ଟିଭିର ଛତାରେ ଚେୟାର ଭଳି ବସିଗଲା ମାଙ୍କଡ଼, ଦେଖିଲେ ହସି ହସି ହେବେ ବେଦମ୍‌

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ଏକ ସାଧାରଣ କଥା। ପ୍ରତିଦିନ ଜୀବଜନ୍ତୁଙ୍କର କିଛି ନା କିଛି ମଜାଳିଆ ଭିଡିଓ ଫେସ୍‌ବୁକ୍‌ ଓ ଟ୍ଵିଟରରେ ଭାଇରାଲ ହୋଇଥାଏ, ଯାହାକୁ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଏକ ମାଙ୍କଡ଼ ଛାତରେ ଲାଗିଥିବା ଡିସ୍‌ ଟିଭି ଉପରେ ବସିଥିବା ଦେଖାଯାଇଛି। ଫଟୋଟି ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଫଟୋ:

ଫଟୋରେ ଆପଣ ଦେଖିପାରୁଥିବେ ମାଙ୍କଡ଼ଟି ଏକ ଡିସ୍‌ ଟିଭିର ଛତା ଉପରେ ଆରାମ ଚଉକିରେ ବସିବା ଷ୍ଟାଇଲ୍‌ରେ ବସିଛି। ମାଙ୍କଡ଼ର ଏହି ଫଟୋକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋକୁ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଏହି ଫଟୋରେ ଆପଣ କ’ଣ କ୍ୟାପସନ୍‌ ଦେବାକୁ ପସନ୍ଦ କରିବେ? ଏହାର ପ୍ରାଇମ୍‌ ଟାଇମ୍‌ ଡିବେଟ୍‌ ସହ କୌଣସି ସମ୍ପର୍କ ନାହିଁ।’

A monkey in India stole COVID-19 blood samples from a lab worker ...

ସେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋକୁ ଏବେ ଯାଏଁ ୧୭୦ରୁ ଅଧିକ ଥର ରିଟ୍ଵିଟ୍‌ କରାଯାଇଥିବା ବେଳେ ୧ ହଜାରରୁ ଅଧିକ ଲାଇକ୍‌ ମିଳିଛି। କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ମିଳୁଛି। ଜଣେ ୟୁଜର ଲେଖିଛନ୍ତି ମାଙ୍କଡ଼ ସବୁବେଳେ ମସ୍ତି ମୁଡ୍‌ରେ ରହିଥାଏ। ଆଉ ଜଣେ ଲେଖିଛନ୍ତି ଏହା ଲଞ୍ଚ୍‌ ହେବାକୁ ପୂରା ପ୍ରସ୍ତୁତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.