର ଆକାର ଗାଇ ମୁହଁ ପରି ହୋଇଥାଏ । ସେଥିପାଇଁ ଏହାକୁ କାମଧେନୁ ଶଙ୍ଖ କୁହାଯାଇଥାଏ । ଏହି ଶଙ୍ଖ ଘରେ ରଖି ପୂଜା କଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

ମୋତି ଶଙ୍ଖ

ଘରେ ମୋତି ଶଙ୍ଖ ରଖି ପୂଜା କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଘରେ ଏହି ଶଂଙ୍ଖ ରଖିବା ଦ୍ୱାରା ମନ ଶାନ୍ତ ରହିଥାଏ । ମୋତି ଶଂଙ୍ଖର ସ୍ଥାପନା ପୂଜା ଘରେ ଧଳା କପଡା ଉପରେ ହେବା ଦରକାର ।

ଐରାବତ ଶଙ୍ଖ

ଏହାକୁ ଘରେ ରଖିବା ଦ୍ୱାରା ଘରର ବାସ୍ତୁ ଠିକ୍‌ ରହିଥାଏ । ଏହାକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଘରକୁ କୌଣସି ନକରାତ୍ମକ ଶକ୍ତି ପଶିପାରେ ନାହିଁ । ଏହି ଶଙ୍ଖରେ ପାଣି ଭରି କରି ପିଇବା ଶରୀର ପାଇଁ ଭଲ ହୋଇଥାଏ ।

ମଣି ପୁଷ୍ପକ ଶଙ୍ଖ

କାର୍ଯ୍ୟସ୍ଥଳରେ ମଣି ପୁଷ୍ପକ ଶଙ୍ଖ ରଖି ଏହାକୁ ନିୟମିତ ପୂଜା କରିବା ଦ୍ୱାରା ଯଶ ଓ ମାନ ସମ୍ମାନ ମିଳିଥାଏ ।

ଦକ୍ଷିଣାବର୍ତ୍ତନ ଶଙ୍ଖ

ସବୁ ଶଙ୍ଖ ମଧ୍ୟରେ ଦକ୍ଷିଣାବର୍ତ୍ତ ଶଙ୍ଖର ବିଶେଷ ମହତ୍ତ୍ୱ ରହିଛି । ଏକ ପକ୍ଷରେ ଯେଉଁଠି ସବୁ ଶଙ୍ଖର ପେଟ ବାମ ଆଡକୁ ଖୋଲିଥାଏ । ମାତ୍ର ଏହି ଶଙ୍ଖର ପେଟ ଡାହାଣ ଆଡକୁ ଖୋଲିଥାଏ । ଏହି ଶଙ୍ଖକୁ ଦିବ୍ୟ ମନାଯାଇଥାଏ । ଏହି ଶଙ୍ଖକୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.