Below header

ରାଜଧାନୀରେ ଚାଞ୍ଚଲ୍ୟ : ମଣିଷ ଗୁଳିରେ ଲହୁଲୁହାଣ ବିଲେଇ ଗୁରୁତର ଆହତ, ଓୟୁଏଟିରେ ଚାଲିଛି ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀରେ ଚାଞ୍ଚଲ୍ୟ। ଦିନ ଦ୍ବିପହରରେ ଗୁଳିମାଡ। ମଣିଷ ନିଜର ହିତାହିତ ଜ୍ଞାନ ଏବଂ ମାନବିକତାକୁ ଭୁଲିଯାଉଛି। ଏଠି ଦୁନିଆରେ ମଣିଷ କ୍ରୋଧରେ ବଶବର୍ତ୍ତୀ ହୋଇ କେତେ ଯେ ଭୟଙ୍କର କାଣ୍ଡ କରିବସେ ସେ ନିଜେ ବି ଜାଣିପାରେ ନାହିଁ। ଆଜି ରାଜଧାନୀ ଭୁବନେଶ୍ବରରେ ମଣିଷର କ୍ରୋଧର ଶିକାର ହୋଇଛି ଏକ ନିରୀହ ପଶୁ। କୌଣସି ମଣିଷଙ୍କୁ ନୁହେଁ ବରଂ ବିଲେଇକୁ ହୋଇଛି ଗୁଳିମାଡ।

CAT XRAY

ଆହତ ଅବସ୍ଥାରେ ବିଲେଇଟିକୁ ଉଦ୍ଧାର କରାଯାଇ ଓୟୁଏଟିର ପଶୁ ବିଭାଗକୁ ନିଆଯାଉଥିଲା କିନ୍ତୁ ବାଟରେ ତାର ମ୍ରୁତ୍ୟୁ ହୋଇଯାଇଥିଲ।
ସୂଚନା ଅନୁଯାୟୀ ଭୁବନେଶ୍ୱରସ୍ଥିତ ୟୁନିଟ୍‌ ୪ର ବାସିନ୍ଦା ଆଶୁ ନାୟକ ଏଭଳି ଏକ ଜଘନ୍ୟକାଣ୍ଡ ଘଟାଇଛନ୍ତ। ମୃତ ବିଲେଇର ଏକ୍ସରେ କରାଯାଇଛି ସେଥିରେ ଜଣାପଡିଛି ଯେ ବିଲେଇର ଶରୀରରେ ୨ଟି ଗୁଳି ବାଜିଛି। ଏଭଳି ଏକ ଅମାନବିତା ଘଟଣାର ତଦନ୍ତକୁ ନେଇ ପିପୁଲ୍ସ ଫର ଆନିମଲ୍ସ ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି ।

CAT  PHOTO

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.