ତାଳଚେର MCL ଭରତପୁର କୋଇଲା ଖଣି ଧସିବା ଘଟଣା : ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଅନୁଗୁଳ : ତାଳଚେର ଭରତପୁର କୋଇଲା ଖଣି ଧସିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି ।

ସେପଟେ ତାଳଚେର MCL ଭରତପୁର କୋଇଲା ଖଣି ଧସିବା ଘଟଣାରେ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର। ୫୦ ଘଣ୍ଟା ପରେ ମୃତଦେହ ମିଳିଛି। ମୃତକ ହେଲେ ପମ୍ପ ଅପରେଟର କାର୍ତ୍ତିକେଶ୍ୱର ମହାପାତ୍ର। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର ହେଲେଣି । ଆଜି ରେସ୍କ୍ୟୁ ଅପରେସନ୍‌ ବେଳେ ଅନ୍ୟ ଜଣଙ୍କ ଜଂଘ ଉଦ୍ଧାର ହୋଇଛି । ତେବେ ମୃତଦେହଟିକୁ ସମ୍ପୂର୍ଣ୍ଣ ଭାବେ ଠାବ କରାଯାଇପାରି ନାହିଁ । ଉଦ୍ଧାର ପାଇଁ ଜାରି ରହିଛି ରେସ୍‌କ୍ୟୁ ଅପରେସନ । ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଏନଡିଆରଏଫର ୩୦ଜଣିଆ ଦଳ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି। NDRF ଟିମ୍‌ ସହ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଛି। ତେବେ ଗତକାଲି ପ୍ରବଳ ବର୍ଷା ହେବା ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ରାଞ୍ଚିର ଖଣି ସୁରକ୍ଷା ନିର୍ଦ୍ଦେଶକ, ଏମସିଏଲର ବରିଷ୍ଠ ଅଧିକାରୀ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉଦ୍ଧାର କାର୍ଯ୍ୟ ବେଳେ ଉପସ୍ଥିତ ରହିଛନ୍ତି। ସେପଟେ ତାଳଚେରର ସମସ୍ତ ଖଣିର ସୁରକ୍ଷା ଯାଞ୍ଚ ଦାବିରେ ବିଜେପି କର୍ମୀ କୋଇଲା ଖଣି ବନ୍ଦ ରଖିଛନ୍ତି। ଫଳରେ ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.