ମୋବାଇଲ ପାଇଁ ଛୋଟ ଝିଅ ସହିତ ଝଗଡା କଲା ମାଙ୍କଡ, ଭାଇରଲ ହେଉଛି ଭିଡିଓ

ଜୀବଜନ୍ତୁ ହୁଅନ୍ତୁ ଅବା ପକ୍ଷୀ, ଏମାନଙ୍କ ସହିତ ମଣିଷର ପ୍ରେମ ଓ ବନ୍ଧୁତ୍ୱ ସଂପର୍କ କିଛି ନୂଆ ନୁହେଁ। ଦୁନିଆରେ ଏମିତି କିଛି ଲୋକ ମଧ୍ୟ ରହିଥାନ୍ତି, ଯେଉଁମାନେ ଜୀବଜନ୍ତୁକୁ ମଧ୍ୟ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି। ଆଉ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଜୀବଜନ୍ତୁଙ୍କ ଭିଡ଼ିଓ ଭାଇରଲ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଏକ ଭିଡ଼ିଓରେ ମାଙ୍କଡ଼ ଓ ଏକ ଛୋଟ ଝିଅ କୌତୁକିଆ ଭାବେ ମୋବାଇଲ ପାଇଁ ଝଗଡା କରୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଦୁହେଁ ପରସ୍ପର ଠାରୁ ମୋବାଇଲ ଛଡ଼ାଉ ଥିବାର ନଜର ଆସୁଛନ୍ତି।

ଏହି ଭିଡ଼ିଓରେ ଜଣେ କୁନି ଝିଅ ଏକ ଖଟିଆ ଉପରେ ବସିଛି। ଖଟିଆ ଉପରେ ଝିଅଟି ମାଙ୍କଡ ଧରି ବସିଥିବା ବେଳେ ହଠାତ୍‌ ମାଙ୍କଡ଼ ତା ପାଖକୁ ଆସି ତା ଠାରୁ ଫୋନ୍ ଛଡ଼ାଇ ନେଉଛି । ଆଉ ମୋବାଇଲକୁ ଆଗ୍ରହର ସହ ଦେଖୁଛି। ଏହାପରେ ସେହି କୁନି ଝିଅଟି ମାଙ୍କଡ଼ ଠାରୁ ମୋବାଇଲ୍‌ଟି ଛଡ଼ାଇ ନେଉଛି । ଉଭୟଙ୍କ ଭିତରେ ଏମିତି ମଜାଳିଆ ଭାବେ ମୋବାଇଲ ଛଡ଼ାଛଡି ହେଉ ଥିବାର ଭିଡ଼ିଓଟି ସୁଟ୍‌ ହୋଇଛି । ମାଙ୍କଡ ମଧ୍ୟ ମୋବାଇଲରେ ଭିଡିଓ ଦେଖିବାକୁ ଚେଷ୍ଟା କରୁଛି। ମାଙ୍କଡର ଆକ୍ସ ଦେଖି ଏପରି ଲାଗୁଛି, ଯେପରିକି ସେ ମଣିଷ ଭଳି ମୋବାଇଲରେ ଭିଡିଓ ଫଟୋ ଦେଖିବାକୁ ଆଗ୍ରହୀ ରହିଛି।

ଏହି ଭିଡିଓକୁjagadeeshmadinenimadineni ନାମରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଏବେ ଲାଇକ୍ସ ମିଳୁଛି। ଲୋକ ଏହି ଭିଡିଓକୁ ଖୁବ୍‌ ମଜାଦାର କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.