Below header

ଏମିତି ଏକ ମନ୍ଦିର ଯେଉଁଠାକୁ ସୂର୍ଯ୍ଯାସ୍ତ ପରେ ରହିଲେ ହୋଇଯିବେ ପଥର

ରାଜସ୍ଥାନ ସହର ନିଜର ଐତିହାସିକ କିଳ୍ଲା ଏବଂ ମନ୍ଦିର ପାଇଁ ସାରା ବିଶ୍ବରେ ପରିଚିତ। ଏହି କିଲ୍ଲା ଏବଂ ମନ୍ଦିରରେ ଏପରି ଅନେକ ସ୍ଥାନ ରହିଛି ତାହାକୁ ଭୂତ ରହିଥିବା କୁହାଯାଇଥାଏ। ସେହି ସ୍ଥାନକୁ ଯିବା ନିଜ ଜୀବନକୁ ବାଜି ଲଗାଇବା ସହ ସମାନ। ରାଜସ୍ଥାନର ଅଲବର ଜିଲ୍ଲା ସ୍ଥିତ ଭାନଗଡ଼ କିଳ୍ଲାକୁ ଭୂତ କୋଠୀ ବୋଲି କୁହାଯାଇଥିବା ବେଳେ ଏଠାରେ ଏପରି ଏକ ମନ୍ଦିର ରହିଛି ଯେଉଁଠାକୁ କିଏ ଗଲା ମାନେ ସେ ଆଉ ଜୀବିତ ଫେରିନଥାନ୍ତି। ବାଡ଼ମେର ଜିଲ୍ଲା ସ୍ଥିତ କିରାଡ଼ୁ ମନ୍ଦିରରେ ରହିଥିବା ଏକ ରହସ୍ଯକୁ ଆଜି ପର୍ଯ୍ଯନ୍ତ କିଏ ସମାଧାନ କରିପାରି ନାହାନ୍ତି। ଏଠାକୁ ସୂର୍ଯ୍ଯସ୍ତ ପରେ ଯିଏ କିଏ ଗଲା ମାତ୍ରେ ସେଠାରେ ପଥର ହୋଇଯାଇଥାନ୍ତି। ଏହା ପଛରେ ସାଧୁଙ୍କ ଅଭିଶାପ ରହିଥିବା କୁହାଯାଇଥାଏ।

kiradu temples

ଭଗବାନ ଶିବଙ୍କ ଆରାଧ୍ୟ କିରାଡ଼ୁ ମନ୍ଦିରକୁ ଲଘୁ ଗୁଜୁରାଓ ବୋଲି କୁହାଯାଇଥାଏ। ଏହି ମନ୍ଦିରରେ ୧୧ ଶତାବ୍ଦୀର ଶିଳାଲେଖ ଦେଖିବାକୁ ମିଳିଥାଏ। ଏହି ମନ୍ଦିରର ମୂର୍ତ୍ତି କଳା ଆର୍ଦୁତ ଅଟେ। ମନ୍ଦିରଟି ଅଭିଶାପିତ ହୋଇଥିବାରୁ ଏଠାରେ ଅଧିକ ଭିଡ଼ ଦେଖିବାକୁ ମିଳିନଥାଏ। ଏପରିକି ସ୍ଥାନୀ୍ୟ ଲୋକ ଏହି ମନ୍ଦିରକୁ ରାତିରେ ଯିବାକୁ ପସନ୍ଦ କରନ୍ତି ନାହିଁ।

କାହିଁକି ମିଳିଛି ଅଭିଶାପ

ଅନେକ ବର୍ଷ ପୂର୍ବେ ଏଠାକୁ ଜଣେ ସାଧୁ ଆସିଥିଲେ। ସେଠାକାର ଗ୍ରାମ ଲୋକ ସାଧୁଙ୍କର ଅତିଥିଚର୍ଯ୍ଯ କରିଥିଲେ ଏବଂ ବହୁ ନାମ କରିଥିଲେ। ଦିନେ ସାଧୁ ସେହି ସ୍ଥାନ ଛାଡ଼ି ଅନ୍ଯ ଏକ ସ୍ଥାନକୁ ପଳାଇଯାଇଥିଲେ ଏବଂ ତାଙ୍କ ଶିଷ୍ଯଙ୍କୁ ଗ୍ରାମବାସୀଙ୍କ ଭରଷାରେ ଛାଡ଼ି ଦେଇଥିଲେ। କିନ୍ତୁ ସାଧୁଙ୍କ ଯିବା ପରେ ତାଙ୍କ ଶିଷ୍ଯଙ୍କର କିଏ ଧ୍ୟାନ ରଖିନଥିଲେ। ଯାହାଫଳରେ ତାଙ୍କର ଶରୀର ଅତ୍ଯନ୍ତ ମାତ୍ରାରେ ଖରାପ ହୋଇଯାଇଥିଲା। ସାଧୁ ଫେରି ତାଙ୍କ ଶିଷ୍ଯଙ୍କ ଏପରି ଅବସ୍ଥା ଦେଖି ବହୁ ମାତ୍ରାରେ କ୍ରୋଧିତ ହୋଇଯାଇଥିଲେ। ଏହାପରେ ସେ କହିଥିଲେ ଯେଉଁ ବ୍ଯକ୍ତଙ୍କ ମନ ପଥରର ସେମାନଙ୍କୁ ମଣିଷ ହୋଇ ରହିବାର କୌଣସି ଅଧିକାର ନାହିଁ। ଏହାପରେ ତୁରନ୍ତ ସେହି କ୍ଷଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀ ପଥର ହୋଇଯାଇଥିଲେ।

kiradu

 

ତେବେ ଗ୍ରାମର ସମସ୍ତ ବ୍ଯକ୍ତି ସାଧୁଙ୍କ ଶିଷ୍ଯଙ୍କ ସହ ଖରାପ ବ୍ଯବହାର କରିଥିବା ବେଳେ ସେଠାରେ ଥିବା ଜଣେ ମହିଳା ତାଙ୍କାର ଧ୍ୟାନ ରଖିଥିଲେ। ସାଧୁ ଜଣଙ୍କ ତାଙ୍କ ଉପରେ ପ୍ରସନ୍ନ ହୋଇ ତୁରନ୍ତ ଗ୍ରାମ ଛାଡ଼ି ଯିବାକୁ କହିଥିଲେ। ଏବଂ କହିଥିଲେ ଗ୍ରାମରୁ ପଛକୁ ଅନାଇ ଚାହିଁବି ନାହିଁ। କିନ୍ତୁ ମହିଳା ଜଣଙ୍କ ସାଧୁଙ୍କ କଥାରେ ସନ୍ଦେହ କରି ପଛକୁ ଚାହିଁ ଦେଖିଦେଇଥିଲେ ଯାହା ଫଳରେ ସେ ପଥରରେ ପରିଣତ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.