ଏଇଟା କ’ଣ ବସ୍ ନା ଟ୍ରେନ୍, ଅଟୋରେ ବସିଥିଲେ ୫୦ ଯାତ୍ରୀ ! ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ସାଧାରଣତଃ ଏକ ଅଟୋରେ ହୁଏତ ୩ କିମ୍ବା ୪ ଜଣ ଯାତ୍ରୀ ଯାଇପାରିବେ । କିନ୍ତୁ କ’ଣ ଆପଣ ବିଶ୍ୱାସ କରିବେ କେବେ ଅଟୋରେ ଏହାଠାରୁ ଅଧିକ ଲୋକ ଯାଇପାରିବେ ବୋଲି । ଆଜ୍ଞା ହଁ, ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠାରେ ଗୋଟିଏ ଅଟୋରେ ଜଣେ କି’ ଦୁଇଜଣ ନୁହେଁ ବରଂ ପୂରା ୫୦ ଯାତ୍ରୀ ବସିଥିଲେ । ଏପରି କିଛି ଘଟଣା ଯାହାକି ବିପଦପୂର୍ଣ୍ଣ ହୋଇଥିଲେ ହେଁ ମଜାଦାର ବି ହୋଇଥାଏ ।

ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଜିଲ୍ଲା ଅଲୀରାଜପୁରରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଏକ ଅଟୋରେ ପାଖାପାଖି ୫୦ ଜଣ ଯାତ୍ରୀ ଚଢ଼ି ଯାଉଥିବା ଦେଖାଯାଉଛି । ଏହି ଭିଡିଓକୁ ଯିଏ ଦେଖୁଛି ହସିହସି ଗଡ଼ି ଯାଉଛି । ଯାତ୍ରୀମାନେ ପରିବା ବସ୍ତା ପରି ପରସ୍ପର ସହ ଜାକିଜୁକି ହୋଇ ଯାତ୍ରା କରୁଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭିଡିଓଟି ଅକ୍ଟୋବର ୫ ତାରିଖର । ଯେତେବେଳେ ଲୋକମାନେ ଦଶହରା ମେଳା ଦେଖି ଜୋବଟରୁ ଏହି ଅଟୋରେ ନିଜ ଗାଁ ବିଲାସାକୁ ଫେରୁଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯାତ୍ରୀଙ୍କ ମଧ୍ୟରେ କିଛି ମହିଳା ଥିଲେ, ଯେଉଁମାନେ ନିଜ ଜୀବନକୁ ଖାତିର ନକରି ଅଟୋରେ ଝୁଲିକରି ଯାଉଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ପଞ୍ଜୀକରଣ ନମ୍ବର ଆଧାରରେ ଖୋଜାଖୋଜି କରିବା ପରେ ଅଟୋକୁ ଜବତ କରିଥିଲା।

ଜୋବଟ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ବିଜୟ ଦେଓରା ଅଜତକ କହିଛନ୍ତି ଯେ ଭିଡିଓଟି ପୁରୁଣା। ବାସ୍ତବରେ ଦୂର ଦୂରାନ୍ତରୁ ଆସିଥିବା ଗ୍ରାମବାସୀ ଆଲିରାଜପୁର ସହରକୁ ଆସନ୍ତି। ସେହି ସ୍ଥାନରେ ଗୋଟିଏ କିମ୍ବା ଦୁଇଟି ଗାଡି ଯିବା ଆସିବା କରେ। ସେଥିପାଇଁ ପ୍ରତ୍ୟେକ ଗାଡିରେ ଅନେକ ଲୋକ ଲୋଡ୍ ହୁଅନ୍ତି । ଗ୍ରାମାଞ୍ଚଳମାନଙ୍କରେ ଗାଡ଼ିର ଅଭାବ କାରଣରୁ ଦୂରଦୂରାନ୍ତରୁ ଯିବାଆସିବା କରୁଥିବା ଲୋକମାନେ ଏହି ଅଟୋରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି । ବର୍ତ୍ତମାନ ଅଟୋ ଜବତ କରାଯାଇଛି। ଜନସାଧାରଣ ପରିବହନ ଅର୍ଥ ବସ୍ କିମ୍ବା ଯାନ ସଂଖ୍ୟା ବୃଦ୍ଧି କରିବାକୁ ପଡିବ।ତେବେ ଏହି ଅଟୋଟି ଅଲିରାଜପୁରର ମେଟ୍ରୋ ଟ୍ରେନ, ଓଲା, ଉବର ବୋଲି ଜଣେ ୟୁଜର ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରିବା ଅବସରରେ ଲେଖିଛନ୍ତି ।