ସ୍ୱପ୍ନରେ ଏହିସବୁ ଜିନିଷ ଦେଖିବା ହୋଇଥାଏ ଅତ୍ୟନ୍ତ ଶୁଭଙ୍କର, ମିଳିପାରେ ଧନ ଦେବତାଙ୍କ ଆଶିଷ

ସ୍ୱପ୍ନ ଶାସ୍ତ୍ର ଅନୁସାରେ କିଛି ଏଭଳି ସ୍ୱପ୍ନ ରହିଛି ଯାହାର ସିଧାସଳଖ ସମ୍ପର୍କ ଧନଲାଭ ସହ ରହିଥାଏ। ଏହି ସ୍ୱପ୍ନ ଦେଖିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଶୁଭ କାମ ହୋଇଥାଏ। ଏମିତିକି ବ୍ୟକ୍ତି ଜଣକ ରାତାରାତି ଧନୀ ମଧ୍ୟ ହୋଇଯାଏ। ଆସନ୍ତୁ ଜାଣିବା କେଉଁ କେଉଁ ସ୍ୱପ୍ନ ଦେଖିଲେ ହୁଏ ଧନପ୍ରାପ୍ତି…

ହାତୀଦାନ୍ତରେ ନିର୍ମିତ ଦିବ୍ୟପଲଙ୍କ:

ଯଦି ସ୍ୱପ୍ନରେ ହାତୀଦାନ୍ତରେ ନିର୍ମିତ ଦିବ୍ୟପଲଙ୍କ ଦେଖୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲିଗଲା ବୋଲି ଜାଣନ୍ତୁ। ଯଦି ନିଜେ ଏହି ପଲଙ୍କରେ ବସିଛନ୍ତି ତେବେ ଆପଣଙ୍କ ଭାଗ୍ୟଲକ୍ଷ୍ମୀ ଉଜ୍ଜ୍ୱଳ ହେଲା ଓ ଜୀବନରେ ଉନ୍ନତି ଆସିବ।

ଧଳା ପୋଷାକ ପିନ୍ଧିଥିଲେ:

ସ୍ୱପ୍ନରେ ଯଦି ଆପଣ ଧଳା ପୋଷାକ ପିନ୍ଧିଛନ୍ତି ତେବେ ଭାଗ୍ୟ ଖୋଲିଗଲା ବୋଲି ବୁଝିଯାଆନ୍ତୁ।

ଶ୍ୱେତ ପର୍ବତ ଚଢ଼ୁଥିଲେ:

ସ୍ୱପ୍ନରେ ଶ୍ୱେତ ପର୍ବତ ଚଢ଼ୁଥିବା ଦେଖୁଥିଲେ ଏହାର ଅର୍ଥ ହେଉଛି ଆପଣଙ୍କ ଘରେ କିିଛି ଶୁଭ ହେବାକୁ ଯାଉଛି। ଘରେ କିିଛି ମାଙ୍ଗଳିକ କାର୍ଯ୍ୟ ବା ପୂଜା ହୋଇପାରେ।

ସୂର୍ଯ୍ୟଙ୍କୁ ସ୍ପର୍ଶ କରୁଥିଲେ:

ଯଦି ସ୍ୱପ୍ନରେ ସୂର୍ଯ୍ୟଙ୍କୁ ସ୍ପର୍ଶ କରୁଥିବା ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

ଜହ୍ନଙ୍କୁ ଛୁଉଁଥିଲେ:

ସ୍ୱପ୍ନରେ ଯଦି ଜହ୍ନଙ୍କୁ ଛୁଉଁଥିବା ଦେଖୁଛନ୍ତି ତେବେ ଆପଣଙ୍କ ଘରକୁ ଧନ ସମ୍ପଦ ଆସିବାକୁ ଯାଉଛି ବୋଲି ଜାଣନ୍ତୁ।

ତୀର୍ଥକ୍ଷେତ୍ର ଭ୍ରମଣ କରୁଥିଲେ:

ସ୍ୱପ୍ନରେ ତୀର୍ଥକ୍ଷେତ୍ର ଭ୍ରମଣ କରିବା ଦେଖୁଥିଲେ ଏହାର ଅର୍ଥ ହେଉଛି ଆପଣଙ୍କ ପରିବାର ଉପରେ ଈଶ୍ୱରଙ୍କ କୃପା ରହିଛି। ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବାର ଏହା ଏକ ସଙ୍କେତ ମଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.