୨୦୨୬ ଫିଫା ବିଶ୍ୱକପ କ୍ରୀଡ଼ାସୂଚୀ ଘୋଷଣା, ୩ଟି ଦେଶର ୧୬ଟି ସହରରେ ଖେଳାଯିବ ମ୍ୟାଚ୍‌

ଫିଫା ବିଶ୍ୱକପ ୨୦୨୬ ଫାଇନାଲ୍ ନ୍ୟୁ ଜର୍ସିରେ ଆୟୋଜିତ ହେବ । ଚଳିତଥର FIFA ବିଶ୍ୱକପ୍ ଫାଇନାଲ୍ USA, କାନାଡ଼ା ଏବଂ ମେକ୍ସିକୋ ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଛି । ଏହି ବିଶ୍ୱକପ୍ କାନାଡ଼ା, ମେକ୍ସିକୋ ଏବଂ ଆମେରିକାର ୧୬ଟି ଆତ୍ୟାଧୁନିକ ଷ୍ଟାଡ଼ିୟମରେ ୧୦୪ଟି ମ୍ୟାଚ ଖେଳାଯିବ ।

ଫିଫା ବିଶ୍ୱକପ ୨୦୨୬ ଫାଇନାଲ୍ ନ୍ୟୁୟର୍କ/ ନ୍ୟୁ ଜର୍ସିର ମେଟ୍ ଲାଇଫ୍ ଷ୍ଟାଡ଼ିୟମରେ ଆୟୋଜିତ ହେବ । ଏନେଇ ଫିଫା ଆୟୋଜକ ପକ୍ଷରୁ ଘୋଷଣା କରାଯାଇଛି । ମେକ୍ସିକୋ ସହରର ଏଜ୍ଟେକା(Azteca) ଷ୍ଟାଡ଼ିୟମରେ ଜୁନ ୧୧ରେ ପ୍ରତିଯୋଗିତା ଆରମ୍ଭ ହେବ । ଚଳିତଥର FIFA ବିଶ୍ୱକପ୍ ଫାଇନାଲ୍ USA, କାନାଡ଼ା ଏବଂ ମେକ୍ସିକୋ ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଛି । ୨୦୨୬ ବିଶ୍ୱକପ୍ ଫାଇନାଲରେ ୩ଟି ଦେଶର ମୋଟ୍ ୧୬ଟି ସହରର ଅତ୍ୟାଧୁନିକ ଷ୍ଟାଡିୟମରେ ୧୦୪ଟି ମ୍ୟାଚ ଖେଳାଯିବ ।

ଏହି ବିଶ୍ୱକପ୍ କାନାଡ଼ା, ମେକ୍ସିକୋ ଏବଂ ଆମେରିକାର ୧୬ଟି ଆତ୍ୟାଧୁନିକ ଷ୍ଟାଡ଼ିୟମରେ ୧୦୪ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ସହରରେ ମୋଟ୍ ୪୮ ଟିମ୍‌ ଅଂଶଗ୍ରହଣ କରିବେ । ଆଟଲାଣ୍ଟା, ବୋଷ୍ଟନ୍, ଡଲାସ୍, ଗ୍ୱାଡଲାଜାରା, ହ୍ୟୁଷ୍ଟନ୍, କେନସସ୍ ସିଟି, ଲସ୍ ଏଞ୍ଜେଲ୍ସ, ମେକ୍ସିକୋ ସିଟି, ମିଆମି, ମାଣ୍ଟେରୀ, ନ୍ୟୁୟର୍କ/ନ୍ୟୁ ଜର୍ସି, ଫିଲାଡେଲଫିଆ, ସାନ୍ ଫ୍ରାନସିସ୍କୋ Bay Area, ସିଏଟଲ, ଟୋରଣ୍ଟୋ ଏବଂ ଭେଙ୍କ୍ୟୁଭର ଭଳି ୧୬ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟର ଆଯୋଜନ ହେବ ।

FIFA ଅଧ୍ୟକ୍ଷ ଜିଆନୀ ଇନଫାଣ୍ଟିନୋଙ୍କ ସୂଚନା ମୁତାବକ, ଏହା ହେଉଛି ଏକତ୍ର ଏବଂ ପ୍ରଭାବଶାଳୀ ଫିଫା ବିଶ୍ୱକପ୍ । ଏହା ଏକ ସ୍ୱପ୍ନ ନୁହେଁ ବରଂ ବାସ୍ତବିକତା । ଆଟଲାଣ୍ଟା ଏବଂ ଡଲାସ୍ ସେମିଫାଇନାଲ୍ ଆୟୋଜନ କରିବେ । ସେହିପରି ଲସ୍ ଏଞ୍ଜେଲ୍ସ, କେନସସ୍ ସିଟି, ମିଆମି ଏବଂ ବୋଷ୍ଟନରେ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ ।

ସୂଚନାଯୋଗ୍ୟ, ୧୯୯୪ରେ ଫିଫା ବିଶ୍ୱକପ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଆୟୋଜିତ କରାଯାଇଥିଲା । ଏହାର ଫାଇନାଲ ଲସ ଏଞ୍ଜେଲ୍ସର ପାସାଡେନାର ରୋଜ ବାଉଲ ଷ୍ଟାଡିୟମରେ ଖେଳାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.