Below header

ପ୍ରେମ ଫେରାଇ ଆଣିଲା ସମାଜର ମୁଖ୍ୟ ସ୍ରୋତକୁ, ବନ୍ଧୁକ ଛାଡ଼ି ଘଞ୍ଚ ଜଙ୍ଗଲରୁ ବାହାରିଲେ ମାଓ ପ୍ରେମିକ ପ୍ରେମିକା

ମାଲକାନଗିରି(କେନ୍ୟୁଜ୍): ପ୍ରେମ ପାଇଁ ଛାଡ଼ିଲେ ଲାଲବାହିନୀର ହାତ । ବନ୍ଧୁକ ଛାଡ଼ି, ଘଞ୍ଚ ଜଙ୍ଗଲରୁ ବାହାରିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ପ୍ରଥମେ ପ୍ରେମିକ ଛାଡ଼ିଥିଲେ ମାଓବାଦୀ ସଂଗଠନ । ଏହାପରେ ପ୍ରେମିକାକୁ ଲେଖିଥିଲେ ତିନି ପୃଷ୍ଠାର ପ୍ରେମପତ୍ର । ଚିଠି ପାଇବା ପରେ ମନର ମଣିଷଙ୍କ ପାଖକୁ ଫେରିଥିଲା ପ୍ରେମିକା । ଏମାନେ ହେଉଛନ୍ତି ଲକ୍ଷ୍ମଣ ଓ ଜୟ ଇସ୍ତାମ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜୟ। ଲକ୍ଷ୍ମଣ ଇନ୍ଦ୍ରାବତୀ ଏରିଆ କମିଟିର କ୍ୟାଡର ମାଓବାଦୀ ଥିଲେ । ଏରିଆ କମିଟି ସଦସ୍ୟ ଭାବରେ କାମ କରୁଥିଲେ ଜୟ । ନୀତି ଆଦର୍ଶରୁ ମାଓବାଦୀ ସଂଗଠନ ବିଚ୍ୟୁତ ହେଉଥିବା ବେଳେ ହିଂସାକାଣ୍ଡ ଘଟାଉଥିବାରୁ ଲକ୍ଷ୍ମଣ ସଂଗଠନର ହାତ ଛାଡ଼ିଥିଲେ । କିଭଳି ନିଜ ପ୍ରେମିକକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସେନେଇ ଅହରହ ଚିନ୍ତା କରୁଥିଲେ । ଶେଷରେ ଗତ ଭାଲେଣ୍ଟାଇନ୍ସ ଡେରେ ଜୟଙ୍କ ପାଖକୁ ଲେଖିଥିଲେ ଚିଠି । ଆଉ ପ୍ରେମ ପାଇଁ ଜୟ ଲାଲବାହିନୀକୁ ବାଏ ବାଏ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.