Below header

ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପରିସରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ସଂଗ୍ରହାଳୟ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗୋପାଳପୁରକୁ ଆହୁରୀ ଅଧିକ ଆକର୍ଷଣୀୟ ତଥା ପର୍ଯ୍ୟଟକ ମାନଙ୍କୁ ଗୋପାଳପୁର ପ୍ରତି ଆକୃଷ୍ଟ କରିବା ପାଇଁ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ନୂଆ ପ୍ରୟାସ । ଗୋପାଳପୁରଠାରେ ଥିବା ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆରେ ପୂର୍ବରୁ ବିଭାଗୀୟ ଛାତ୍ରଛାତ୍ରୀ ଏବଂ ଗବେଷଣା କରିବା ନିମନ୍ତେ ଏକ ସଂଗ୍ରାହଳୟ ରହିଥିଲା । ତେବେ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ପରିବର୍ତ୍ତନର ସଚିବ ଡ. ସି.କେ. ମିଶ୍ରା ଗୋପାଳପୁର ସ୍ଥିତ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ ମଧ୍ୟରେ ଏକ ନୂତନ ନଦୀ ମୁହାଣ ସଂଗ୍ରହାଳୟ ଏବଂ ପ୍ରେକ୍ଷାଳୟର ଭତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ନଦୀ ଓ ସମୁଦ୍ରରେ ରହିଥିବା ବିଭିନ୍ନ ପ୍ରକାରର ଜୀବକୁ ଲୋକଲୋଚନକୁ ଆଣିବା ସହିତ ବିଲୁପ୍ତ ହେବାକୁ ବସିଥିବା ଜୀବର କିଭଳି ସୁରକ୍ଷା କରାଯାଇପାରିବ ସେ ନେଇ ସଚେତନତା କରାଯିବ ।

berhampurଏହି ସଂଗ୍ରହାଳୟକୁ ଭାରତର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଏବଂ ବୈଜ୍ଞାନିକମାନେ ଗବେଷଣା କରିବା ଲାଗି ଆସିଥାନ୍ତି । ଏଠାରେ ପ୍ରାୟ ୧ ହଜାର ପ୍ରଜାତିର ଜୀବ ରହିଛନ୍ତି । ସେଥିମଧ୍ୟରୁ ପ୍ରାୟ ୪୦୦ ବିରଳ ଜୀବ । ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ଦ୍ୱିତୀୟ ସଂଗ୍ରହାଳୟ ଓ ପ୍ରେକ୍ଷାଳୟ ୧୧ କୋଟି ୮୦ ଲକ୍ଷ ଟଙ୍କାରେ ନିର୍ମାଣ କରାଯିବ । ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଜନସାଧାରଣଙ୍କୁ ଦେଶର ବିଭିନ୍ନ ପ୍ରଜାତିର ଜୀବ ସମ୍ପର୍କରେ ଅବଗତ କରାଯିବ । ଏହାଛଡ଼ା ପ୍ରେକ୍ଷାଳୟରେ ସେମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ସହିତ ବିରଳ ପ୍ରଜାତିର ଜୀବକୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ ଲୋକମାନଙ୍କୁ ଅବଗତ କରାଯିବ ।

ସେପଟେ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ଅନ୍ୟ ଏକ ସଂଗ୍ରହାଳୟ ଏବଂ ପ୍ରେକ୍ଷାଳୟକୁ ନେଇ ଛାତ୍ରଛାତ୍ରୀ ଏବଂ ଗବେଷକମାନେ ବେଶ୍ ଉତ୍ସାହିତ ଅଛନ୍ତି । ନିକଟରେ ରହିଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜୁଲୋଜି ବିଭାଗର ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ୍, ପିଏଚ୍‌ଡ଼ି, ଏମଫିଲ୍ କରିବା ନିମନ୍ତେ ଏଠାକୁ ଆସିଥାନ୍ତି ।

museumଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପରିସରରେ ନୂତନ ସଂଗ୍ରହାଳୟ ଏବଂ ପ୍ରେକ୍ଷାଳୟ କରାଯିବା ଦ୍ୱାରା ଗୋପାଳପୁର ବେଳାଭୂମିକୁ ଅଧିକ ସଂଖ୍ୟକ ପର‌୍ୟ୍ୟଟକ ଆସିବା ସହିତ ଜନସାଧାରଣ ବିରଳ ପ୍ରଜାତିର ଜୀବ ସମ୍ପର୍କରେ ଅତି ସହଜରେ ଅବଗତ ହୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.