Below header

ଏହି ଲୋକଙ୍କୁ ଉଠାନ୍ତୁନି ନିଦରୁ, ହୋଇପାରେ ଅସୁବିଧା

ଆଚାର୍ଯ୍ୟ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲେ । ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି। ତାଙ୍କ ଉପଦେଶ ମାନିଥିବା ଲୋକ କେବେ ବି ବିପଦରେ ପଡ଼ି ନଥାନ୍ତି । ସମାଜରେ ଠିକ୍ ଭାବେ ବଞ୍ଚିବା ପାଇଁ ସେ ବହୁ ଉପଦେଶ ଦେଇଯାଇଛନ୍ତି ।

କେଉଁ ବ୍ୟକ୍ତିଙ୍କୁ ନିଦରୁ ଉଠାଇବା ଉଚିତ ନୁହେଁ ସେ ସମ୍ପର୍କରେ କହିଛନ୍ତି ଚାଣକ୍ୟ । କାରଣ ଏହିସବୁ ଲୋକଙ୍କୁ ନିଦରୁ ଉଠାଇଲେ କ’ଣ ଅସୁବିଧା ହୋଇଥାଏ ସେ ସମ୍ପର୍କରେ କହିଛନ୍ତି ଚାଣକ୍ୟ । ଆସନ୍ତୁ ଜାଣିବା କିଏ ସେହି ଲୋକମାନେ ଯାହାଙ୍କୁ ନିଦରୁ ଉଠାଇବା ଉଚିତ ନୁହେଁ ।

 

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ରାଜାଙ୍କୁ ନିଦରୁ ଉଠାଇବା ଉଚିତ ନୁହେଁ । କାରଣ ସେ ନିଦରୁ ଉଠିଲେ କ୍ରୋଧିତ ହୋଇପାରନ୍ତି ଓ ଦଣ୍ଡ ଦେଇପାରନ୍ତି ।

୨. ସେହିପରି ସିଂହ ବା ହିଂସ୍ର ଜନ୍ତୁଙ୍କୁ ନିଦରୁ ଉଠାଇବା ମାରାତ୍ମକ ହୋଇପାରେ । ଏଥିରେ ପ୍ରାଣ ଯିବାର ଆଶଙ୍କା ରହିଥାଏ ।

୩. ସେହିପରି ସାପକୁ ବି ନିଦରୁ ଉଠାଇଲେ ସେ ଦଂଶନ କରିପାରେ । ତେଣୁ ସାପକୁ ନିଦରୁ ଉଠାଇବା ଉଚିତ ନୁହେଁ ।

୪. ସେହିପରି ଛୋଟ ପିଲାଙ୍କୁ ନିଦରୁ ଉଠାଇବା ଉଚିତ ନୁହେଁ । କାରଣ ଛୋଟ ପିଲା ନିଦରୁ ଉଠିଲେ ଜିଦି କରନ୍ତି । ଫଳରେ ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇଥାଏ ।

୫. ଚାଣକ୍ୟ କୁହନ୍ତି, ମୂର୍ଖ ବ୍ୟକ୍ତିଙ୍କୁ ମଧ୍ୟ ନିଦରୁ ଉଠାଇବା ବିପଜ୍ଜନକ ହୋଇଥାଏ । ତାଙ୍କୁ ନିଦରୁ ଉଠାଇଲେ କୌଣସି ଫାଇଦା ମିଳିନଥାଏ । ତେଣୁ ମୂର୍ଖ ଲୋକଙ୍କୁ ନିଦରୁ ଉଠାଇବା ଉଚିତ ନୁହେଁ ।

୬. ସେହିପରି ବିଛା ଅଧା ନିଦରେ ବି କାଟିପାରେ । ତେଣୁ ଶୋଇଥିବାବେଳେ ବିଛା ସହିତ ମଧ୍ୟ ଲାଗିବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.