ଡ୍ରାଇଭିଂ ଲାଇସେନ୍ସ ମିଳିବାର ୧୦ ମିନିଟ୍‌ ପରେ ହିଁ କାର୍‌ ସହ ନଦୀରେ ଗଳି ପଡ଼ିଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ

ଗାଡ଼ି ଚଲାଇବା ପୂର୍ବରୁ ଟ୍ରାଫିକ ନିୟମ ଜାଣିନେବା ଜରୁରୀ। ଏ ନେଇ ବାରମ୍ବାର ସଚେତନ କରାଯାଉଛି। ତଥାପି ଲୋକମାନେ ନିୟମ ମାନିବା ପରିବର୍ତ୍ତେ ଭାଙ୍ଗୁଥିବା ଦେଖାଯାଇଛି। ଅଧିକାଂଶ ଲୋକ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଛନ୍ତି, ଫଳସ୍ୱରୂପ ସେମାନଙ୍କ ଦୁର୍ଘଟଣା ଘଟୁଛି। ଏହା ଏକ ନିତିଦିନିଆ ଘଟଣା। ଚୀନ୍‌ରେ ଏବେ ସେହିଭଳି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇବାର ମାତ୍ର ୧୦ ମିନିଟ୍‌ ପରେ ଆକ୍ସିଡେଣ୍ଟ କରିଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy: On Demand News

ଚୀନ୍‌ର ଝୋଙ୍ଗ ନାମକ ଜଣେ ବ୍ୟକ୍ତିଙ୍କର ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ରିପୋର୍ଟ ମୁତାବକ ଦୁର୍ଘଟଣା ପୂର୍ବରୁ ଝୋଙ୍ଗ ଫୋନ୍‌ରେ ବ୍ୟସ୍ତ ଥିଲେ। ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ସେ ସାଙ୍ଗଙ୍କ ଶୁଭକାମନାର ଉତ୍ତର ଦେବାକୁ ଫୋନ୍‌ ଦେଖୁଥିଲେ। ମାତ୍ର ପୋଲ ଉପରେ ଯିବା ବେଳେ ଦୁର୍ଭାଗ୍ୟବଶତଃ ସିଧା ଯାଇ ନଦୀ ଭିତରେ ପଡ଼ିଲେ। ଘଟଣାଟି ଫେବ୍ରୁଆରୀ ୨୧ ତାରିଖରେ। ଏହି ଭିଡିଓକୁ ସ୍ଥାନୀୟ ପୋଲିସ ସେୟାର କରି ଲେଖିଛନ୍ତି ଯେ ଗାଡ଼ି ଡ୍ରାଇଭରଙ୍କୁ ୧୦ ମିନିଟ୍‌ ପୂର୍ବରୁ ହିଁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା।

accident2

ତେବେ ଏ ନେଇ ଝୋଙ୍ଗ୍‌ କହିଛନ୍ତି ଯେ ଗାଡ଼ି ଚଲାଇବା ବେଳେ ତାଙ୍କୁ କିଛି ମେସେଜ୍‌ ଆସିଥିଲା। ଏହାକୁ ପଢ଼ିବା ବେଳେ ସେ ଅନ୍ୟମନସ୍କ ହୋଇଯାଇଥିଲେ ଓ ଏତିକି ବେଳେ ତାଙ୍କ ସାମ୍ନାକୁ କିଛି ଲୋକ ଚାଲିଆସିଥିଲେ। ସେମାନଙ୍କୁ ବଞ୍ଚାଇବା ପାଇଁ ସେ ଗାଡ଼ି ମୋଡ଼ ନେବାକୁ ଯାଇ ନଦୀରେ ପଡ଼ିଯାଇଥିଲେ। ନଦୀରେ ପଡ଼ିବା ପରେ ସେ କାରର ଡୋର ଖୋଲି ପହଁରି ପହଁରି କୂଳକୁ ଆସିଥିଲେ। ଏହି ଦୁର୍ଘଟଣାରେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିବା ସେ କହିଛନ୍ତି। ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ କ୍ରେନ୍‌ରେ କାରକୁ ଉଦ୍ଧାର କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.