ପାର୍ଟନରଙ୍କୁ ଧୋକା ଦେଇଥାନ୍ତି ଏହି ନମ୍ବରର ଜୋତା ପିନ୍ଧୁଥିବା ପୁରୁଷ, ଆପଣଙ୍କ ସାଥୀର ପାଦ ମାପ ଏହା ନୁହେଁ ତ!

ପ୍ରେମ ଏକ ଏମିତି ସମ୍ପର୍କ, ଯାହାର ମୂଳଦୁଆ ହେଉଛି ଭରସା ଓ ବିଶ୍ୱାସ। ଏହି ମଧୁର ସମ୍ପର୍କରେ ଯଦି ଜଣେ ବିଶ୍ୱାସ ଭାଙ୍ଗିଲା ତେବେ ସମ୍ପର୍କ ଅଧିକ ଦିନ ତିଷ୍ଠି ରହିବା ଅସମ୍ଭବ। ତେବେ କାହା ମନରେ ଧୋକା ଦେବା ଚିନ୍ତାଧାରା ରହିଛି ତାହା ପତ୍ତା ଲଗାଇବାକୁ ନିକଟରେ ଏକ ରିସର୍ଚ୍ଚ କରାଯାଇଛି। ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେ କେଉଁ ସାଇଜ୍‌ର ଜୋତା ପିନ୍ଧୁଥିବା ଲୋକ ଅଧିକ ଧୋକେବାଜ୍‌ ହୋଇଥାନ୍ତି।

ୟୁକେର ପ୍ରସିଦ୍ଧ ଡେଟିଂ ୱେବ୍‌ସାଇଟ୍‌ ଏଲିସିସ୍‌ ଏନ୍‌କାଉଣ୍ଟର୍ସ ପକ୍ଷରୁ କରାଯାଇଥିବା ଏହି ରିସର୍ଚ୍ଚରେ ଜଣାପଡ଼ିଛି ଯେ ବଡ଼ ସାଇଜ୍‌ର ଜୋତା ପିନ୍ଧୁଥିବା ପୁରୁଷମାନେ ନିଜ ପାର୍ଟନରଙ୍କୁ ଅଧିକ ଧୋକା ଦେଇଥାନ୍ତି। କିନ୍ତୁ ଯେଉଁ ପୁରୁଷମାନଙ୍କର ଜୋତା ମାପ ଛୋଟ ସେମାନେ ନିଜ ପାର୍ଟନରଙ୍କ ପ୍ରତି ଅଧିକ ବିଶ୍ୱସ୍ତ ହୋଇଥାନ୍ତି। ରିସର୍ଚ୍ଚ ମୁତାବକ, ଯେଉଁ ପୁରୁଷଙ୍କ ପାଦର ମାପ ୧୦ କିମ୍ବା ତା’ ଠାରୁ ବଡ଼ ସେମାନେ ସହଜରେ ପାର୍ଟନରଙ୍କୁ ଧୋକା ଦେଇଥାନ୍ତି। ସେହିପରି ଯେଉଁମାନଙ୍କ ଜୋତାର ମାପ ୭ କିମ୍ବା ତା’ଠାରୁ ସାନ, ସେମାନେ ପାର୍ଟନରଙ୍କୁ ଖୁବ୍‌ ଭଲ ପାଇଥାନ୍ତି।

ରିସର୍ଚ୍ଚରମାନେ ଏହାର କାରଣ ବି କହିଛନ୍ତି। ସେମାନଙ୍କ ମୁତାବକ, ଯେଉଁମାନଙ୍କର ପାଦ ୧୦ରୁ ବଡ଼ ସେମାନେ ଅଧିକ ଡେଙ୍ଗା ହୋଇଥାନ୍ତି। ଫଳରେ ସେମାନଙ୍କୁ ଅଧିକ ଆଟେନ୍ସନ୍‌ ମିଳିଥାଏ। ଏହି କାରଣରୁ ସେମାନେ ଅଧିକ ମହିଳାଙ୍କ ସଂସ୍ପର୍ଶରେ ଆସିଥାନ୍ତି। ଫଳରେ ପାର୍ଟନରଙ୍କୁ ଧୋକା ଦେବାର ଆଶଙ୍କା ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.