ଭାରତର ଏକମାତ୍ର ସବୁଠାରୁ ଶିକ୍ଷିତ ବ୍ୟକ୍ତି, ଯାହାଙ୍କ ନିକଟରେ ରହିଛି ୨୦ଟି ଡିଗ୍ରୀ

ଭାରତ ଏମିତି ଏକ ଦେଶ ଯେଉଁଠାରେ ପାଠ ପଢାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଯଦି ଆପଣ ଶିକ୍ଷାରେ ସଫଳ ହୋଇଗଲେ ତେବେ ଜାଣନ୍ତୁ ଆପଣଙ୍କ ଜୀବନ ସଫଳ ହୋଇଗଲା । ସେଥିପାଇଁ ଦେଶରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ନିକଟରେ ଏକାଧିକ ଡିଗ୍ରୀ ରହିଛି । ହେଲେ କଣ ଆପଣ ଜାଣନ୍ତି ଆଜି ଯାଏ ଆମଦେଶରେ ସବୁଠାରୁ ଅଧିକ ପାଠ କିଏ ପଢିଛନ୍ତି ।

ନାଗପୁରର ଏହି ବ୍ୟକ୍ତିଙ୍କ ପାଖରେ ଗୋଟିଏ ବା ଦୁଇଟି ନୁହେଁ ରହିଛି ୨୦ ଡିଗ୍ରୀ । କେବଳ ସେତିକି ନୁହେଁ ତାଙ୍କ ନିକଟରେ ଅନେକ ମେଡାଲ୍ ସହ ଥିଲା ଏକ ଲାଇବ୍ରେରୀ । ଯେଉଁଥିରେ ୫୨ ହଜାର ବହି ଥିଲା । ଏହି ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି କଂଗ୍ରେସ୍ ନେତା ଶ୍ରୀକାନ୍ତ ଜିଚକର୍ । ଦେଶର ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବରେ ଲିମକା ବୁକ୍ ଅଫ୍ ରେକର୍ଡରେ ରହିଛି ଶ୍ରୀକାନ୍ତଙ୍କ ନାମ ।

ଶ୍ରୀକାନ୍ତଙ୍କ ଜନ୍ମ ୧୪ ଡିସେମ୍ବର ୧୯୫୪ ରେ ହୋଇଥିଲା । ୧୯୭୩ ରୁ ୧୯୯୦ ଭିତରେ ଶ୍ରୀକାନ୍ତ ୪୨ଟି ୟୁନିଭରସିଟିରେ ପରୀକ୍ଷା ଦେଇଥିଲେ । ତେବେ ୪୨ଟି ପରୀକ୍ଷା ମଧ୍ୟରୁ ସେ ୨୦ଟିରେ ଉତୀର୍ଣ୍ଣ ହୋଇଥିଲେ । ଆଉ ଅଧିକାଂଶରେ ସେ ପ୍ରଥମ ଶ୍ରେଣୀରେ ପାସ୍ ହେବା ସହ ଅନେକ ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଶ୍ରୀକାନ୍ତ ଉଭୟ ଆଇପିଏସ୍ ଏବଂ ଆଇଏଏସ୍ ମଧ୍ୟ ପାଇଥିଲେ । କିନ୍ତୁ ଏସବୁ ପଛରେ ପକାଇ ରାଜନୀତିରେ ଯୋଗ ଦେଇଥିଲେ । ତେବେ ୨ ଜୁନ୍ ୨୦୦୪ରେ ମାତ୍ର ୪୯ ବର୍ଷ ବୟସରେ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ଶ୍ରୀକାନ୍ତ ।

ଏବେ ନଜର ପକାନ୍ତୁ ଶ୍ରୀକାନ୍ତ ଡିଗ୍ରୀ ଉପରେ :

–  ଡାକ୍ତର , ଏମବିବିଏସ୍ ଏବଂ ଏମଡି
–  ଲ. ଏଲଏଲବି
– ଏମଏ. ପବ୍ଲିକ୍ ଆଡମିନିଷ୍ଟ୍ରେସନ୍
–  ଏମଏ. ଇକନୋମିକ୍ସ
–  ଏମଏ. ସୋସିଓଲୋଜି
–  ଏମଏ. ସଂସ୍କୃତ
–  ଏମଏ. ଫିଲସୋଫି
–  ଏମଏ. ଇଂରାଜୀ
–  ଏମଏ. ଇତିହାସ
–  ଏମଏ. ରାଜନୀତି ବିଜ୍ଞାନ
–  ଏମଏ. ପୂରାତନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ୱ
–  ଏମଏ. ସାଇକୋଲୋଜି
–  ଅନ୍ତର୍ଜାତୀୟ ଲ, ଏଲଏଲଏମ୍
–  ଏମବିଏ ଏବଂ ଡିବିଏମ୍
–  ବାଚେଲର୍ ଇନ୍ ଜର୍ଣ୍ଣାଲିଜିମ୍
–  ଆଇଏଏସ୍
–  ଆଇପିଏସ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.