Below header

ସାଇକେଲ ମେକାନିକଙ୍କ ହାତରେ ଜୀବନ୍ତ ହେଉଛି ଚିତ୍ରକଳା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ସୁବର୍ଣ୍ଣପୁର(କେନ୍ୟୁଜ୍): ନା ରହୁଛନ୍ତି ବଡ ସହରରେ ନାଁ ତାଙ୍କୁ ମିଳିଛି ତାଲିମ । କିନ୍ତୁ ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହେଉଛି ଚିତ୍ରକଳା । ସୁକ୍ଷ୍ମ କାରୁକାର୍ଯ୍ଯ ତଥା ମାଇକ୍ରୋରୁ ଅତି ମାଇକ୍ରୋ ଆର୍ଟ ତାଙ୍କଦ୍ୱାରା ଅଙ୍କାଯାଇଥିବାବେଳେ, ଚିତ୍ର ଗୁଡିକ ଯିଏବି ଦେଖିୁଛି ଆବାକ୍‌ ହୋଇଯିବଟା ସ୍ବାଭାବିକ । କିଛି କରି ଦେଖେଇବାର ଯିଦ୍ ଥିଲେ ଜଣେ ସବୁକିଛି କରି ଦେଖାଇବାରେ ସମ୍ଭବ ହେବ । ଆଉ ଏମିତି ହିଁ ଏକ ଅସମ୍ଭବ କାମକୁ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗାଁର ମୁନ୍ନା ମହାରଣା । ଜଣେ ସାଇକେଲ ମେକାନିକ ଭାବରେ କାମ କରୁଥିବା ମୁନ୍ନା ଆଜି ନିଜ ଚିତ୍ରକଳା ପାଇଁ ଇଣ୍ଡିଆ ବୁକଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ପ୍ରଥମେ ମାଟିରେରେ ବିଭିନ୍ନ ଦେବା ଦେବେୀଙ୍କ ମୂର୍ତ୍ତି ତିଆରି କରିଥିବା ବେଳେ ପରେ କାଠରେ ଜଗତର ନାଥ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଥିଲେ । ସାଇକେଲ ନଟ ବୋଲଟରେ କୃଷ୍ଣ ରଥରେ ଅର୍ଜ୍ଜୁନ ସାରଥୀ,ଜଗନ୍ନାଥ,ସୁଭଦ୍ରା,ଭଳଭଦ୍ର ତିଆରି କରିବା ପରେ ମାଇକ୍ରୋ ଆର୍ଟ ମାଧ୍ଯମରେ ମଶୁରଡାଲିି,ବିରିଡାଲି ଓ ତୁଳସୀ ଜଟାରେ ଜଗନ୍ନାଥଙ୍କ ଦଶ ଅବତାର ତିଆରି କରି ଇଣ୍ଡିଆ ବୁକ,ଏସିଆ ବୁକରେ ସ୍ଥାନ ପାଇଛନ୍ତି । ଆଉ ଏବେ ସେ ଚକ୍‌ ଖଡିରେ ମହାପୁରୁଷଙ୍କ ସମେତ ଅଟଲବିହାରି ବାଜପେୟୀ,ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦୀ,ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନେତା ମନ୍ତ୍ରୀଙ୍କ ଚିତ୍ର ଆଙ୍କି କରି ବେଶ ଚର୍ଚ୍ଚାକୁ ଆସିଛନ୍ତି ।

ARTଏପଟେ ମୁନ୍ନାଙ୍କ ଚିତ୍ରକଳକୁ ନେଇ ତାଙ୍କ ପରିବାର ସହିତ ସ୍ଥାନୀୟ ଲୋକେ ମଧ୍ଯ ବେଶ ଖୁସି, ଥିବା ବେଳେ ଏବେ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ । ସବୁ ମଣିଷ ସଫଳ ଜୀବନ ଚାହିଁଥାନ୍ତି ଓ ସେମାନେ ଜୀବନରେ ସଫଳତା ପାଇବା ପାଇଁ ଚେଷ୍ଟା ବି କରିଥାନ୍ତି । ହେଲେ ଆପଣ କେତେ ସଫଳତା ପାଇବେ ତାହା ଆପଣଙ୍କର କାର୍ଯ୍ୟ ଉପରେ ନିର୍ଭର କରେ । ଯେମିତି ଜଣେ ସାଇକେଲ ମେକାନିକ ଭାବେ କାମ କରି ବି ଆଜି ଇଣ୍ଡିଆ ବୁକଅଫ ରେକର୍ଡରେ ନିଜ ସ୍ଥାନ ପକ୍କା କରି ଦେଖାଇଛନ୍ତି ମୁନ୍ନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.