ନନ୍ ଷ୍ଟପ୍ ୧୩,୦୦୦ କିଲୋମିଟର ଉଡ଼ି ବିଶ୍ୱ ରେକର୍ଡ କଲା ଏହି ପକ୍ଷୀ, ଯୁଦ୍ଧବିମାନକୁ ଦେଲା କଡ଼ା ଟକ୍କର

ଦୂରକୁ ଯାତ୍ରା କରିବା ବେଳେ ଏକ ବିମାନ ବି ମଝିରେ ଅଟକି ଥାଏ ଓ ଇନ୍ଧନ ଭରିଥାଏ। କିନ୍ତୁ ନିକଟରେ ଏକ ପକ୍ଷୀ ଏମିତି ଯାତ୍ରା କରିଛି, ଯାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ସୂଚନାନୁଯାୟୀ, ଏକ ପକ୍ଷୀ ଆଲାସ୍କାରୁ ଅଷ୍ଟ୍ରେଲିଆ ଯାଏଁ କେଉଁଠାରେ ବି ନ ଅଟକି ୧୨,୮୭୪ କିଲୋମିଟରର ଯାତ୍ରା ଶେଷ କରିଛି।

ବାର-ଟେଲଡ ଗଡବିଟ୍ ନାମକ ଏହି ପକ୍ଷୀର ଆକାର ଯୋଗୁଁ ଏହାକୁ ଫାଇଟର ଜେଟ୍ ବା ଯୁଦ୍ଧ ବିମାନ ସହ ତୁଳନା କରାଯାଇଛି। ଏହି ନନ୍ ଷ୍ଟପ୍ ଯାତ୍ରା କରି ପକ୍ଷୀଟି ସମସ୍ତ ବିଶ୍ୱ ରେକର୍ଡ ଭାଙ୍ଗିବା ସହ ନିଜ ନାଁରେ ଏକ ନୂଆ ରେକର୍ଡ କରିଛି।

ସୂଚନାଯୋଗ୍ୟ ଯେ ଏହି ପକ୍ଷୀର ଗତି ଓ ଦୂରତା ମାପିବା ପାଇଁ ଏହାର ଶରୀରରେ ଏକ ଟ୍ରାକର ଲଗାଯାଇଥିଲା। ପକ୍ଷୀର ଡେଣାରେ ଏକ କ୍ଷୁଦ୍ର ସୌରଚାଳିତ ଉପଗ୍ରହ ଟ୍ରାକର ଲଗାଯାଇଥିଲା। ଏହି ପକ୍ଷୀ ସେପ୍ଟେମ୍ବର ୧୭ରେ ଆମେରିକାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ୧୦ ଦିନ ପରେ ତଳକୁ ଓହ୍ଲାଇବା ପୂର୍ବରୁ ୨୩୯ ଘଣ୍ଟାର ଯାତ୍ରା ଶେଷ କରିଥିଲା।

ତେବେ ଏହା ପ୍ରଥମ ନୁହେଁ। ଗତ ବର୍ଷ ମଧ୍ୟ ଗଡବିଟ୍ ବିଶ୍ୱ ରେକର୍ଡ ଭାଙ୍ଗିଥିଲା। ଏହି ପକ୍ଷୀ ଗତ ବର୍ଷ ଆଲାସ୍କାରୁ ନ୍ୟୁଜିଲ୍ୟାଣ୍ଡକୁ ନନ୍ ଷ୍ଟପ ଉଡ଼ିଥିଲା। ଏହି ପକ୍ଷୀର ଓଜନ ୪୦୦ ଗ୍ରାମ ହୋଇଥିବା ବେଳେ ପୋକଜୋକ ହେଉଛନ୍ତି ଆହାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.