ସବୁଠୁ ମହଙ୍ଗା ୫ ଟେଡି ଲକ୍ଷ କୋଟି ମୂଲ୍ୟରେ, ଜାଣନ୍ତୁ

ଚାଲିଛି ଭାଲେଣ୍ଟାଇନ ଉଇକ । ଆଉ ଏହା ଭିତରେ ଆଜି ହେଉଛି ଟେଡି ଡେ । ଉଭୟ ପ୍ରେମୀ ଯୁଗଳ ଉଭୟଙ୍କୁ କରିଥାନ୍ତି ଟେଡି ଗିଫ୍ଟ । ଆଉ ଖାସ ସେଖିପାଇଁ ବଜାର ସାରା ଟେଡିର ସମ୍ଭାର । ଯୋଉଠି ଆଖି ବୁଲେଇ ଦିଅ ଗୋଟିଏ ତ ମିଳିଯିବ । କିନ୍ତୁ ଏସବୁ ଟେଡିର ମୂଲ୍ୟ ଯେମିତି ଆଜିକାଲିର ପ୍ରେମୀ ଯୁଗଳଙ୍କ ଆଗରେ ତୁଚ୍ଛ । ହେଲେ ଶହ ହଜାର ଭିତରେ ତ ଚାଲିଛି ଟେଡିର ଦିନ । କିନ୍ତୁ କଣ ଆପଣ ଜାଣନ୍ତି ଏମିତି ବି ଟେଡି ରହିଛି ଯାହାର ମୂଲ୍ୟ ଆପଣ ଛୁଇଁ ବି ପାରିବେନି ।

ହଁ ଆଜ୍ଞା ଯଦି ଆପଣଙ୍କୁ କୁହାଯାଏ ଟେଡିର ମୂଲ୍ୟ କୋଟିଏରେ ଅଛି । କଣ ଆପଣ ବିଶ୍ୱାସ କରିବେ । ନାହିଁ ନା । କି ନ୍ତୁ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଦୁନିଆର ସବୁଠୁ ଦାମୀ ଟେଡି ଭାଲୁର ମୂଲ୍ୟ ୧.୩୬କୋଟି ଟଙ୍କାରୁ ଅଧିକ । ତେବେ ଜାଣିବା ଦୁନିଆର ୫ଟି ମହଙ୍ଗା ଟେଡି ବିଷୟରେ ।

ଷ୍ଟିଫ ହାପି ଆନିଭର୍ଷାରୀ ଟେଡି ବିୟର । ୧୯୮୯ରେ ଏହାକୁ ୮୬୦୦୦ଡଲାରରେ ବିକ୍ରି କରାଯାଇଥିଲା । ଆଜି ସୁଦ୍ଧା ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୬୪.୨୯ଲକ୍ଷ ହେବ । ୧୯୮୯ରେ ତାଙ୍କ ବିବାହ ବାର୍ଷିକୀରେ ଏହାକୁ ରୋଜେମାରୀ ଓ ପଲ ଭୋଲ୍ପ କିଣିଥିଲେ ।
ଷ୍ଟିଫ ଟେଡି ବିୟର । ଏହା ବିଶ୍ୱର ସର୍ବପୁରାତନ ଟେଡି ବିୟର ଅଟେ । ଯାହା ୧୯୦୪ରେ ପ୍ରସ୍ତୁତ ହୋଇଥିଲା । ୨୦୦୦ମସିହାରେ ଏହା ଜର୍ମାନୀରେ ପ୍ରାୟ ୧୦,୫୦୦୦୦ଡଲାରରେ ନିଲାମ ହୋଇଥିଲା । ଯଦି ଭାରତୀୟ ମୁଦ୍ରାରେ ରୁପାନ୍ତରିତ ହୁଏ ତେବେ ଏହାର ପରିମାଣ ୭୮,୫୦,୨୮୩ ଟଙ୍କା ହେବ ।

ଷ୍ଟିଫ ଟାଇଟାନିକ ମର୍ନିଂ ବିୟର ତୃତୀୟ ନମ୍ବରରେ ଆସେ । ବାସ୍ତବରେ ୧୯୧୨ମସିହାରେ ଟାଇଟନିକ ଦୁର୍ଘଟଣା ପରେ ଷ୍ଟିଫ ପିଡୀତଙ୍କ ପାଇଁ ୬୦୦ଟି କଳା ଟେଡି ଭାଲୁ ତିଆରି କରିଥିଲେ । ଏହା ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲା । ଦଶନ୍ଧି ଧରି ଷ୍ଟୋରରୁମରେ ରହିବା ପରେ ଏହାକୁ ୧୩୩,୨୮୫ ଡଲାରରେ ନିଲାମ କରାଯାଥିଲା । ଯଦି ଏହାକୁ ଭାରତୀୟ ମୁଦ୍ରାରେ ହିସାବ କରାଯାଏ ତେବେ ଏହାର ମୂଲ୍ୟ ୯୯,୬୪, ୯୯୯ଟଙ୍କା ହେବ ।

ଷ୍ଟିଫ ବିୟର ଟେଡି ଗର୍ଲର ନାମ ଦୁଇ ନମ୍ବରରେ ଆସୁଛି । ୧୯୯୪ରେ ପ୍ରାୟ ୧୭୧୫୭୮ଡଲାରରେ ନିଲାମ ହୋଇଥିବା ଏହି ଟେଡି ସେହି ସମୟ ପର୍ଯନ୍ତ ସବୁଠାରୁ ମହଙ୍ଗା ଟେଡି ବିୟର ଥିଲା । ୧୯୦୫ରେ ନିର୍ମିତ ଏହି ଟେଡି ବବ୍‌ ହେଣ୍ଡରସନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଥିଲା । ଯିଏକି ପରେ ବ୍ରିଟିଶ ସେନାରେ କର୍ଣ୍ଣେଲ ହୋଇଥିଲେ । ୧୯୯୦ରେ ମୃତ୍ୟୁ ପର୍ଯ୍ୟନ୍ତ ଏହି ଟେଡି ତାଙ୍କ ସହ ରହିଲା ।

ଏହା ହେଉଛି ଦନିଆର ସବୁଠୁ ଦାମୀ ଟେଡି ଭାଲୁ । ଯାହାର ନାମ ହେଉଛି ଷ୍ଟିପ ଆଣ୍ଡ ଲୁଇସ ଭ୍ୟୁଟନ ବିୟର। ୨୦୦୦ମସିହାରେ ଏହାକୁ ପ୍ରାୟ ୧୮୨୫୫୦ଡଲାରରେ ବିକ୍ରି କରାଯାଇଥିଲା । ଅନେକ ୱେବସାଇଟରେ ଏହାର ମୂଲ୍ୟ ୨ମିଲିୟନ ଡଲାରରୁ ଅଧିକ କୁହାଯାଏ । ଯଦିଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ଏହାର ମୂଲ୍ୟ ପ୍ରାୟ ୧୮୨୫୫୦ ଡଲାର ରେକର୍ଡ କରିଛି । ଅର୍ଥାତ ଆଜିର ବିନିମୟ ମୂଲ୍ୟ ଅନୁଯାୟୀ ପ୍ରାୟ ୧.୩୬କୋଟିରୁ ଅଧିକ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.