ସମୁଦ୍ର ଗର୍ଭରୁ ଠାବ ହେଲା ୧୨୦୦ ବର୍ଷ ତଳର ପ୍ରାଚୀନ ରହସ୍ୟମୟୀ ମନ୍ଦିର, ହୀରାନୀଳାରେ ଭର୍ତ୍ତି ଡଙ୍ଗା ବି ମିଳିଲା

ମିଶର ଏକ ପ୍ରାଚୀନ ଦେଶ। ଏଠାରେ ଅନେକ ସମୟରେ ସମୁଦ୍ର ଗର୍ଭ ଏବଂ ଭୂ-ଉତଖନନରୁ ପ୍ରାଚୀନ ଜିନିଷ ମିଳିଥାଏ, ଯାହାକି ଲୋକଙ୍କୁ ଚକିତ କରିଦିଏ। ତେବେ ଏଭଳି ଏକ ରହସ୍ୟମୟୀ ମନ୍ଦିର ଏବେ ସମୁଦ୍ର ଗର୍ଭରୁ ଠାବ ହୋଇଛି, ଯାହା ପାଖାପାଖି ୧୨୦୦ ବର୍ଷ ତଳର ବୋଲି ଅନୁମାନ କରାଯାଉଛି। ଏହାସହ ମୂଲ୍ୟବାନ ଧାତୁରେ ପରିପୂର୍ଣ୍ଣ ଏକ ଡଙ୍ଗା ମଧ୍ୟ ମିଳିଛି।

miser 5

ସମୁଦ୍ର ଗର୍ଭରୁ ଠାବ କରାଯାଇଥିବା ଏହି ରହସ୍ୟମୟୀ ମନ୍ଦିର ହେରାକ୍ଲିଓନ ସହରର ଉତ୍ତର ଦିଗରେ ରହିଛି, ଯାହାକୁ ମିଶରର ବିଲୀନ ସହର ‘ଆଟଲାଣ୍ଟିସ୍’ ବୋଲି କୁହାଯାଇଥାଏ। ଏହାକୁ ଠାବ କରିଥିବା ପ୍ରତ୍ନତତ୍ତ୍ବବିଦଙ୍କ କହିବା ମୁତାବକ, ପ୍ରାଚୀନ ଯୁଗରେ ହେରାକ୍ଲିଓନକୁ ‘ମନ୍ଦିର ସହର’ ବୋଲି କୁହାଯାଉଥିଲା, କିନ୍ତୁ ପାଖାପାଖି ହଜାର ହଜାର ବର୍ଷ ପୂର୍ବେ ଆସୁଥିବା ସୁନାମି ଯୋଗୁ ଏହା ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା।

ଏହାସହ ପଢ଼ନ୍ତୁ: ଜୀବନର ଶିକ୍ଷା: ଯେତେବେଳେ ବି ଭୟ ଆପଣଙ୍କ ପାଖକୁ ଆସୁଛି, ତାହାକୁ ଆକ୍ରମଣ କରି ନଷ୍ଟ କରି ଦିଅନ୍ତୁ

miser 6

ପ୍ରତ୍ନତତ୍ତ୍ବବିଦଙ୍କ କହିବାନୁଯାୟୀ, ମନ୍ଦିର ସହିତ ଏଠାରେ ଠାବ କରାଯାଇଥିବା ଡଙ୍ଗାରେ ତମ୍ବା କଏନ ଏବଂ ଅଳଙ୍କାର ଭର୍ତ୍ତି ହୋଇ ରହିଥିଲା। ଏହି ତାମ୍ବା କଏନ ରାଜା ଟାଁଲମି ଦ୍ବିତୀୟଙ୍କ ଶାସନ ସମୟ ଅର୍ଥାତ୍ ତ୍ତୀୟ ଶତାବ୍ଦୀ ବେଳର। ଏ ସବୁ ଛଡ଼ା ସମୁଦ୍ରରୁ ପୁରାତନ ଘର ଏବଂ ମାଟି ନିର୍ମିତ ବାସନକୁସନ ମଧ୍ୟ ମିଳିଛି। ଏହା ପାଖାପାଖି ୨୦୦୦ ବର୍ଷ ତଳର ବୋଲି କୁହାଯାଉଛି। ମିଶର ଏବଂ ପ୍ରତ୍ନତତ୍ତ୍ବବିଦମାନେ ମିଶି ଏହି ସ୍ବତନ୍ତ୍ର ସନ୍ଧାନ କରିଥିଲେ। ବିଗତ ୧୫ ବର୍ଷ ଭିତରେ ଏଠାରେ ସମୁଦ୍ରରୁ ୬୪ଟି ପ୍ରାଚୀନ ଡଙ୍ଗା, ସୁନା କଏନ, ଅଳଙ୍କାର, ୧୪ ଫୁଟ ଉଚ୍ଚତାର ମୂର୍ତ୍ତି ଏବଂ ବିଶାଳ ମନ୍ଦିରର ଅଂଶବିଶେଷ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.