ଆଜି ଶ୍ରୀନୃସିଂହ ଚତୁର୍ଦ୍ଦଶୀ, ଜାଣନ୍ତୁ ଭଗବାନଙ୍କୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ

ବୈଶାଖ ଶୁକ୍ଳ ପକ୍ଷରେ ପଡୁଥିବା ଚତୁର୍ଦ୍ଦଶୀକୁ ନୃସିଂହ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଆଜିର ଦିନକୁ ନୃସିଂହ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଉଛି। ନୃସିଂହଙ୍କୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ବୋଲି କୁହାଯାଏ। ନୃସିଂହଙ୍କ ଅଧା ରୂପ ସିଂହର ହୋଇଥିବା ବେଳେ ଅଧା ମନୁଷ୍ୟଙ୍କ ପରି ହୋଇଥାଏ। ଏହି ରୂପରେ ସେ ଭକ୍ତ ପ୍ରହଲ୍ଲାଦଙ୍କୁ ରକ୍ଷା କରିଥିଲେ। ଦକ୍ଷିଣ ଭାରତରେ ବୈଷ୍ଣବ ସମ୍ପ୍ରଦାୟର ଲୋକ ନୃସିଂହଙ୍କୁ ବିପଦ ବେଳେ ରକ୍ଷା କରୁଥିବା ଦେବତା ରୂପରେ ପୂଜା କରିଥାନ୍ତି। ବୈଶାଖ ପୂର୍ଣ୍ଣିମାଦିନ ନୃସିଂହ ଜୟନ୍ତୀ ପାଳିତ ହୁଏ। ଆସନ୍ତୁ ଜାଣିବା ନୃସିଂହ ଜୟନ୍ତୀର ପୂଜା ବିଧି ସମ୍ପର୍କରେ…

nrusingh

ଏହି ଦିନ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଭଗବାନ ନୃସିଂହ ଓ ମା’ଲକ୍ଷ୍ମୀଙ୍କ ଫଟୋକୁ ସ୍ଥାପିତ କରନ୍ତୁ। ପୂଜାରେ ଫଳ, ଫୁଲ, ପଞ୍ଚାମୃତ, କେଶର, ନଡ଼ିଆ, ଅକ୍ଷତ, ଗଙ୍ଗାଜଳ ଓ ଯଜ୍ଞ ସାମଗ୍ରୀ ବ୍ୟବହାର କରନ୍ତୁ। ଏହି ଦିନ ଲୋକମାନେ ନିର୍ଜଳା ବ୍ରତ ମଧ୍ୟ ରଖିଥାନ୍ତି। ନୃସିଂହଙ୍କୁ ପ୍ରସନ୍ନ କରିବା ପାଇଁ ନରସିଂହ ଗାୟତ୍ରୀ ମନ୍ତ୍ର ଜପ କରିବା ମଧ୍ୟ ଶୁଭ ବୋଲି ଧରାଯାଏ। ଏହି ଦିନ ନିଜ ସାମର୍ଥ୍ୟ ଅନୁସାରେ ସୁନା କିମ୍ବା ବସ୍ତ୍ର ଦାନ କରିବା ଉଚିତ।

When is narasimha jayanti 2019 glory of Narasimha Avatar of Vishnu ...

ଶୁଭ ମୁହୂର୍ତ୍ତ:

ସନ୍ଧ୍ୟା ପୂଜା- ୩.୫୦ରୁ ୬.୨୭ ମଧ୍ୟରେ
ଅବଧି- ୨ ଘଣ୍ଟା ୩୭ ମିନିଟ
ପରଦିନର ପାରଣ ସମୟ- ସକାଳ ୫.୨୧ (ମେ’୭ ପରେ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.