ପୁଅକୁ ବିବାହ କଲା ମା’, ଲାଳନ ପାଳନ କରିଥିଲେ ବି ସବୁକିଛି ଭୁଲିଗଲା

ରୁଷର ବାସିନ୍ଦା ଏହି ମହିଳା ଜଣଙ୍କ ଜଣେ ଜଣାଶୁଣା ମୁ୍ୟୁଜିସିଆନ୍‌ ଭାବେ ପରିଚିତ । କିନ୍ତୁ ବର୍ତ୍ତମାନ ଏହି ମହିଳା ନିଜ କ୍ୟାରିୟର ପାଇଁ ନୁହେଁ ବରଂ ତାଙ୍କ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ନିକଟରେ ତାଙ୍କର ୨୨ ବର୍ଷର ପୋଷ୍ୟ ସନ୍ତାନକୁ ବିବାହ କରିଛନ୍ତି ।

ମା’ ପାଇଁ ପିଲା ସବୁବେଳେ ଛୋଟ ଥାଏ । ମା’ ଓ ପୁଅର ବନ୍ଧନ ଅନ୍ୟ କୌଣସି ସମ୍ପର୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପୁଅ ଯେତେ ବଡ଼ ହେଉନା କାହିଁକି ମା’ ଆଗରେ ପୁଅ ସବୁବେଳେ ଛୋଟ ହିଁ ରହିଥାଏ । କାହିଁକି ନା ମା’ ନିଜ ପୁଅକୁ ଛୋଟରୁ ବଡ଼ ହେବାର ଦେଖିଥାଏ । ସବୁ କଷ୍ଟ ସହି ପୁଅକୁ ବଡ଼ କରିଥାଏ । କିନ୍ତୁ ଯଦି ଆମେ ଆପଣଙ୍କୁ ଜଣେ ମା’ ନିଜ ପୁଅକୁ ବିବାହ କରିଛି ବୋଲି କହିବା ତେବେ ଆପଣ ହୁଏତ ଏକଥା ବିଶ୍ୱାସ କରିବେନି । ଜଣେ ମା’ କେମିତି ନିଜ ପୁଅକୁ ବିବାହ କରିବ ? ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । କଥାଟା ବିଶ୍ୱାସ ହେଉନଥିଲେ ବି ଏଭଳି କିଛି ସତରେ ଘଟିଛି । ଜଣେ ମା’ ନିଜ ପୁଅକୁ ହିଁ ବିବାହ କରିଛି । ଏଭଳି ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଆଇସିଲୁ ଚିଜେଭାସ୍କାୟା-ମିଙ୍ଗାଲିମ୍ ନାମକ ଜଣେ ୫୩ ବର୍ଷିୟ ମହିଳା ତାଙ୍କ ପୋଷ୍ୟପୁଅକୁ ବିବାହ କରିଛନ୍ତି । ଯେଉଁ ପୁଅକୁ ଛୋଟରୁ ବଡ଼ କଲେ ତା ସହିତ ହିଁ ବିବାହ ବନ୍ଧନରେ ବାନ୍ଧି ହେଲେ । ମହିଳା ଯାହା ସହ ରିଲେସନସିପରେ ଅଛନ୍ତି ସେ ତାଙ୍କ ନିଜ ପୁଅ ନୁହଁନ୍ତି ବରଂ ତାଙ୍କ ଆଇନଗତ ପୁଅ । ପୁଅକୁ ୧୩ ବର୍ଷ ବୟସରେ ହିଁ ମହିଳା ଆଡପ୍ଟ କରିଥିଲେ କିନ୍ତୁ ପୁଅ ବଡ ହେବା ପରେ ମହିଳା ନିଜ ମାତୃତ୍ୱକୁ ଭୁଲି ଯାଇ ନିଜ ପୁଅର ହିଁ ସ୍ତ୍ରୀ ହୋଇଛନ୍ତି ।

ରୁଷର ବାସିନ୍ଦା ଏହି ମହିଳା ଜଣଙ୍କ ଜଣେ ଜଣାଶୁଣା ମୁ୍ୟୁଜିସିଆନ୍‌ ଭାବେ ପରିଚିତ । କିନ୍ତୁ ବର୍ତ୍ତମାନ ଏହି ମହିଳା ନିଜ କ୍ୟାରିୟର ପାଇଁ ନୁହେଁ ବରଂ ତାଙ୍କ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ନିକଟରେ ତାଙ୍କର ୨୨ ବର୍ଷର ପୋଷ୍ୟ ସନ୍ତାନକୁ ବିବାହ କରିଛନ୍ତି । ଆଇସିଲୁ ନିଜେ ୫୩ ବର୍ଷ ବୟସର । ତେବେ କହି ରଖିବାକୁ ଚାହିଁବୁ ଆଇସିଲୁ ଏକ ଅନାଥ ଆଶ୍ରମରେ ଗୀତ ଶିଖାଉଥିବା ସମୟରେ ଡାନିଲ ନାମକ ଏକ ପୁଅକୁ ଭେଟିଥିଲେ । ଡାନିଲ ଖୁବଶୀଘ୍ର ସଙ୍ଗୀତ ଶିଖିଥିଲେ ଏବଂ ବହୁତ ଲୋକପ୍ରିୟ ହୋଇଥିଲେ । ୧୪ ବର୍ଷ ବୟସରେ ଆଇସିଲୁ ଡାନିଲଙ୍କୁ ଆଡପ୍ଟ କରିଥିଲେ ଏବଂ ଦୁହେଁ ଏକାଠି ରହିବାକୁ ଲାଗିଥିଲେ। ଡାନିଲଙ୍କୁ ବର୍ତ୍ତମାନ ୨୨ ବର୍ଷ । ତେବେ ଏହି ମହିଳା ବର୍ତ୍ତମାନ ୫୩ ବର୍ଷ ବୟସର ଜଣେ ମ୍ୟୁଜିସିଆନ୍‌, ଯିଏ ନିଜ ପୁଅକୁ ଆଡପ୍ଟ କରିଥିଲେ ମଧ୍ୟ ତାଙ୍କର ସ୍ତ୍ରୀ ହୋଇ ରହିବାକୁ ପସନ୍ଦ କରିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ହେବା ସମୟରେ ଆଇସିଲୁ କହିଛନ୍ତି ଯେ ଏହା ଏକ ଭିନ୍ନ ବିବାହ । ଅନେକ ଲୋକ ଏହାକୁ ଉଚିତ ବୋଲି କହି ନାହାନ୍ତି । କିନ୍ତୁ ଲୋକଙ୍କ କଥାକୁ ଖାତିର କରି ନାହାନ୍ତି ଏହି କପଲ୍‌ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ମହିଳା ଆହୁରି ୫ ଜଣ ପିଲାଙ୍କୁ ଆଡପ୍ଟ କରିଥିଲେ । କିନ୍ତୁ ପୋଲିସ ଏହି ପିଲାଙ୍କୁ ଉଦ୍ଧାର କରିଛି ଏବଂ ପିଲାମାନଙ୍କୁ ପୁଣିଥରେ ଅନାଥ ଆଶ୍ରମକୁ ପଠାଯିବ ବୋଲି ସୂଚନା ମିଳିଛି । ମହିଳାଙ୍କ ଏପରି ଆଚରଣ ପରେ ପିଲାମାନଙ୍କୁ ମହିଳାଙ୍କ ପାଖରେ ନରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.