ଦୁନିଆର ସବୁଠାରୁ ଭୟଙ୍କର ଲ୍ୟାବ୍‌, ଯେଉଁଠି ଜୀବନ୍ତ ଶରୀରରେ ଭର୍ତ୍ତି କରାଯାଉଥିଲା ପ୍ରାଣଘାତୀ ଭାଇରସ

କରୋନା ଭାଇରସ ଚୀନର ଲ୍ୟାବ କନ୍ସପରେସି ଥିଓରୀ ଯୋଗୁଁ ସୃଷ୍ଟି ହୋଇଛି, ଯାହା ଏବେ ଚର୍ଚ୍ଚାରେ। ବୁହାନ ସହର ସ୍ଥିତ ଏହି ଲ୍ୟାବକୁ ନେଇ ବହୁତ ଦେଶ ଏବେ ସନ୍ଦେହ କରୁଛି କି, କରୋନା ଭାଇରସକୁ ନେଇ କୌଣସି ପରୀକ୍ଷଣ ଚାଲିଥିଲା, ଯେଉଁଠି ଦାୟିତ୍ୱହୀନତା ହେଉ ଅବା ଜାଣିଶୁଣି ଏହାକୁ ଲିକ୍‌ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ଏହା ପୂର୍ବରୁ ଏମିତି ଭୟଙ୍କର ଏବଂ ବିପଦପୂର୍ଣ୍ଣ ଲ୍ୟାବ୍‌ ରହିଛି, ଯାହା ଆଗରେ ଚୀନର କରୋନା ଭାଇରସ କିଛି ବି ନୁହେଁ।

ଜାପାନୀ ସେନାର ସୈନିକ ୧୯୩୦ରୁ ୧୯୪୫ ମଧ୍ୟରେ ଚୀନର ପିଙ୍ଗଫଙ୍ଗ ଜେଲରେ ଏହି ପ୍ରୟୋଗଶାଳା ରହିଥିଲା। ଏହି ଲ୍ୟାବର ନାମ ‘ୟୁନିଟ ୭୩୧’ ରହିଥିଲା। ଚୀନର କିନ୍ତୁ ଏହା ସହିତ କୌଣସି ସଂପର୍କ ନଥିଲା। କିନ୍ତୁ ଲ୍ୟାବରେ କରାଯାଉଥିବା ପ୍ରୟୋଗ ଚୀନ ଲୋକଙ୍କ ଉପରେ ହିଁ ହେଉଥିଲା। ଜାପାନ ସରକାରଙ୍କ ପୁରାଲେଖା ବିଭାଗ ପାଖରେ ଥିବା ଦସ୍ତାବିତରେ ମଧ୍ୟ ୟୁନିଟ୍‌ ୭୩୧ ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ଅନେକ ଦସ୍ତାବିଜକୁ ଜଲାଇଦିଆଯାଇଥିଲା।

lab 4

ୟୁନିଟ୍‌ ୭୩୧ ଲ୍ୟାବରେ ଏମିତି କିଛି ପ୍ରୟୋଗ କରାଯାଇଥିଲା, ଯାହା ମଜବୁତରୁ ମଜବୁତ ମଣିଷକୁ ଭୟଭୀତ କରାଉଥିଲା। ଏହି ଲ୍ୟାବ୍‌ରେ ଜୀବନ୍ତ ମଣିଷକୁ ନିଯ୍ୟାତନା ଦେବା ପାଇଁ ସ୍ୱତନ୍ତ୍ର ପ୍ରୟୋଗ ପ୍ରଷ୍ଟବାଇଟ ଟେଷ୍ଟିଂ ହେଉଥିଲା। ୟୋଶିମୁରା ହିସାତୋ ନାମକ ଜଣେ ବୈଜ୍ଞାନିକଙ୍କୁ ଏହି ପ୍ରୟୋଗକୁ ନେଇ ମଜା ଆସୁଥିଲା। ଏହି ପ୍ରୟୋଗରେ ବୈଜ୍ଞାନିକ ଜଣକ କୌଣସି ବ୍ୟକ୍ତିର ହାତ ଗୋଡକୁ ଥଣ୍ଡାପାଣିରେ ବୁଡାଇ ଦିଆଯାଉଥିଲା। ଯେତେବେଳେ ମଣିଷର ଶରୀର ସଂପୂର୍ଣ୍ଣ ଭାବେ ସଂଙ୍କୁଚିତ ହୋଇଯାଉଥିଲା ,ସେତେବେଳେ ତାଙ୍କୁ ଗରମ ପାଣିରେ ବୁଡାଇ ଦିଆଯାଉଥିଲା। ଏହି ପ୍ରକ୍ରିୟାରେ ହାତ ଗୋଡ କାଠ ଫାଟିବା ଶବ୍ଦ କରି ଫାଟିଯାଉଥିଲା। ଏହି ପ୍ରକ୍ରିୟାରେ ଅନେକ ଲୋକଙ୍କୁ ଜୀବନ ଚାଲିଯାଇଥିଲା, ତଥାପି ପ୍ରକ୍ରିୟା ଜାରି ରହିଥିଲା।

