ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଜନ୍ମୋତ୍ସବ ଅବସରରେ ପାଳିତ ହୋଇଛି ଅଷ୍ଟ ପ୍ରହରୀ ନାମ ଯଜ୍ଞ, ଏନେଇ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଭିଡ଼
ଶ୍ରୀକ୍ଷେତ୍ରେ ଜନମ ମୋହର ପଦ୍ମବନେ ବାସ, ନେମାଳ ଗ୍ରାମକୁ ଲଭିଲି ପାଳି କୃଷ୍ଣ ଆଦେଶ। ଇଏ ହେଉଛି ଭବିଷ୍ଯତ ମାଳିକାର ରଚିତା ମହାପୁରୁଷ ଅଚ୍ଯୁତାନନ୍ଦ ଦାସ ଙ୍କ ନିଃସୃତ ବାଣୀ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା। ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି। । ପାକୃତିକ ସୌନ୍ଦର୍ଯ୍ୟ ଭରା ପବିତ୍ର ଧର୍ମ ସ୍ଥଳୀ ବା ତୀର୍ଥ ସ୍ଥାନ ହେଉଛି ନେମାଳ ମଠ । ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଜନ୍ମ ଗ୍ରହଣ କରିଥିଲେ
ନେମାଳ ମଠକୁ ଗଲେ ଲାଗିବ ଯେପରି କୌଣସି ଔଷଧିୟ ଗଛ ଥିବା ଜଙ୍ଗଲ ମଧ୍ୟରେ ଆମେ ପ୍ରବେଶ କରିଛେ। ଏମିତି ଆମେ ଏଥିପାଇଁ କହୁଛୁ କାରଣ ଆପଣ ଏଠାରେ ବିଭିନ୍ନ ଔଷଧିୟ ଗଛ ପାଇବେ। ଏହି ପୀଠଟି ଅନେକ ଦେବ ବୃକ୍ଷ୍ୟ ଯେମିତିକି ନିମ୍ବ,ବର, ଅଶ୍ୱସ୍ତ, ବେଲ ଓ ବଉଳ ଆଦି ଗଛରେ ଭରିରହିଛି । ଏହାକୁ ଦେଖିବା ପରେ ମଣିଷ ମନରେ ଭକ୍ତିଭାବ ସୃଷ୍ଟି ହୋଇଥାଏ। କାରଣ ଏହାକୁ ଆମେ ପୂଜା କରିଥାଉ।
ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ସେ ପ୍ରସିଦ୍ଧ ଭବିଷ୍ୟ ମାଳିକା ଲେଖିଥିଲେ। ପ୍ରଭୁଙ୍କ ଆଦେଶରେ ମହାପୁରୁଷ ଅଚ୍ଯୁତାନନ୍ଦ ଦାସ ଏହି ପୀଠରେ ଧ୍ୟାନ ରେ ବସି ଶହ ଶହ ବର୍ଷ ତଳେ ତାଳ ପତ୍ରରେ ଲେଖିଥିବା ବାଣୀ ଆଜି ସତ୍ୟ ବୋଲି ପ୍ରମାଣିତ ହୋଇଛି। ସମାଜରେ ଘଟୁଥିବା ବିତ୍ପତି ଆଉ ଆସୁଥିବା ବିପତ୍ତି କୁ ଶହ ଶହ ବର୍ଷ ପୂର୍ବେ ତାଳପତ୍ର ପୋଥୀ ରେ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ଯୁତାନନ୍ଦ ଦାସ। ଏହି ବିପତ୍ତିରୁ, ମନୁଷ୍ଯ ସମାଜ ନିଜକୁ, ନିଜ ପରିବାର କୁ ଏବଂ ସମଗ୍ର ସମାଜ କୁ କିଭଳି ରକ୍ଷା କରି ପାରିବ ତାହାର ଉପାୟ ମଧ୍ୟ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ଯୁତାନନ୍ଦ ଦାସ। ତେଣୁ ମହାପୁରୁଷଙ୍କ ଲିଖିତ ବାଣୀ କୁ ମନେ ପକେଇ ଶ୍ରଦ୍ଧାଳୁ ଭକ୍ତିପୂତ ଭାବରେ ଧାଇଁ ଆସୁଛି ଆଜି ବି ଏହି ପୀଠକୁ।
ମାଘ ଶୁକ୍ଳ ଏକାଦଶୀ ତଥା ଆଜିର ପବିତ୍ର ସ୍ୱନକ୍ଷତ୍ର ଦିବସ ଅବସରରେ କଟକ ଜିଲ୍ଲା ନେମାଳ ଶ୍ରୀ ଅଚ୍ଯୁତାନନ୍ଦ ମହାପୁରୁଷ ଙ୍କ ପଦ୍ମବନ ପୀଠ ରେ ଅଷ୍ଟପ୍ରହର ବ୍ଯାପୀ ନାମ ଯଜ୍ଞାନୁଷ୍ଠାନ କରା ଯାଉଛି। ଗଲା ଦୁଇ ବର୍ଷ ହେଲା କୋଭିଡ୍ କଟକଣା ପାଇଁ ପଦ୍ମବନ ପୀଠ ରେ ଏହି ଦିନ ଶ୍ରଦ୍ଧାଳୁ ମାନଙ୍କ ଆଗମନ ଉପରେ ରୋକ୍ ଲାଗିଥିଲା। ତେଣୁ ଏ ବର୍ଷ ଏ ସବୁ କଟକଣା ନଥିବାରୁ ଏହି ପୀଠରେ ଓଡ଼ିଶାର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି। ଆଉ ଚଳ ଚଞ୍ଚଳ ହୋଇ ପଡିଛି, ତ୍ରିକାଳ ଦ୍ରଷ୍ଟା ମହାପୁରୁଷ ଅଚ୍ଯୁତାନନ୍ଦ ଙ୍କ ପୀଠ ପଦ୍ମବନ। ଭିଡ଼ କୁ ପରିଲକ୍ଷିତ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା କରାଯାଇଛି।