ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଆଜି ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ

(କେନ୍ୟୁଜ): ଗୋପାଳ ଦାସର ହେଲା ପଲିଗ୍ରାଫ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ । ଆଜି ଗୋପାଳର ଡାକ୍ତରୀ ମାଇନା ପରେ ହେବ ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧୀନଗରରେ DFSSରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ବ୍ରଜରାଜନଗର JMFC କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟେଷ୍ଟ କରାଯାଇଛି । ଉଭୟ ଟେଷ୍ଟ ପାଇଁ ଗୋପାଳ ମଧ୍ୟ ରାଜି ହୋଇଛି ।

ପଲିଗ୍ରାଫ ଟେଷ୍ଟରେ ଗୋପାଳକୁ କିଛି ପ୍ରଶ୍ନ କରାଯାଇଥିଲା । ପ୍ରଥମେ କିଛି ସହଜ ପ୍ରଶ୍ନ କରାଯାଇଥିଲା । ପରେ ନବ ଦାସଙ୍କୁ ଗୁଳି ମାରିବା ପଛର କାରଣ ପଚରାଯାଇଥିଲା । ପ୍ରଶ୍ନର ଉତ୍ତର କେତେ ସତ ଓ କେତେ ମିଛ ତାହା ଜାଣିବାକୁ ପଲିଗ୍ରାଫ ଟେଷ୍ଟ ହୋଇଛି । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ମିଛ କହିପାରିବ ନାହିଁ । ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ ସତ ବୋଲି ଧରାଯାଇଥାଏ । ଏହାକୁ ଆଧାର କରି କୋର୍ଟରେ ଦାଖଲ କରାଯିବ ରେକର୍ଡ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କ୍ୟାମ୍ପ କରି ଗାନ୍ଧିନଗରରେ ରହି ତଦାରଖ କରୁଛନ୍ତି । ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ଗୋପାଳକୁ ଝାରସୁଗୁଡ଼ାରୁ ଗୁଜରାଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.