ଭାଣିଜୀ ସହ ନଜର ଆସିଲେ ମାମୁଁ ସଲମାନ୍‌, ୧୬ ଲକ୍ଷରୁ ଅଧିକ ଥର ଦେଖାସରିଲାଣି ଏହି ଭିଡିଓ

ବଲିଉଡ୍‌ର ଭାଇଜାନ୍‌ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। ଫ୍ୟାନ୍‌ଙ୍କ ପାଇଁ ସେ ମଝିରେ ମଝିରେ କିଛି ମନ ଲୋଭାଣିଆ ଭିଡିଓ ମଧ୍ୟ ସେୟାର କରିଥାନ୍ତି। ତେବେ ବର୍ତ୍ତମାନ ମଧ୍ୟ ସଲମାନ୍‌ ଫ୍ୟାନ୍‌ଙ୍କ ପାଇଁ ସେହିଭଳି କିଛି ଭିଡିଓ ସେୟାର କରିଛନ୍ତି। ସଲମାନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଭାଣିଜୀ ଆୟତ୍‌କୁ ଗେହ୍ଲା କରୁଥିବା ଏକ ଭିଡିଓ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ମାମୁଁ ସଲମାନ୍‌ଙ୍କୁ ଫ୍ୟାନ୍‌ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

#repost @arpitakhansharma ・・・ We love you Mamu @beingsalmankhan

A post shared by Salman Khan (@beingsalmankhan) on

ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବର ମାସରେ ସଲମାନଙ୍କ ଭଉଣୀ ଅର୍ପିତା ଖାନ୍‌ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସଲମାନ୍‌ ହିଁ ତା ନାଁ ରଖିଥିଲେ ଆୟତ। ଏହି ଦିନ ସଲମାନ୍‌ଙ୍କର ମଧ୍ୟ ଜନ୍ମଦିନ ଥିଲା। ଏଣୁ ଅର୍ପିତାଙ୍କ ସ୍ୱାମୀ ଆୟୁଷ ଏହାକୁ ସଲମାନଙ୍କ ଜନ୍ମଦିନର ଉପହାର ବୋଲି କହିଥିଲେ।

salman2

ତେବେ ସଲମାନଙ୍କ କାମ କଥା କହିବାକୁ ଗଲେ ଶେଷ ଥର ପାଇଁ ଭାଇଜାନ୍‌ଙ୍କୁ ଦବଙ୍ଗ ୩ରେ ଦେଖିବାକୁ ମିଳିଥିଲା। ମାତ୍ର ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା କମାଲ କରିପାରିନଥିଲା। ଫିଲ୍ମରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.