ମହିଳା ଦିବସରେ କିଏ ଜିତିବ ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପ୍‌?, ଆସନ୍ତାକାଲି ଟାଇଟଲ୍‌ ଲଢ଼େଇରେ ଅଷ୍ଟ୍ରେଲିଆ ସହ ଲଢ଼ିବ ଭାରତ

କେନ୍ୟୁଜ୍(ବ୍ୟୁରୋ): ମେଲବୋର୍ଣ୍ଣରେ ମହାମୁକାବିଲା । କିଏ ମାରିବ ଫାଇନାଲ୍‌ ବାଜି ? କାହାକୁ ମିଳିବ ମହିଳା ବିଶ୍ୱକପ୍‌ ଟି-ଟେ୍ଵଣ୍ଟି ତାଜ ? ଭାରତ ନା ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ସୁପର ସନଡେରେ ଟାଇଟଲ୍‌ ଟକ୍କର । ପ୍ରଥମ ଥର ବିଶ୍ୱକପ୍‌ ବିଜୟର ସ୍ୱାଦ ଚାଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଚଳିତ ସଂସ୍କରଣରେ ପାଓ୍ଵାର୍‌ ହାଉସ୍‌ ଭାବରେ ଉଭା ହୋଇଛି ଭାରତ । ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ । ଲିଡ୍‌ କରୁଛନ୍ତି ୧୬ ବର୍ଷୀୟ ବିସ୍ଫୋରକ ଓପନର ଶେଫାଳି ବର୍ମା । ସ୍ମୃତି ମାନ୍ଧାନାଙ୍କ ବ୍ୟାଟ୍‌ ଚାଲିଲେ ବଡ଼ ସ୍କୋର ନିଶ୍ଚିତ । ବୋଲିଂରେ କମାଲ କରୁଛନ୍ତି ପୁନମ ଯାଦବ, ଚଳିତ ବିଶ୍ୱକପରେ ନେଇଛନ୍ତି ୯ଟି ଓ୍ଵିକେଟ । ସାଥ ଦେଉଛନ୍ତି ଦୀପ୍ତି ଶର୍ମା ଓ ଶିଖା ପାଣ୍ଡେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଭାରତୀୟ ମହିଳା ଟିମ୍‌ । ପୂର୍ବରୁ ୨୦୦୯, ୨୦୧୦ ଓ ୨୦୨୮ରେ ସେମିରୁ ବିଦା ହୋଇଥିଲା ।

ସେପଟେ ଚାରି ଚାରି ଥର ଟି-ଟେ୍ଵଣ୍ଟି ବିଶ୍ୱବିଜୟୀ ଅଷ୍ଟ୍ରେଲିଆ । ଷଷ୍ଠ ଥର ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଚଳିତବର୍ଷ ପ୍ରଥମ ମ୍ୟାଚରେ ଭାରତଠାରୁ ହାରିଥିଲା କଙ୍ଗାରୁ ବାହିନୀ । ଫାଇନାଲ ଯାଇଥିବାରୁ ପଞ୍ଚମ ଥର ବିଶ୍ୱବିଜେତା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ଭାରତୀୟ ସ୍ପିନରଙ୍କ ପାଇଁ ରଣନୀତି କରି ମୈଦାନକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପରେ ଭାରତର ପଲ୍ଲା ଭାରି ରହିଛି । ମେଲବୋର୍ଣ୍ଣରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ହରାଇ ଫାଇନାଲ ଯାଇଥିଲା ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଦୁଇ ଦଳର ଟି-ଟେ୍ଵଣ୍ଟି ପ୍ରଦର୍ଶନ କହୁଛି, କଙ୍ଗାରୁ ଦଳ ଭାରତ ଉପରେ ଭାରି ପଡ଼ିପାରେ । ଏପର୍ଯ୍ୟନ୍ତ ମୋଟ୍‌ ୧୯ ଥର ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି । ଅଷ୍ଟ୍ରେଲିଆ ୧୩ଟି ଜିତିଥିବା ବେଳେ ଭାରତ ମାତ୍ର ୬ ଥର ବିଜୟୀ ହୋଇଛି । ଆଶା କରାଯାଉଛି, ମେଲବୋର୍ଣ୍ଣ ଫାଇନାଲ୍‌ ମୁକାବିଲା ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.