ଗାଁ ନିକଟରେ ଜଗି ରହିଛନ୍ତି ୨୦ଟି ହାତୀ, ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ

ଭଞ୍ଜନଗର(କେନ୍ୟୁଜ୍): ଗାଁ ନିକଟରେ ଜଗି ରହିଛନ୍ତି ୨୦ଟି ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ବନାଞ୍ଚଳର ବଦାଙ୍ଗି – ଦୋମୁହାଣି- ଏବଂ ହରିଗଡ ଗାଁ ନିକଟରେ ୨୦ଟି ହାତୀ ଅଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଥିବା ବେଳେ , ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସମୁଦାୟ ଅଞ୍ଚଳ ଅନ୍ଧାରରେ ଅଛି ।

ହାତୀ ଏବଂ ଲୋକଙ୍କ ସୁରକ୍ଷା ପାଇଁ, ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ଜଗିଛନ୍ତି । କୋଣସି ପ୍ରକାର ଅପ୍ରୀତିକର ଘଟଣା ନଘଟିବା ପାଇଁ , ବନ ବିଭାଗ ସଜାଗ ଅଛି । ଏହି ହାତୀ ପଲ ନିକଟସ୍ଥ ତାରାସିଙ୍ଗି ବନାଞ୍ଚଳରୁ ଆସିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.