Below header

ମହାକାଶରେ ନାସାକୁ ମିଳିଲା ଭିନ୍ନ ଏକ ରତ୍ନ ଭଣ୍ଡାର, ମୂଲ୍ୟ ଏତେ ଯେ ବାଣ୍ଟିଲେ ସମସ୍ତେ ହୋଇଯିବେ ଅରବପତି

ବେଳେ ବେଳେ ମହାକାଶରେ ବୈଜ୍ଞାନିକଙ୍କୁ କିଛି ଏଭଳି ଜିନିଷ ମିଳେ ଯାହା କେବଳ ସେମାନଙ୍କୁ ନୁହେଁ ବରଂ ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦିଏ। ଏଭଳି ଏକ ଚକିତ କରିଦେବା ଭଳି ଜିନିଷ ନାସାକୁ ମିଳିଛି। ନାସା ମହାକାଶରେ ଏକ ବଡ଼ ମୂଲ୍ୟବାନ ଜିନିଷ ପାଇଛି। କୁହାଯାଉଛି ଯେ ଏହାର ମୂଲ୍ୟ ଏତେ ଯେ ଯଦି ଦୁନିଆର ସବୁ ଲୋକଙ୍କୁ ତାହା ବଣ୍ଟାଯାଏ ତେବେ ପ୍ରତ୍ୟେକ ବ୍ୟକ୍ତି କୋଟିପତି ହୋଇଯିବେ।

nasa2

ସୂଚନାନୁଯାୟୀ, ନାସା ମହାକାଶରେ ବହୁ ପରିମାଣର ଲୁହାର ଭଣ୍ଡାରର ସନ୍ଧାନ ପାଇଛି। ଏହା ଏକ କ୍ଷୁଦ୍ର ଗ୍ରହ, ଯାହାର ନାମ ରଖାଯାଇଛି ୧୬ ସାକୀ। ପ୍ରାୟ ୧୨୦ ମାଇଲ ଚଉଡ଼ା ଏହି କ୍ଷୁଦ୍ର ଗ୍ରହ ସମ୍ପୂର୍ଣ୍ଣ ଭାବେ ଲୁହାରେ ଭର୍ତ୍ତି ହୋଇଛି। କେବଳ ଏତିକି ନୁହେଁ ଏଥିରେ ସୁନା, ପ୍ଲାଟିନମ୍‌ ଓ ନିକେଲ ମଧ୍ୟ ପ୍ରଚୁର ପରିମାଣରେ ରହିଛି।

nasa4

ନାସାର ଅନୁମାନ ଅନୁସାରେ ଏହି କ୍ଷୁଦ୍ର ଗ୍ରହରେ ଥିବା ଧାତୁର ଦାମ୍‌ ପ୍ରାୟ ୮ ହଜାର କ୍ୱାଡ୍ରିଲିୟନ୍‌ ପାଉଣ୍ଡ। କ୍ୱାଡ୍ରିଲିୟନ୍‌ ଅର୍ଥାତ୍‌ ୮ ହଜାରରେ ୧୫ଟି ଶୂନ। ଯଦି ଏହାକୁ ଦୁନିଆର ପ୍ରାୟ ଆଠ ଅରବ ଲୋକଙ୍କ ମଧ୍ୟରେ ବଣ୍ଟାଯାଏ ତେବେ ମୁଣ୍ଡପିଛା ୯୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିବ।

nasa3

ନାସାର କହିବାନୁଯାୟୀ, ଏହି କ୍ଷୁଦ୍ରଗ୍ରହ ପୃଥିବୀ ଠାରୁ ୨୪ ଅରବ ମାଇଲ ଦୂରରେ ଅବସ୍ଥିତ। ଏଠାକୁ ମହାକାଶ ଯାନ ପହଞ୍ଚିବାକୁ ପ୍ରାୟ ୪ ବର୍ଷ ଲାଗିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଗ୍ରହ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଛି। ତେବେ ଖୁବ୍‌ଶୀଘ୍ର ଏଠାକୁ ଯିବାକୁ ମିଶନ ଆରମ୍ଭ ହେବା ବୋଲି ସୂଚନା ଦେଇଛି ନାସା। ଏହି ମିଶନ ସ୍ପେସ ଏକ୍ସ ସହଯୋଗରେ ଆରମ୍ଭ ହେବ। ସବୁ କିଛି ଯୋଜନାନୁସାରେ ହେଲେ ଏହି ମିଶନର ଆରମ୍ଭ ୨୦୨୨ରେ ହେବ ବୋଲି ଜଣାପଡ଼ିଛି।

space

ଅନ୍ୟପଟେ ଏରିଜୋନା ଷ୍ଟେଟ୍‌ ୟୁନିଭର୍ସିଟିର ରିସର୍ଚ୍ଚକର୍ତ୍ତା କହିଛନ୍ତି ଯେ ସାଇକୋ ୧୬ ନାମକ ଏହି କ୍ଷୁଦ୍ର ଗ୍ରହକୁ ୧୮୫୨ ମସିହାରେ ଇଟାଲୀର ମହାକାଶଚାରୀ ଏନିବେଲ ଡି ଗୈସ୍ପରିସ୍‌ ସନ୍ଧାନ କରିଥିଲେ। ସେ ଏହାର ନାମ ଆତ୍ମାର ପ୍ରାଚୀନ ଗ୍ରୀକ୍‌ ଦେବୀଙ୍କ ନାଁ ଅନୁସାରେ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.