Below header

ଜୟପୁର କଣ୍ଟାମାଳୀ ପାହାଡ଼ ଚଢ଼ାରେ କିଛି କମ୍ ନୁହେଁ ମହିଳାଙ୍କ ସଂଖ୍ୟା..

ଶୀତୁଆ ସକାଳ ହାଲକା ହାଲକା ସୂର୍ଯ୍ୟକିରଣ ଭିତରେ ଘଞ୍ଚ ଜଙ୍ଗଲି ଅଣ ଓସାରିଆ ରାସ୍ତା ଲମ୍ବିଚି ପାହାଡକୁ । ଆଉ ସେଇ ପାହାଡି ରାସ୍ତାରେ ଲମ୍ବା ଧାଡିରେ ଦଉଡୁଛନ୍ତି ପିଲାଠୁ ବୁଢା ସମସ୍ତେ । ବ୍ୟସ୍ତ ବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବାକୁ ପ୍ରୟାସ ବା କିଏ ନକରିବ ।

ଜୟପୁର(କେନ୍ୟୁଜ) : ଶୀତୁଆ ସକାଳ ହାଲକା ହାଲକା ସୂର୍ଯ୍ୟକିରଣ ଭିତରେ ଘଞ୍ଚ ଜଙ୍ଗଲି ଅଣ ଓସାରିଆ ରାସ୍ତା ଲମ୍ବିଚି ପାହାଡକୁ । ଆଉ ସେଇ ପାହାଡି ରାସ୍ତାରେ ଲମ୍ବା ଧାଡିରେ ଦଉଡୁଛନ୍ତି ପିଲାଠୁ ବୁଢା ସମସ୍ତେ । ବ୍ୟସ୍ତ ବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବାକୁ ପ୍ରୟାସ ବା କିଏ ନକରିବ ।

ବିଶେଷ କରି କରୋନା ପରେ ଉଭୟ ମହିଳା ପୁରୁଷ ଆଉ ବିଶେଷ କରି ବୟସ୍କ ସମସ୍ତେ ନିଜ ଶରୀର କୁ ନେଇ ସଚେତନ । ଜୟପୁର କଣ୍ଟାମାଳୀ ପାହାଡ଼ ଚଢ଼ାରେ ମହିଳାଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ନିଜକୁ ଫିଟ୍ ଆଉ ସୁସ୍ଥ ରଖିବାକୁ ସମସ୍ତଙ୍କ ପ୍ରୟାସ ଆଉ ଏଭଳି ଟ୍ରାକିଙ୍ଗ କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯିବା ଆବଶ୍ୟକ ବୋଲି କହନ୍ତି ପାହାଡ଼ ଚଢ଼ାଳି ।

ବଣ ପାହାଡ଼ ଘେରା ଅବିଭକ୍ତ କୋରାପୁଟ ଜିଲ୍ଲା ଯେଉଁଠି ଛୋଟବଡ଼ କରି ଶତାଧିକ ପାହାଡ଼ ରହିଛି ଆଉ ପାହାଡ଼ ସହ ଜଡିତ ଏ ଅଂଚଳ ବାସୀ । ଡଙ୍ଗରିଆ ଯାହାର ଅର୍ଥ ଡଙ୍ଗର ଅର୍ଥାତ ପାହାଡ଼ ଆଉ ଡଙ୍ଗରିଆ ଅର୍ଥାତ ପାହାଡିଆ,
କୋରାପୁଟ ଜିଲ୍ଲାର ଏକ ଭିନ୍ନ ଅନୁଷ୍ଠାନ ।

ଏହି ଅନୁଷ୍ଠାନ ଗତ ଚାରିବର୍ଷ ଧରି ଏମିତି କିଛି ନିଆରା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଆଜି ଏହାକୁ ଫ୍ଲାଗ ଦେଖେଇ ଉଦଘାଟନ କରିଛନ୍ତି ନେତା ହିମାଂଶୁ ମହାପାତ୍ର । ମାଉଣ୍ଟେନ ଟ୍ରାକିଙ୍ଗର ଉଦେଶ୍ୟ ଲୋକଙ୍କ ସୁସ୍ଥତା ସାଙ୍ଗକୁ ମୂଳ ଲକ୍ଷ୍ୟ ପାହାଡ଼ ଘେରା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମାଉଣ୍ଟେନ ଟ୍ରାକିଙ୍ଗ ପଏଣ୍ଟ ମାନ୍ୟତା ମିଳୁ ବୋଲି କହିଛନ୍ତି ଡଙ୍ଗରିଆ ସମ୍ପାଦକ ରାଜେଶ ପାଣିଗ୍ରାହୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.