lab

ୟୁନିଟ ୭୩୧ ଳ୍ୟାବରେ ଏକ ‘Maruta’ ନାମକ ଶାଖା ଥିଲା। ଯାହାର ପ୍ରୟୋଗ ଭୟଙ୍କର ନିର୍ଯାତନା ଦେଉଥିଲା। ଏହି ଶାଖାରେ ହେଉଥିବା ପ୍ରୟୋଗରେ ଏହା ଜାଣିବାକୁ ଚେଷ୍ଟ ଚାଲିଥିଲା କି, ମଣିଷ ଶରୀର କେଉଁ ସୀମା ଏବଂ କେତେ ପର୍ଯ୍ୟନ୍ତ ନିର୍ଯାତନା ସହିପାରୁଛି। ତେଣୁକରି କୌଣସି ବ୍ୟକ୍ତିକୁ ବିନା ବେହୋସ କରି ଧୀରେ ଧୀରେ ତାଙ୍କ ଶରୀରର ଗୋଟେ ଗୋଟେ ଅଙ୍ଗ ମଧ୍ୟ କାଟିଦିଆଯାଉଥିଲା।

lab 3

ଏହି ଳ୍ୟାବରେ ଅନେକ ପ୍ରୟୋଗ କରାଯାଇଛି। ଆଉ ଏକ ପ୍ରୟୋଗରେ ଜୀବନ୍ତ ମଣିଷ ଭିତରେ ହଇଜା କିମ୍ବା ପ୍ଲେଗ ପେଥାଜନ ଭାଇରସ ଭର୍ତ୍ତି କରିଥିଲା। ଏହା ପରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଚିରିଫାଡି ଏହା ଦେଖିବାକୁ ଚେଷ୍ଟା କଲା କି ଏହି ରୋଗ ଶରୀରର କୌଣସି ଅଙ୍କ ଉପରେ କ’ଣ ପ୍ରଭାବ ପକାଉଛି। ଯଦି କୌଣସି ବ୍ୟକ୍ତି ଏତେ ନିର୍ଯାତନା ପରେ ବି ବଞ୍ଚିଯାଏ ,ତେବେ ତାକୁ ଜୀଅନ୍ତା ଜଳାଇଦିଆଯାଉଥିଲା।

ଏହି ଲ୍ୟାବର ଅଧିକରୁ ଅଧିକ ରେକର୍ଡ ଜଳାଇଦିଆଯାଇଥିଲା। କୁହାଯାଏ, ଏହି ରିସର୍ଚ୍ଚରେ ସାମିଲ ଥିବା ଲୋକ ଜାପାନର ଅନେକ ବିଶ୍ୱ ବିଦ୍ୟାଳୟ କିମ୍ବା ଅନ୍ୟ ସ୍ଥାନରେ କାମ କରିବାକୁ ଲାଗିଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ଏହି ଲ୍ୟାବ ସମ୍ବନ୍ଧିତ କୌଣସି ଖବର ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.